Birthday Today: ଆଜି ଜନ୍ମଦିନ: ବିନୋବା ଭାବେ

Sep 11, 2026 - 08:39
Birthday Today: ଆଜି ଜନ୍ମଦିନ: ବିନୋବା ଭାବେ

""ଭୂଦାନ ଆନ୍ଦୋଳନ"ର ଜନକ ତଥା ମହାତ୍ମା ଗାନ୍ଧୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଆଚାର୍ଯ୍ୟ ବିନୋବା ଭାବେ ୧୮୯୫ ସେପ୍‌ଟେମ୍ବର‌ ଆଜି ଦିନରେ ମହାରାଷ୍ଟ୍ରର ଗାଗୋଡ଼େ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ବାଲ୍ୟକାଳରେ ତାଙ୍କ ନାମ ଥିଲା ବିନାୟକ।

ଧର୍ମପରାୟଣ ମାଆଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଅଳ୍ପ ବୟସରୁ ଭଗବତ ଗୀତା ପଢ଼ିଥିଲେ।

ସେ ପିଲାବେଳୁ ବ୍ରହ୍ମଚାରୀ ରହିବାର ନିଷ୍ପତ୍ତି ନେଇ ଆଜୀବନ ବ୍ରହଚର୍ଯ୍ୟ ପାଳନ କରିଥିଲେ।

ଖବରକାଗଜରେ ଗାନ୍ଧୀଙ୍କ ଏକ ଲେଖା ତାଙ୍କ ଧ୍ୟାନ ଆକର୍ଷଣ କରିଥିଲା।

ସେ ନିଜର ସମସ୍ତ ସାର୍ଟିଫିକେଟ୍ ଜାଳିଦେଇ ଗାନ୍ଧୀଙ୍କ ମାର୍ଗରେ ଯିବାର ନିଷ୍ପତ୍ତି ନେଇଥିଲେ।Advertisment Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି ଗାନ୍ଧୀଙ୍କ ଉପଦେଶକ୍ରମେ ସେ ସାବରମତୀ ଆଶ୍ରମକୁ ଯାଇ ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ।

ଗାନ୍ଧୀଙ୍କ ଆହ୍ବାନରେ ଦଳିତଙ୍କ ସେବା ଓ ସ୍ବାଧୀନତା ସ˚ଗ୍ରାମରେ ଭାଗ ନେଇ ବିନୋବା ବହୁବାର କାରାବରଣ କରିଥିଲେ।

୧୯୪୦ରେ ଗାନ୍ଧୀ ତାଙ୍କୁ ପ୍ରଥମ ସତ୍ୟାଗ୍ରହୀ ଭାବେ ବାଛି ଲୋକଲୋଚନକୁ ଆଣିଥିଲେ।

୧୯୫୧ ମସିହା ଏପ୍ରିଲ ୧୮ ତାରିଖ ଦିନ ତାଙ୍କ ନେତୃତ୍ବରେ ତେଲେଙ୍ଗାନାର ପୋଚମପଲ୍ଲୀରୁ ଭୂଦାନ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ବିନୋବା ସମଗ୍ର ପୃଥିବୀକୁ ଏକତ୍ର ଭାବେ ଦେଖୁଥିଲେ।

ତାଙ୍କର "ଜୟ ଜଗତ୍" ସ୍ଲୋଗାନ୍ ତାହାର ଏକ ପ୍ରମାଣ।

ସବୁ ଧର୍ମ ମଧ୍ୟରେ ସମନ୍ବୟ ସୃଷ୍ଟି ଥିଲା ତାଙ୍କର ଅନ୍ୟ ଏକ ମହତ ଉଦ୍ଦେଶ୍ୟ।

ଗୋଷ୍ଠୀ ନେତୃତ୍ବ ପାଇଁ ୧୯୫୮ରେ ତାଙ୍କୁ ପ୍ରଥମ "ରମନ୍ ମାଗସେସେ ପୁରସ୍କାର" ପ୍ରଦାନ କରାଯାଇଥିଲା।

୧୯୮୨ ନଭେମ୍ବର‌ ୧୫ ତାରିଖରେ ବିନୋବାଙ୍କ ପରଲୋକ ହୋଇଥିଲା।

୧୯୮୩ରେ ତାଙ୍କୁ ମରଣୋତ୍ତର "ଭାରତରତ୍ନ" ପ୍ରଦାନ କରାଯାଇଥିଲା।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।