BJP State Executive Meeting: ଦୁଇଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ, ପରବର୍ତ୍ତୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା

Sep 05, 2026 - 14:18
BJP State Executive Meeting: ଦୁଇଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ, ପରବର୍ତ୍ତୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା

କଟକରେ ବିଜେପିର ଦୁଇଦିନିଆ ମାନସ ମନ୍ଥନ। ଆଜିଠୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଛି। ତେବେ କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକ ବସିଛି।  ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। କାର୍ଯ୍ୟକାରିଣୀ ବୈଠକରେ ପାରିତ ହେବାକୁ ଥିବା ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଚାଲିଛି ଆଲୋଚନା।

ମୁଖ୍ୟମନ୍ତ୍ରୀ ଏବଂ ସହ ପ୍ରଭାରୀ ଉପସ୍ଥିତ ଅଛନ୍ତି। ବୈଠକରେ ଦୁଇ ଦିନ ଧରି ଚାଲିବ ଆଲୋଚନା। ଆଗାମୀ ଦିନରେ ରାଜ୍ୟରେ ବିଜେପିର ପରବର୍ତ୍ତୀ ରଣନୀତି ନେଇ ବିସ୍ତୃତ ଭାବେ ଆଲୋଚନା ହେବ। କାର୍ଯ୍ୟକାରିଣୀରେ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ହେଉଛନ୍ତି। ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ... 

କଟକରେ ବିଜେପି ମାନସମନ୍ଥନ
କଟକରେ ଦୁଇଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ
କଟକରେ ରାଜ୍ୟ ବିଜେପି ପଦାଧିକାରୀ ବୈଠକ 
ରାଜ୍ୟ କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକ
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ
ବୈଠକରେ ମୁଖ୍ୟମନ୍ତ୍ରୀ ଓ ସହପ୍ରଭାରୀ ଉପସ୍ଥିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।