Bribery Allegation: ଭିଜିଲାନ୍ସ ପଞ୍ଝାରେ ଅଧୀକ୍ଷଣ ଯନ୍ତ୍ରୀ, ଗାଡ଼ି ଓ ଫ୍ଲାଟରୁ ମିଳିଲା ୨୧ ଲକ୍ଷରୁ ଅଧିକ ଟଙ୍କା
ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ତାଙ୍କ ଗାଡ଼ି ଓ ଭଡ଼ା ଫ୍ଲାଟ୍ରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗକୁ ନେଇ ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ଏହି ଟଙ୍କା ଜବତ କରାଯାଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ପ୍ରସନ୍ନଜିତ୍ ଦାସଙ୍କ ଗାଡ଼ିକୁ ଅଟକାଇଥିଲା ଭିଜିଲାନ୍ସ ଟିମ୍। ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିରେ ସେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ୭ ଲକ୍ଷ ୨୮ ହଜାର ଟଙ୍କା ମିଳିଥିଲା। ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ଏହାକୁ ଜବତ କରିଥିଲା।
ଏହାପରେ ଶନିବାର ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ତାଙ୍କ ଭଡ଼ା ଫ୍ଲାଟ୍ରେ ଚଢ଼ାଉ କରାଯାଇଥିଲା। ସେଠାରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ ହୋଇଛି। ଏହିପରି ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ, ବରଗଡ଼ସ୍ଥିତ ପ୍ରସନ୍ନଜିତ୍ ଦାସଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ଭିଜିଲାନ୍ସ। ଟଙ୍କାର ଉତ୍ସ ଏବଂ ଲାଞ୍ଚ ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ମିଳିଲା ୭.୨୮ ଲକ୍ଷ
ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ
ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସଙ୍କ ଘରେ ଚଢାଉ
ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ
ରାତି ଅଧରେ ଏଜି ଛକରେ ଅଟକାଇ ଗାଡି ଯାଞ୍ଚ
ଗାଡ଼ିରୁ ମିଳିଲା ନଗଦ ୭.୨୮ ଲକ୍ଷ
ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡିରେ ଟଙ୍କା ନେଉଥିଲେ ବାବୁ
ଟଙ୍କାର ଉତ୍ସ ନେଇ ଉତ୍ତର ଦେଇ ପାରିନଥିଲେ ଯନ୍ତ୍ରୀ
ସକାଳେ ଘାଟିକିଆ ସ୍ଥିତ ଫ୍ଲାଟ୍ ରୁ ନଗଦ ୧୪.୬୦ଲକ୍ଷ ଟଙ୍କା ଜବତ
ମୋଟ ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ; ଅଧୀକ୍ଷଣ ଯନ୍ତ୍ରୀ ଅଟକ
ଗାଡି଼ରୁ ୭.୨୮ ଲକ୍ଷ ଘରୁ ୧୪.୬୦ଲକ୍ଷ ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।