BMC: ବିଏମ୍ସିରେ ଗ୍ରାମାଞ୍ଚଳ ମିଶ୍ରଣ ପ୍ରସଙ୍ଗ: ଚିଠା ପ୍ରସ୍ତାବ ପ୍ରସ୍ତୁତ, ଶୀଘ୍ର ବିଭାଗକୁ ଚିଠି
"ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ଉପକଣ୍ଠ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳଗୁଡ଼ିକର ମିଶିବାକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି।
ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ପୂର୍ବରୁ ୨୬ଟି ଗାଁକୁ ଏଥିପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା ଓ ନଗର ଉନ୍ନୟନ ବିଭାଗ ଏ ସଂପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲା।
ଏହାର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶନ ଅପେକ୍ଷାରେ ଥିବାବେଳେ ଆହୁରି ୪୬ଟି ଗାଁ ଏହି ତାଲିକାରେ ଯୋଡ଼ି ହୋଇଛି।
୪୬ଟି ଗାଁର ଆବେଦନକୁ ଯାଞ୍ଚ ପରେ ଭୁବନେଶ୍ବର ମହାନଗର ନିଗମ ଏମାନଙ୍କୁ ଯୋଗ୍ୟ ବିବେଚିତ କରିବା ସହ ଏ ବାବଦ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଛି।
ଖୁବ୍ଶୀଘ୍ର ଏହି ଚିଠା ପ୍ରସ୍ତାବ ନଗର ଉନ୍ନୟନ ବିଭାଗକୁ ପଠାଇବାକୁ ଯାଉଛି।
ଭୁବନେଶ୍ବର ବ୍ଲକର ଧଉଳି, ମଳିପଡ଼ା, ଲିଙ୍ଗିପୁର, ରଘୁନାଥପୁର ଓ ଟିକରପଡ଼ା ପଞ୍ଚାୟତ ଏବଂ ଜଟଣୀ ବ୍ଲକ୍ର ପଧାନସାହି ପଞ୍ଚାୟତରେ ଏହି ୪୬ଟି ଗାଁ ରହିଛି।
Advertisment World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମରେ ମିଶିବାକୁ ଭୁବନେଶ୍ବର, ବାଲିଅନ୍ତା ଓ ଜଟଣୀ ବ୍ଲକ୍ର ୧୪ଟି ପଞ୍ଚାୟତର ୭୧ଟି ଗାଁ ମିଶିବାକୁ ଆଗ୍ରହ ଦେଖାଇଥିଲେ।
ଏଥିରେ ଭୁବନେଶ୍ବର ବ୍ଲକ୍ର ୧୨ଟି ପଞ୍ଚାୟତର ୬୬ଟି ଗାଁ, ଜଟଣୀ ବ୍ଲକ୍ର ଗୋଟିଏ ପଞ୍ଚାୟତର ୪ଟି ଗାଁ ଓ ବାଲିଅନ୍ତା ବ୍ଲକ୍ର ଗୋଟିଏ ପଞ୍ଚାୟତର ଗୋଟିଏ ଗାଁ" ଥିଲା।
ପଞ୍ଚାୟତସ୍ତରରୁ ପ୍ରସ୍ତାବ ପରେ ୩ ବ୍ଲକ୍ର ବିଡିଓ ମହାନଗର ନିଗମକୁ ଏହି ତାଲିକା ଦେଇଥିଲେ।
ସେହି ଅନୁସାରେ ବିଏମ୍ସି ନଗର ଉନ୍ନୟନ ବିଭାଗକୁ ଚିଠା ପ୍ରସ୍ତାବ ପଠାଇଥିଲା।
ଗାଁଗୁଡ଼ିକର ଭୌଗଳିକ ସ୍ଥିତି, ମିଶିଲେ କ"ଣ କ"ଣ ଭିତ୍ତିଭୂମି ଆବଶ୍ୟକ ଓ କେତେ ଖର୍ଚ୍ଚ ଭାର ବଢ଼ିବ, ତାର ହିସାବ ଦେଇଥିଲା।
