Bipasha: ବଲିଉଡ୍େର ଧାରା ବଦଳାଇଥିଲେ ବିପାଶା
"ଶ୍ୟାମଳ ରଙ୍ଗ ଓ ସୁଗଠିତ ଶରୀର (ମସ୍କୁଲାର୍ ଫିଜିକ୍) ପାଇଁ ବଲିଉଡ୍ରେ ବିପାଶା ବସୁଙ୍କ ପରିଚୟ ଟିକେ ନିଆରା।
ସାଧାରଣତଃ ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ତୋଫା ରଙ୍ଗ ଓ ପତଳା ଶରୀରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ବିପାଶା ତାହାର ଏକ ବ୍ୟତିକ୍ରମ।
ଏବେକା ସମୟରେ ବଲିଉଡ୍ରେ ଅଭିନେତ୍ରୀଙ୍କ ଶାରୀରିକ ଗଠନ ଓ ସୌନ୍ଦର୍ଯ୍ୟକୁ ନେଇ ଧାରଣା ବଦଳିଛି।
ଏହି ପରିବର୍ତ୍ତନ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ନିକଟରେ ଏକ ସାକ୍ଷାତ୍କାରରେ ଦାବି କରିଛନ୍ତି ବିପାଶା ବସୁ।Advertisment Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି ୨୦୦୦ ମସିହାର ଆରମ୍ଭରେ ବିପାଶାଙ୍କ ଚେହେରା ଅନ୍ୟ ଅଭିନେତ୍ରୀଙ୍କଠାରୁ ବେଶ୍ ଭିନ୍ନ ଥିଲା।
ସେ ଥିଲେ ତୁଳନାତ୍ମକ ଭାବେ ଲମ୍ବା ଓ ଶ୍ୟାମାଙ୍ଗୀ।
ଏହାଛଡ଼ା ଆଥଲେଟିକ୍ ଶାରୀରିକ ଗଠନ ଥିବା ମହିଳାମାନଙ୍କୁ ସେ ସମୟରେ ଅଭିନେତ୍ରୀ ଭାବେ ସହଜରେ ଗ୍ରହଣ କରାଯାଉ ନଥିଲା ବୋଲି ସେ ମନେପକାଇଛନ୍ତି।
ମାତ୍ର ସେହି ସମୟରେ ବିପାଶାଙ୍କ "ନିଜକୁ ଭଲ ପାଅ" ବାର୍ତ୍ତା ଓ ଫିଟ୍ନେସ୍ ମନ୍ତ୍ରକୁ ଲୋକେ ଗ୍ରହଣ କରିବାକୁ ଲାଗିଲେ।
ଫିଟ୍ନେସ୍ କେବଳ ଭଲ ଦେଖାଯିବା ନୁହେଁ; ବରଂ ସୁସ୍ଥ ରହିବା ସହ ଜଡ଼ିତ।
ଅଧିକ ମହିଳା ବ୍ୟାୟାମ କରିବା ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସେ ସେତେବେଳେ ପ୍ରୋତ୍ସାହିତ କରିଥିଲେ।
ଯାହାଫଳରେ ଲୋକଙ୍କ ଧାରଣା ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଲା।
ଏହାଛଡ଼ା ଲୋକଙ୍କୁ ନିୟମିତ ବ୍ୟାୟାମର ଗୁରୁତ୍ୱ ଓ ଏହାର ଉପକାରିତା ବୁଝିବାରେ ତାଙ୍କର ସେହି ଅଭିଯାନ ବିଶେଷ ସହାୟକ ହୋଇଥିଲା ବୋଲି ସେ ବିଶ୍ୱାସ କରନ୍ତି।
BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍ର ବୁଝାମଣା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।