BLO app: ବିଏଲ୍ଓ ଆପ୍ରେ ‘ଭିଆଇପି’ ଫିଚର୍କୁ ନେଇ ଚର୍ଚ୍ଚା: ଜୁଲାଇ ୩୦ରେ ହୋଇଥିଲା ଆପ୍ ଅପ୍ଡେଟ୍
"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ନିର୍ବାଚନ ଆୟୋଗ ବିରୋଧରେ ବିବାଦ ଚାଲିଥିବା ବେଳେ ବୁଥ୍ ଲେଭଲ୍ ଅଫିସର୍ (ବିଏଲ୍ଓ)ମାନେ ବ୍ୟବହାର କରୁଥିବା ଆପ୍ରେ ନୂଆ "ମାର୍କ ଭିଆଇପି" ଫିଚର୍ ଯୋଡ଼ାଯାଇଥିବା ଜଣାପଡ଼ିଛି। "ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍" (ଏସ୍ଆଇଆର୍) ସମୟରେ କେତେକ ଭୋଟରଙ୍କୁ ଭିଆଇପି ଭାବେ ଚିହ୍ନଟ କରିବା ପାଇଁ ଏହି ସୁବିଧା ଦିଆଯାଇଛି।Advertisment ଆହୁରି ପଢନ୍ତୁ :SSC CGL 2026: ଏସ୍ଏସ୍ସି ସିଜିଏଲ୍ରେ ୧,୫୨୫ ପଦ କମିଲା, ଏବେ ୧୦,୭୩୧ ପଦରେ ହେବ ନିଯୁକ୍ତି...
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ଅନୁସାରେ, ଜୁଲାଇ ୩୦ରେ ବିଏଲ୍ଓ ଆପ୍କୁ ଅପ୍ଡେଟ୍ କରାଯାଇ ଏହି ଫିଚର୍ ଯୋଡ଼ାଯାଇଥିଲା।
ଆପ୍ଲ ଆପ୍ ଷ୍ଟୋର୍ର ରେକର୍ଡରେ ଜୁଲାଇ ୩୧ରେ "ମାର୍କ ଭିଆଇପି ଇଲେକ୍ଟର୍ ରିଲେଟେଡ୍ ଚେଞ୍ଜେସ୍" ଭାବେ ଏହି ଅପ୍ଡେଟ୍ ଦର୍ଶାଯାଇଛି।
ତେବେ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ରେ ଏହି ପରିବର୍ତ୍ତନର ରେକର୍ଡ ମିଳିନାହିଁ।
ନୂଆ ଫିଚର୍ ଅନୁସାରେ, ବିଏଲ୍ଓ ଜଣେ ଭୋଟରଙ୍କ ଘରକୁ ଯାଇ ଯାଞ୍ଚ କରିବା ପରେ ତାଙ୍କୁ ଭିଆଇପି ଭାବେ ଚିହ୍ନଟ କରିପାରିବେ।
ଏହାପରେ ଏହି ଚିହ୍ନକୁ ପ୍ରଥମେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆର୍ଓ), ପରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ) ଏବଂ ଶେଷରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଯାଞ୍ଚ କରିଥାଏ।
ଆହୁରି ପଢନ୍ତୁ :Puri Jagannath: ପୋର୍ଟାଲରେ ରହିବ ଶ୍ରୀଜଗନ୍ନାଥଙ୍କ ସବୁଜମି ଦଖଲକାରୀ ତଥ୍ୟ; ଉପକୃତ ହେବେ ସେବାୟତ ଓ ଅଣସେବାୟତ ତେବେ ଭୋଟରଙ୍କୁ ଭିଆଇପି ଭାବେ ଚିହ୍ନଟ କରିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ନୂଆ ନୁହେଁ।
ନିର୍ବାଚନ ଆୟୋଗର ନିୟମ ଓ ମାନୁଆଲ୍ରେ ୨୦୧୮ରୁ ଏହାର ବ୍ୟବସ୍ଥା ରହିଛି।
୨୦୨୩ ମାର୍ଚ୍ଚର ଇଲେକ୍ଟୋରାଲ୍ ରୋଲ୍ ମାନୁଆଲ୍ ଅନୁସାରେ ସାଂସଦ, ବିଧାୟକ, ସାମ୍ବିଧାନିକ ପଦାଧିକାରୀ, ନ୍ୟାୟପାଳିକା ସହ ଜଡ଼ିତ ବ୍ୟକ୍ତି, ସରକାରୀଅଧିକାରୀ ଏବଂ କଳା, ସଂସ୍କୃତି, ସାମ୍ବାଦିକତା ଓ କ୍ରୀଡ଼ା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିଙ୍କୁ ଏହି ତାଲିକାରେ ରଖାଯାଇପାରେ।
ଦିଲ୍ଲୀରେ ଏଭଳି ଭିଆଇପି ଭୋଟରଙ୍କ ସଂଖ୍ୟା ପ୍ରାୟ ୩,୦୦୦ ବୋଲି ଜଣେ ଅଧିକାରୀ କହିଛନ୍ତି।
ଭିଆଇପି ଭୋଟରଙ୍କୁ ଡ୍ରାଫ୍ଟ ଭୋଟର ତାଲିକାରେ ସ୍ୱୟଂକ୍ରିୟ ଭାବେ ସାମିଲ କରାଯାଇପାରେ, କିନ୍ତୁ ସେମାନେ ଆପତ୍ତି ଓ ଦାବି ପ୍ରକ୍ରିୟାରୁ ବାଦ୍ ପଡ଼ନ୍ତି ନାହିଁ।
ଆହୁରି ପଢନ୍ତୁ :SSC CGL 2026: ଏସ୍ଏସ୍ସି ସିଜିଏଲ୍ରେ ୧,୫୨୫ ପଦ କମିଲା, ଏବେ ୧୦,୭୩୧ ପଦରେ ହେବ ନିଯୁକ୍ତି...
ଏହି ଫିଚର୍କୁ ନେଇ ଚର୍ଚ୍ଚା ବଢ଼ିବାର ଅନ୍ୟତମ କାରଣ ହେଉଛି, ଦିଲ୍ଲୀର ଏସ୍ଆଇଆର୍ ସମୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର ଓ ନିର୍ବାଚନ କମିସନର ଏସ୍ଏସ୍ ସାନ୍ଧୁଙ୍କ ଭଳି କେତେକ ପ୍ରମୁଖ ବ୍ୟକ୍ତିଙ୍କୁ "ଲଜିକାଲ୍ ଡିସ୍କ୍ରେପାନ୍ସି" (ତାର୍କିକ ଅସଂଗତି) ନୋଟିସ୍ ମିଳିଥିଲା।
ଏହା ମଧ୍ୟରେ ଜ୍ଞାନେଶ କୁମାରଙ୍କୁ ନେଇ ନିର୍ବାଚନ ଆୟୋଗର ଆଭ୍ୟନ୍ତରୀଣ ନିଷ୍ପତ୍ତିକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।