Black Swan Dies ନନ୍ଦନକାନନରେ ବୟସ୍କ କଳା ରାଜହଂସର ମୃତ୍ୟୁ, ସଂଖ୍ୟା କମି ୩କୁ ଖସିଲା

Oct 26, 2026 - 21:41
Black Swan Dies  ନନ୍ଦନକାନନରେ ବୟସ୍କ କଳା ରାଜହଂସର ମୃତ୍ୟୁ, ସଂଖ୍ୟା କମି ୩କୁ ଖସିଲା

ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନର ବିହଙ୍ଗ ସରଣୀସ୍ଥିତ ଖୁଆଡ଼ରେ ରହୁଥିବା ଏକ ବୟସ୍କ ଅଣ୍ଡିରା କଳା ରାଜହଂସର ମୃତ୍ୟୁ ଘଟିଛି।

ଏହାପରେ ନନ୍ଦନକାନନରେ କଳା ରାଜହଂସ ସଂଖ୍ୟା ୩କୁ ହ୍ରାସ ପାଇଛି।

Advertisment ​ନନ୍ଦନକାନନରେ ସିଂହ ଶାବକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାରେ, ରାଜହଂସଟି ବାର୍ଦ୍ଧକ୍ୟରେ ପହଞ୍ଚିସାରିଥିଲା।

ତେବେ ବ୍ୟବଚ୍ଛେଦରେ ରାଜହଂସଟିର ଅନ୍ତଃନଳୀରେ ସଂକ୍ରମଣ ଥିବା ଜଣାଯାଇଛି।

ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୃତଦେହରୁ ନମୁନା ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି।

Nandankanan Zoological Park: ପର୍ଯ୍ୟଟକଙ୍କ ଆକର୍ଷଣ ନନ୍ଦନକାନନ ପ୍ରାଣୀଉଦ୍ୟାନ: ୬ ମାସରେ ଆସିଲେଣି ୧୫ ଲକ୍ଷ ପର୍ଯ୍ୟଟକ ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ୨ଟି ମାଈ ଓ ଗୋଟିଏ ଅଣ୍ଡିରା କଳା ରାଜହଂସ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।