05 SEPTEMBER 2026

Welcome!

Unlock your personalized experience.
Sign Up

Blast: ରାସ୍‌ ଲଫାନ ବିସ୍ଫୋରଣ, ମୋଦୀଙ୍କ ସହ କଥା ହେଲେ କତର ଏମିର୍‌

Jun 24, 2026 - 23:40
Blast: ରାସ୍‌ ଲଫାନ ବିସ୍ଫୋରଣ, ମୋଦୀଙ୍କ ସହ କଥା ହେଲେ କତର ଏମିର୍‌

ନୂଆଦିଲ୍ଲୀ : କତର‌ରେ ରାସ ଲଫାନ ଶିଳ୍ପାଞ୍ଚଳରେ ନିକଟରେ ହୋଇଥିବା ଏକ ବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ମୋଟ୍‌ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କତର ଏମିର୍‌ ଶେଖ ତମିମ ବିନ୍‌ ହମଦ ଅଲ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଉକ୍ତ ଘଟଣା ପାଇଁ ଏମିର ଶେଖ୍‌ ତମିମ ବିନ୍‌ ଗଭୀର ଶୋକ ପ୍ରକାଶ କରିବା ସହ କତରର ସମର୍ଥନକୁ ଦୋହରାଇଛନ୍ତି। ଆହତମାନଙ୍କର ସେ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଉଲ୍ଲେଖଯୋଗ୍ୟ ବର୍ଜନ ଗ୍ୟାସ୍‌ ଫ୍ୟାସିଲିଟିରେ ହୋଇଥିବା ବିସ୍ଫୋରଣରେ ମୋଟ୍‌ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଭାରତୀୟଙ୍କ ସମେତ ଅନ୍ୟ ନାଗରିକମାନେ ଅଛନ୍ତି। ଅନ୍ୟପକ୍ଷେ ମୃତକଙ୍କୁ ଚିହ୍ନଟ କରିବାପାଇଁ ଭାରତ କତାର କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି କାମ କରୁଛି ଏବଂ ସେମାନଙ୍କ ମର ଶରୀର ଫେରାଇ ଆଣିବାପାଇଁ ସହଯୋଗ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।