Book release: ଭବ୍ୟ ଉତ୍ସବରେ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍‍’ ପୁସ୍ତକ ଲୋକାର୍ପିତ

Aug 08, 2026 - 22:27
Book release: ଭବ୍ୟ ଉତ୍ସବରେ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍‍’ ପୁସ୍ତକ ଲୋକାର୍ପିତ

"ଭୁବନେଶ୍ୱର: କ୍ରୀଡ଼ାମନ୍ତ୍ରୀ ଭାବରେ ମୁଁ ନିୟମିତ ସଂଖ୍ୟାଧିକ କାର୍ଯ୍ୟକ୍ରମରେ ସାମିଲ ହେଉଛି।

ସବୁ ଖେଳ ପ୍ରତିଯୋଗିତାକୁ ନେଇ କାର୍ଯ୍ୟକ୍ରମ।

କିନ୍ତୁ ଆଜି ଏହି ବିଶେଷ ଉତ୍ସବରେ କ୍ରୀଡ଼ା ପୁସ୍ତକର ଲୋକାର୍ପଣରେ ମୁଁ ଅତିଥି ସାଜିବା ମୋର ଏହା ପ୍ରଥମ ଅନୁଭୂତି।

ଏହା ମୋର ସୌଭାଗ୍ୟର କଥା।

ଲୋକାର୍ପିତ ହୋଇଥିବା "କ୍ରୀଡ଼ା ଓ କ୍ରୀଡ଼ାବିତ୍‍"ଙ୍କ ପ୍ରତ୍ୟକ ପୃଷ୍ଠାରେ ଏପରି ତଥ୍ୟ ସବୁ ସମ୍ମିଳିତ ହୋଇ ରହିଛି ଯାହାକୁ ପଢ଼ିଲେ ସମସ୍ତେ ଆମୋଦିତ ହେବେ।

Advertisment ରାଜ୍ୟ କ୍ରୀଡ଼ା ବିଭାଗ ଏହି ପୁସ୍ତକର କିପରି ବ୍ୟାପକ ବିତରଣ ହୋଇପାରିବ ସେ ଦିଗରେ ସଯତ୍ନ ପ୍ରୟାସ କରିବ ବୋଲି ମୁଖ୍ୟ ଅତିଥି ଭାବରେ ଭାଷଣ ରଖିଲା ବେଳେ କହିଥିଲେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଶନିବାର ଅପରାହ୍ଣରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ପରିସରରେ ଥିବା ଟେନିସ ଅଡିଟୋରିୟମ୍‍ରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ପରଲୋକଗତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ "କ୍ରୀଡ଼ା ଓ କ୍ରୀଡ଼ାବିତ୍‍"ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Australian Library: ୧୫୦ ବର୍ଷ ପୂର୍ବେ ନିଆଯାଇଥିବା ପୁସ୍ତକ ଅଷ୍ଟ୍ରେଲିଆ ଲାଇବ୍ରେରିକୁ ଫେରସ୍ତ ଅଶୋକ ମହାନ୍ତି ସ୍ମୃତି କମିଟି ଏବଂ ଭୁବନେଶ୍ୱର କ୍ରୀଡ଼ା ସଂସଦ ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି କ୍ରୀଡ଼ାମନ୍ତ୍ରୀ ସୂରଜଙ୍କ ସହ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର କ୍ରୀଡ଼ା ସଂସଦ ସମ୍ପାଦକ ଡ.

ସୌର୍ଯ୍ୟରଂଜନ ପରିଜା, ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ, ବରିଷ୍ଠ ରେଳବାଇ ଅଧିକାରୀ ଦିଲ୍ଲୀପ ସାମନ୍ତରାୟ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସଂଗଠକ ଜଗନ୍ନାଥ ପ୍ରଧାନ ଏବଂ ପ୍ରଶାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଏହି ଉତ୍ସବରେ ଭାଷଣ ଦେଲାବେଳେ ଅଶୋକ ମହାନ୍ତିଙ୍କ ସହ ସମ୍ପର୍କର ସ୍ମୃତି ଚାରଣ କରି ବକ୍ତାମାନେ ଓଡ଼ିଶା କ୍ରୀଡ଼ାର ବିକାଶରେ ତାଙ୍କ ଯୋଗଦାନର କଥା ବିସ୍ତୃତ ଭାବେ କହିଥିଲେ।

ଓଡ଼ିଶା ଅଲିମ୍ପିକ ସଂଘ ଏହି ପୁସ୍ତକକୁ ପ୍ରଥମ ଗ୍ରାହକ ଭାବେ କିଣି ସବୁଦିନ ଆଥଲେଟିକ୍‍ ସଂଘକୁ ପଠାଇବ ବୋଲି ଘୋଷଣା କରିଥିଲେ ସମୀର ମହାନ୍ତି।

ଏହି ଅବସରରେ ପୁସ୍ତକର ପ୍ରକାଶିକା ଲିଜାଶ୍ରୀ ବିଶୋୟୀଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ଅଶୋକ ମହାନ୍ତିଙ୍କ ଝିଅ ଅମ୍ରିତା ମହାନ୍ତି ଓ ଜର୍ମାନୀରେ ରହୁଥିବା ଜ୍ୱାଇଁ ସଂଗ୍ରାମ ମହାନ୍ତିଙ୍କୁ ପ୍ରଥମ ପୁସ୍ତକ ଉପହାର ଆକାରରେ ଦିଆଯାଇଥିଲା।

କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଅର୍ଜୁନ ବିଜୟିନୀ ମିନତି ମହାପାତ୍ର, କ୍ରିକେଟ କୋଚ କିଶୋର ମାଣିଆ, ବିଶିଷ୍ଟ ସଂଗଠକ ମକବୁଲ ଅଲ୍ଲୀ, କ୍ରୀଡ଼ା ଫିଜିଓ ଡାକ୍ତର ମୁକ୍ତିପ୍ରସାଦ ଦାଶ, କୋଚ ଅରୁଣ ଦାସ, ଲଳିତ ମହାନ୍ତି, ରାଜେଶ ସିଂଙ୍କ ସହ ବହୁ କ୍ରୀଡ଼ାବିତ୍‍, କ୍ରୀଡ଼ା ସଂଗଠକ ଓ କ୍ରୀଡ଼ା ସାମ୍ବାଦିକମାନେ ସାମିଲ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।