Boat Capsize: ବିହାର ଡ଼ଙ୍ଗାବୁଡ଼ି ଘଟଣା: ମୋଦୀ ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା

Oct 14, 2026 - 08:15
Boat Capsize: ବିହାର ଡ଼ଙ୍ଗାବୁଡ଼ି ଘଟଣା: ମୋଦୀ ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା

"ନୂଆଦିଲ୍ଲୀ:  କୂଳରେ ପହଞ୍ଚିବା ପୂର୍ବରୁ ସବୁକିଛି ଶେଷ!

ଯେଉଁ ବୟସରେ ପିଲାମାନେ ହାତରେ ବହି ଧରି ଭବିଷ୍ୟତ ଗଢ଼ିବା କଥା, ସେହି ବୟସରେ ନଦୀର ଗଭୀର ଜଳରେ ଲିଭିଗଲା ୧୩ ଜଣ ଶିଶୁଙ୍କ ଜୀବନଦୀପ।

ବିହାରର ବୈଶାଳୀ ଜିଲ୍ଲାର ରାଘୋପୁରରେ ଘଟିଥିବା ଏହି ଛାତିଥରା ଡ଼ଙ୍ଗା ଦୁର୍ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ଏହି ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ମର୍ମାହତ କରିଛି।

ବୈଶାଳୀ ଜିଲ୍ଲାର ରାଘୋପୁର ବ୍ଲକ୍‌ ଅନ୍ତର୍ଗତ ରାମପୁର ଶ୍ୟାମଚନ୍ଦ ଗାଁ ନିକଟରେ ଗଙ୍ଗା ନଦୀରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

ଡ଼ଙ୍ଗାଟି ଓଲଟି ପଡ଼ିବାରୁ ୧୩ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି।

ମୃତକଙ୍କ ମଧ୍ୟରେ ରାମପ୍ରବେଶ ରାୟ ଓରଫ ରାଜାଙ୍କ ପରିବାରର ୭ ଜଣ ଶିଶୁ ଥିବା ଜଣାପଡ଼ିଛି।

ଗୋଟିଏ ପରିବାରର ଏତେ ଜଣ ପିଲାଙ୍କୁ ହରାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି।Advertisment Protest: ପାକିସ୍ତାନରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲା ପୁଲିସ, ୫୦ ଜଣ ଗିରଫ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ଉପରାଷ୍ଟ୍ରପତି ସି.ପି.

ରାଧାକୃଷ୍ଣନ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି।

ଅନ୍ୟପଟେ ନାଆଟି ପୁରୁଣା ଓ ଜରାଜୀର୍ଣ୍ଣ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏହାକୁ ବଦଳାଇବା ପାଇଁ ବାରମ୍ବାର ଆବେଦନ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି।

ଘଟଣାସ୍ଥଳରେ ଜିଲ୍ଲାପାଳଙ୍କୁ ଘେରି ପ୍ରତିବାଦ ମଧ୍ୟ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।

ଏବେ ସବୁଠୁ ବଡ଼ ପ୍ରଶ୍ନ, ଯଦି ସମୟ ପୂର୍ବରୁ ଜରାଜୀର୍ଣ୍ଣ ନାଆକୁ ବଦଳାଯାଇଥାନ୍ତା, ତେବେ କ'ଣ ଏତେଗୁଡ଼ିଏ ନିରୀହ ଜୀବନ ବଞ୍ଚିଯାଇନଥାନ୍ତା?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।