BJD Joins SIR Protest: SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ମେଳି, ପଦଯାତ୍ରାରେ ସାମିଲ ହେବ BJD
SIRକୁ ନେଇ ବିରୋଧୀଙ୍କ ମେଳି। ଲିଷ୍ଟରୁ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଅଭିଯୋଗକୁ ନେଇ ଆଜି ଦିଲ୍ଲୀରେ ବିରୋଧୀ ଦଳ ପ୍ରତିବାଦ ପଦଯାତ୍ରା କରିବ। ଏଥିରେ ସାମିଲ ହେବ ବିଜେଡି। ନବୀନଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦମାନେ ଇଣ୍ଡିଆ ବ୍ଲକର ପଦଯାତ୍ରାରେ ସାମିଲ ହେବେ। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍-SIR ନାଁରେ ଭୋଟର ଲିଷ୍ଟରୁ ବ୍ୟାପକ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଏହି ପ୍ରତିବାଦ ହେଉଛି।
ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ କହିଛନ୍ତି ଯେ SIR ପ୍ରକ୍ରିୟାରେ ବିବାଦୀୟ ଭୂମିକା ନେଇ ନବୀନ ପଟ୍ଟନାୟକ ପୂର୍ବରୁ ହିଁ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। SIR ନାଁରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଓ ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାଁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଜେଡି ଉଭୟ ଇଣ୍ଡିଆ ବ୍ଲକ ଓ ଏନଡିଏଠାରୁ ସମଦୂରତା ବଜାୟ ରଖିଛି। କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେଡି ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି କହିଛି। ଇଣ୍ଡିଆ ବ୍ଲକ ପଦଯାତ୍ରାକୁ ଦୃଷ୍ଟିରେ ରଖି ସଂସଦ ଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ...
INDIA ବ୍ଲକ ସହ ବିଜେଡି !
SIRକୁ ନେଇ ଆଜି ଦିଲ୍ଲୀରେ ବିରୋଧୀଙ୍କ ମେଳି
INDIA ବ୍ଲକ ପଦଯାତ୍ରାରେ ସାମିଲ ହେବ ବିଜେଡି
ନବୀନଙ୍କ ନିର୍ଦ୍ଦେଶରେ ସାମିଲ ହେବେ ବିଜେଡି ସାଂସଦ
ବିଜେଡି ସାମିଲ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ସମଦୂରତା ନୀତି, ହେଲେ ପ୍ରତିବାଦରେ ବିଜେଡି
ବିଜେଡିର ଦୋମୁହାଁ ପଦକ୍ଷେପକୁ ନେଇ ଚର୍ଚ୍ଚା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।