BJP: ଓଡ଼ିଶା ବନ୍ଦକୁ ନେଇ ବିଜେଡିର ୟୁ ଟର୍ଣ୍ଣ, କଟାକ୍ଷ କଲା ବିଜେପି
"ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କଲା,ହେଲେ ପରେ ୟୁ ଟର୍ଣ୍ଣ ନେଇ କହିଛି ବନ୍ଦକୁ ସମର୍ଥନ ଦେବନି।
ଏହି ଘଟଣାକୁ ନେଇ ବିଜେଡିକୁ କଟାକ୍ଷ କରିଛି ବିଜେପି।
ବରିଷ୍ଠ ବିଜେପି ନେତା ସୁରଥ ବିଶ୍ବାଳ କହିଛନ୍ତି, କଂଗ୍ରେସ ସହ ଯିବାକୁ ବିଜେଡିର ବରିଷ୍ଠ ନେତାମାନେ ରାଜି ହେଉନାହାନ୍ତି।
ସୁବିଧାବାଦୀ ଦଳ ବିଜେଡି ନିଷ୍ପତ୍ତି ନେଇପାରୁନି।
କିଏ ଦଳର ଦେତୃତ୍ବ ନେବ ଓ କିଏ ନିଷ୍ପତ୍ତି ନେବ ସେନେଇ ଦ୍ବନ୍ଦ୍ବ ରହିଛି ।Advertisment ପ୍ରମିଳା ମଲ୍ଲିକ ନିଜ ମତ ବଦଳାଇଥିଲେ ସୂଚନାଯୋଗ୍ୟ, ନବୀନ ନିବାସରୁ ବାହାରିବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ ଯେ, ଆସନ୍ତାକାଲି ବନ୍ଦ ଡ଼ାକରା ଦେଇଛି ରାଜ୍ୟ କଂଗ୍ରେସ।
ଗତକାଲି ଦିଲ୍ଲୀ ରାଲିରେ ସାମିଲ ହୋଇଥିବା ହେତୁ ବିଜେଡି ବନ୍ଦରେ ସାମିଲ ହେବ।
କିନ୍ତୁ ଏଭଳି ପ୍ରତିକ୍ରିୟା ଦେବାର କିଛି ସମୟ ପରେ ପୁଣି ପ୍ରମିଳା ମଲ୍ଲିକ ନିଜ ମତ ବଦଳାଇ କହିଥିଲେ ଯେ ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ ଦେବନି।
ବିଜେଡି ସମଦୂରତାରେ ବିଶ୍ବାସ କରେ।
V Teja: ଜନ୍ମଦିନରେ ଜଳିଲା ଜୁଇ: ଦେଶ ସେବା ସ୍ବପ୍ନ ସାକାର, ନିଜ ସ୍ବପ୍ନ ରହିଗଲା ଅଧୁରା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।