Braj Mohan Ram to Take Oath: ଆଜି ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ, ଶପଥ ପାଠ କରାଇବେ ହାଇକୋର୍ଟ ମୁଖ୍ୟ ବିଚାରପତି

Oct 18, 2026 - 10:03
Braj Mohan Ram to Take Oath: ଆଜି ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ, ଶପଥ ପାଠ କରାଇବେ ହାଇକୋର୍ଟ ମୁଖ୍ୟ ବିଚାରପତି

ଆଜି ଶପଥ ନେବେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମ। ଆନୁଷ୍ଠାନିକ ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ। ଲୋକ ଭବନର ନୂତନ ଅଭିଷେକ ହଲରେ ସକାଳ ୧୧ଟା ସମୟରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ନୂତନ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। 

ଆଜିର ଶପଥଗ୍ରହଣ ପୂର୍ବରୁ ଗତକାଲି ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ମାଆ ଓ ପତ୍ନୀଙ୍କ ସହିତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ିଥିଲେ ନବନିଯୁକ୍ତ ରାଜ୍ୟପାଳ।

ଦର୍ଶନ ପରେ ଗଣମାଧ୍ୟମକୁ ପତିକ୍ରିୟା ରଖି ନୂଆ ରାଜ୍ୟପାଳ କହିଥିଲେ, ଜଗନ୍ନାଥଙ୍କ ଭୂମିରେ ସେବା କରିବାର ସୁଯୋଗ ମିଳିଥିବାକୁ ସେ କୃତଜ୍ଞ। ଶପଥ ଗ୍ରହଣ କରିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛା ଥିଲା। ଆଗକୁ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କାମ କରିବି ବୋଲି କହିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।