BMC: ବିଜେପିର ଆପତ୍ତି ପରେ ଦିୟା ମିର୍ଜାଙ୍କ ଭିଡିଓ ହଟାଇଲା ବିଏମ୍‌ସି

Nov 02, 2026 - 20:54
BMC: ବିଜେପିର ଆପତ୍ତି ପରେ ଦିୟା ମିର୍ଜାଙ୍କ ଭିଡିଓ ହଟାଇଲା ବିଏମ୍‌ସି

ମୁମ୍ବାଇ: ଦୀପାବଳିରେ ବାଣ ନ ଫୁଟାଇବା ଏବଂ ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଅପିଲ୍‌ କରି ଅଭିନେତ୍ରୀ ଦିୟା ମିର୍ଜା ଦେଇଥିବା ଭିଡିଓକୁ ସୋସିଆଲ୍‌ ମିଡିଆରୁ ହଟାଇ ଦେଇଛି ମୁମ୍ବାଇର ନଗର ପ୍ରଶାସନ ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମ୍‌ସି)।

ମୁମ୍ବାଇ ବିଜେପି ସଭାପତି ଅମିତ ସତମ୍‌ ଏହି ଭିଡିଓକୁ ନେଇ ଆପତ୍ତି ଉଠାଇବା ପରେ ନଗର ପ୍ରଶାସନ ଏହି ପଦକ୍ଷେପ ନେଇଛି।

ତେବେ ଏ ସମ୍ପର୍କରେ ବିଏମ୍‌ସି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

Advertisment ଆହୁରି ପଢନ୍ତୁ : Mukesh Ambani: ଦିନକରେ ମୁକେଶଙ୍କ ସମ୍ପତ୍ତି ୮୦,୭୦୦ କୋଟି ବଢ଼ିଲା ଦୀପାବଳି ସମୟରେ ମୁମ୍ବାଇରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲା।

ଏଥିରେ ଦିୟା ମିର୍ଜାଙ୍କ ସମେତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ମରାଠୀ ଅଭିନେତ୍ରୀ ନିଶିଗନ୍ଧା ୱାଡ୍‌ ଏବଂ କ୍ରିକେଟର୍‌ ଅଜିଙ୍କ୍ୟ ରାହାଣେଙ୍କ ଭଳି ପରିଚିତ ବ୍ୟକ୍ତିତ୍ୱଙ୍କୁ ସାମିଲ କରାଯାଇଥିଲା।

ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ପରିବେଶ ଅନୁକୂଳ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଥିଲେ।

ବିଏମ୍‌ସିର ଏହି ଅଭିଯାନ ପଛରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଥିଲା।

ମୁମ୍ବାଇରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଏବଂ ପର୍ବପର୍ବାଣି ସମୟରେ ବାଣ ଫୁଟାଇବା ଉପରେ ନିୟନ୍ତ୍ରଣର ଅଭାବକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ।

ସାଧାରଣ ରାସ୍ତା, ପାର୍କ ଓ ସାମୂହିକ ବ୍ୟବହାର ସ୍ଥାନରେ ବାଣ ଫୁଟାଇବା ଉପରେ କଟକଣା ଲଗାଇବା ସହ ପ୍ରଦୂଷଣ ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ ପରିଚିତ ବ୍ୟକ୍ତିମାନଙ୍କୁ ସାମିଲ କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ।

ଆହୁରି ପଢନ୍ତୁ : Ticket Price: ଅସାଧାରଣ ପରିସ୍ଥିତି ବିମାନ ଟିକେଟ୍ ଦର ନିୟନ୍ତ୍ରଣ କରିବେ ସରକାର, ଜାନୁଆରିରୁ ନୂଆ ନିୟମ କିନ୍ତୁ ନଭେମ୍ବର ୧ ତାରିଖରେ ଅମିତ ସତମ୍‌ ସୋସିଆଲ୍‌ ମିଡିଆରେ ଦିୟାଙ୍କ ଭିଡିଓକୁ ନେଇ ଆପତ୍ତି ଉଠାଇଥିଲେ।

ଦୀପାବଳି କିପରି ପାଳନ କରାଯିବ, ସେଥିପାଇଁ ଦିୟା ମିର୍ଜାଙ୍କଠାରୁ ଉପଦେଶର ଆବଶ୍ୟକତା ନାହିଁ ଏବଂ ଭାରତୀୟ ପରମ୍ପରା ଆମ ସଂସ୍କୃତିରେ ଗଭୀର ଭାବେ ଜଡ଼ିତ ବୋଲି ସେ ଲେଖିଥିଲେ।

ଏହା ପରେ ବିଏମ୍‌ସି ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରୁ ଦିୟାଙ୍କ ଭିଡିଓ ହଟାଇ ଦେଇଥିଲା।

ଏହି ଘଟଣାରେ ଅନ୍ୟ ଅଭିନେତା ଓ କ୍ରୀଡ଼ାବିତ୍‌ଙ୍କ ଭିଡିଓଗୁଡ଼ିକୁ କିନ୍ତୁ ହଟାଯାଇନାହିଁ।

ମାଧୁରୀ ଦୀକ୍ଷିତ, ନିଶିଗନ୍ଧା ୱାଡ୍‌ ଓ ଅଜିଙ୍କ୍ୟ ରାହାଣେଙ୍କ ବାର୍ତ୍ତା ବିଏମ୍‌ସିର ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ରହିଛି।

ଏହାକୁ ନେଇ ଚୟନମୂଳକ ଭାବେ କେବଳ ଦିୟାଙ୍କ ଭିଡିଓ ହଟାଯିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।

ଆହୁରି ପଢନ୍ତୁ : ନୀତା ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: ୧୦୦ ଏକର ଜମିରେ ନିର୍ମାଣ ହେବ 'ଅନନ୍ତ ଆଶ୍ରୟ' ଏହି ବିବାଦ ଉପରେ ଦିୟା ମିର୍ଜା କହିଛନ୍ତି ଯେ ତାଙ୍କ ଭିଡିଓ ଜନସଚେତନତା ଉଦ୍ଦେଶ୍ୟରେ ରେକର୍ଡ କରାଯାଇଥିଲା।

ଦୀପାବଳି ଅନ୍ଧକାର ଉପରେ ଆଲୋକ, ଅଜ୍ଞାନ ଉପରେ ଜ୍ଞାନ ଏବଂ ନିରାଶା ଉପରେ ଆଶାର ବିଜୟର ପର୍ବ ବୋଲି ସେ କହିଛନ୍ତି।

ବାୟୁ ପ୍ରଦୂଷଣ ଜନସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହାକୁ କମାଇବା ପାଇଁ ପ୍ରୟାସ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ଶିବସେନା ମୁଖପାତ୍ର ଶାଇନା ଏନ୍‌ସି ଓ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠାୱାଲେ ମଧ୍ୟ ଦିୟାଙ୍କ ବାର୍ତ୍ତାକୁ ନେଇ ଆପତ୍ତି ଉଠାଇଛନ୍ତି।

ତେବେ ବିଏମ୍‌ସିର ଏହି ନିଷ୍ପତ୍ତି ପରିବେଶ ସୁରକ୍ଷା, ଧାର୍ମିକ ପରମ୍ପରା ଓ ଜନସଚେତନତା ଅଭିଯାନରେ ରାଜନୈତିକ ହସ୍ତକ୍ଷେପକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।