କିନ୍ତୁ ନଗର ଉନ୍ନୟନ ବିଭାଗ କେବଳ ଭୁବନେଶ୍ବର ବ୍ଲକ୍ର ୬ଟି ପଞ୍ଚାୟତର ୨୫ଟି ଗାଁ ଓ ବାଲିଅନ୍ତା ବ୍ଲକ୍ର ଗୋଟିଏ ପଞ୍ଚାୟତର ଗୋଟିଏ ଗାଁ ମହାନଗର ନିଗମରେ ମିଶିବା ନେଇ ଚିଠା ବିଜ୍ଞପ୍ତି(ଚିଠି ସଂଖ୍ୟା-୩୧୯୩୧/୩୧.୧୨.୨୦୨୫) ଜାରି କରିଥିଲା।
ତାଲିକାରେ ଭୁବନେଶ୍ବର ବ୍ଲକ୍ର ରଣସିଂହପୁର ପଞ୍ଚାୟତର ସିଜୁଆ, ତମାଣ୍ଡୋ ପଞ୍ଚାୟତର ସିଜିପୁଟ, ନାରଗୋଦା, ସହଜପୁର, ତମାଣ୍ଡୋ, ବିଜିପୁର, ଦାସବାଟିଆ, ବାଲିଆପଡ଼ା, କାଶିପୁର, ବେଗୁନିଆବରହି ଶିଶୁପାଳଗଡ଼ ପଞ୍ଚାୟତର ବଡ଼ଧାନପୁର, ଶିଶୁପାଳଗଡ଼ ଓ ମହାଭୋଇଶାସନ, ଅନ୍ଧାରୁଆ ପଞ୍ଚାୟତର ଜଗନ୍ନାଥପ୍ରସାଦ, ଅନ୍ଧାରୁଆ, ଦାସପୁର, ଚୁନୁକୋଳି ଓ ଗୋଡ଼ିବାରି, ବାସୁଆଘାଇ ପଞ୍ଚାୟତର ଦୁର୍ଗାପୁରପାଟଣା, ବାସୁଆଘାଇ, କେଶୁରା, କୋରଡ଼କଣ୍ଟା ଓ ବାଙ୍କୁଆଳ, ଲିଙ୍ଗିପୁର ପଞ୍ଚାୟତର ରଘୁନାଥପୁର ଓ ଲିଙ୍ଗିପୁର ଏବଂ ବାଲିଅନ୍ତା ବ୍ଲକ୍ର ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗାଁ ଥିଲା।
ମହାନଗର ନିଗମ ନଗର ଉନ୍ନୟନ ବିଭାଗର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ଅପେକ୍ଷାରେ ରହିଛି।
ଏଭଳିସ୍ଥଳେ ଆହୁରି ୬ଟି ପଞ୍ଚାୟତର ୪୬ଟି ଗାଁକୁ ମହାନଗର ନିଗମ ଯୋଗ୍ୟ ବିବେଚିତ କରିବା ସହ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଛି।
ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା ସୂଚନାଯୋଗ୍ୟ, ଏହି ଗାଁ ସବୁ ମିଶିବା ପରେ ଭୁବନେଶ୍ବର ମହାନଗର ନିଗମ ଏଠାର ବିକାଶ ଭାର ମୁଣ୍ଡାଇବ।
ରାସ୍ତାଘାଟ, ପାଣି, ବିଜୁଳିଠାରୁ ଆରମ୍ଭ କରି ସମସ୍ତ ମୌଳିକ ସେବା ଯୋଗାଇଦେବ।
ସେପଟେ ପୂର୍ବରୁ ଯେଉଁ ୨୬ଟି ଗାଁର ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା, ନଗର ଉନ୍ନୟନ ବିଭାଗ ତାର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରି ଉନ୍ନୟନ କାର୍ଯ୍ୟକୁ ହାତକୁ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏହା ପୂର୍ବରୁ ଗ୍ରାମାଞ୍ଚଳ ମିଶ୍ରଣ କାମ ସାରିବାକୁ ଦାବି ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।