Boat accident: ଉତ୍ତର ସାଇପ୍ରସରେ ୨୭୦ ଯାତ୍ରୀ ସହିତ ଡଙ୍ଗା ବୁଡ଼ିଗଲା
"ନିକୋସିଆ: ରିପୋର୍ଟ ଅନୁସାରେ ରବିବାର ଅପରାହ୍ଣରେ ପ୍ରାୟ ୨୭୦ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଉତ୍ତର ସାଇପ୍ରସରେ ବୁଡ଼ିଯାଇଥିଲା।
ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ତୁର୍କୀ ସାଇପ୍ରସ୍ ଗଣମାଧ୍ୟମ ରିପୋର୍ଟ କରିଛି।
କାଇରେନିଆ ସହରର ମେୟର ମୁରାତ ସେନକୁଲ କହିଛନ୍ତି ଯେ, ଜାହାଜରେ ଥିବା ୨୫୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫୯ ଜଣ କୂଳରେ ପହଞ୍ଚି ସାରିଛନ୍ତି।
ଡଙ୍ଗାଟି କୂଳଠାରୁ ପ୍ରାୟ ଚାରି ମାଇଲ ଦୂରରେ ପାଣିରେ ବୁଡ଼ିବାକୁ ଆରମ୍ଭ କରିଥିଲା।
ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି।Advertisment Boat Capsizes Ganga: ଗଙ୍ଗାରେ ଓଲଟି ପଡ଼ିଲା ଡଙ୍ଗା : ୬ଜଣ ଶ୍ରମିକ ନିଖୋଜ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।