07 NOVEMBER 2026

Welcome!

Unlock your personalized experience.
Sign Up

Blast: ପୁଲିସ ଷ୍ଟେସନରେ ବିସ୍ଫୋରଣ: ଡେଲିଭରି ବୟ ଏବଂ ଜଣେ ସବ-ଇନ୍ସପେକ୍ଟର ଆହତ

Nov 07, 2026 - 10:23
Blast: ପୁଲିସ ଷ୍ଟେସନରେ ବିସ୍ଫୋରଣ: ଡେଲିଭରି ବୟ ଏବଂ ଜଣେ ସବ-ଇନ୍ସପେକ୍ଟର ଆହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସଂଲଗ୍ନ ଗାଜିଆବାଦର ଇନ୍ଦିରାପୁରମ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ବସୁନ୍ଧରା ପୁଲିସ ଷ୍ଟେସନରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ପୁଲିସ ଷ୍ଟେସନର ଝରକା ଏବଂ ଏୟାର କଣ୍ଡିସନରକୁ କ୍ଷତି ପହଞ୍ଚାଇଥିଲା। 

ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବିସ୍ଫୋରଣରେ ୨୦ ବର୍ଷୀୟ ଖାଦ୍ୟ ଡେଲିଭରି ବୟ ବିଶାଲ ଏବଂ ଜଣେ ସବ-ଇନ୍ସପେକ୍ଟର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଦିଲ୍ଲୀର ସୂର୍ଯ୍ୟ ନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶାଲ ଗାଜିଆବାଦର ଅର୍ଥଲାର ବାସିନ୍ଦା ଏବଂ ଖାଦ୍ୟ ଡେଲିଭରି ବୟ ଭାବେ କାର୍ଯ୍ୟ କରନ୍ତି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗାଜିଆବାଦ ଫୋରେନସିକ୍ ଦଳ ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି।

ସମସ୍ତ ଦିଗରୁ ତଦନ୍ତ ଆରମ୍ଭ
ପୁଲିସ ଏବଂ ବିଶେଷଜ୍ଞ ଦଳ ବିସ୍ଫୋରଣର କାରଣ ନିର୍ଣ୍ଣୟ କରିବା ପାଇଁ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର ସଠିକ୍ କାରଣ ଏବଂ ପରିସ୍ଥିତି ଅସ୍ପଷ୍ଟ ରହିଛି। ପୁଲିସ କହିଛି, ଫୋରେନସିକ୍ ତଦନ୍ତ ଏବଂ ଅନ୍ୟାନ୍ୟ ପ୍ରମାଣରୁ ବିସ୍ଫୋରଣର ପ୍ରକୃତ କାରଣ ପ୍ରକାଶ କରିବ। ଶୁକ୍ରବାର ରାତି ପ୍ରାୟ ୧୦:୦୦ ଟା ସମୟରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ଅତିରିକ୍ତ କମିସନର ରାଜକରଣ ନାୟାର ଏବଂ ଏସିପି ସୂର୍ଯ୍ୟବଳୀ ମୌର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

Trump Suspect: ‘ମୁଁ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚିନ୍ତା କରୁଥିଲି’: ହ୍ୱାଇଟ୍ ହାଉସ୍ ନିକଟରୁ ଅସ୍ତ୍ରଶସ୍ତ୍ର ସହିତ ଧରାପଡ଼ିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ବୀକାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।