BRICS summit 2026: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ତାରିକ ରେହମାନ୍!

Sep 10, 2026 - 16:03
BRICS summit 2026: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ତାରିକ ରେହମାନ୍!

"ଢାକା/ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍ ଯୋଗଦେବାର ସମ୍ଭାବନା ନାହିଁ।

ବାଂଲାଦେଶ ବୈଦେଶିକ ମନ୍ତ୍ରୀ ହୁମାୟୁନ୍ କବୀର ଏହି ସୂଚନା ଦେଇ କହିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ବ୍ରିକ୍ସ ସମ୍ମିଳନୀ ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରାଯାଇ ନାହିଁ, ବରଂ "ବିମ୍ସଟେକ୍" ଅଧ୍ୟକ୍ଷ ପଦବୀ ଆଧାରରେ ନିମନ୍ତ୍ରଣ ପଠାଯାଇଛି।

ତେଣୁ ସେ କିପରି ଏହି ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି।Advertisment ଅନ୍ୟପକ୍ଷରେ, ବ୍ରିକ୍ସର ଆୟୋଜକ ଦେଶ ଭାରତ ବାଂଲାଦେଶ ପ୍ରଧାନମନ୍ତ୍ରୀ ରେହମାନଙ୍କୁ ବିମ୍ସଟେକର ବର୍ତ୍ତମାନର ଅଧ୍ୟକ୍ଷ ଭାବେ ସମ୍ମିଳନୀର ''ଆଉଟରିଚ୍ ସେସନ୍''ରେ ଯୋଗଦେବାକୁ ନିମନ୍ତ୍ରଣ କରିଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଢାକା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କୌଣସି ନିଶ୍ଚିତତା ମିଳିନଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୈସୱାଲ ପ୍ରକାଶ କରିଛନ୍ତି।

ଅନୁକୂଳ ସମୟ ଆସିଲେ ପ୍ରଧାନମନ୍ତ୍ରୀ ରେହମାନ୍ଙ୍କ ଦ୍ୱିପାକ୍ଷିକ ଭାରତ ଗସ୍ତ ପାଇଁ ଯୋଜନା କରାଯିବ ବୋଲି କବୀର ସୂଚନା ଦେଇଛନ୍ତି।

BRICS Summit 2026: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬: ଭାରତ ଆସିପାରନ୍ତି ପୁଟିନ୍‌ ଓ ଜିନ୍‌ପିଙ୍ଗ୍‌...

୨୦୨୪ ଅଗଷ୍ଟରେ ଯୁବ ଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତ ପକ୍ଷରୁ ରାଜନୈତିକ ଆଶ୍ରୟ ଦିଆଯିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ରହିଛି।

ଚଳିତ ବ୍ରିକ୍ସ ସମ୍ମିଳନୀ ସହନଶୀଳତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ଥିମରେ ଆୟୋଜିତ ହେଉଛି।

ଏଥିରେ ରୁଷିଆ ଏବଂ ଇରାନର ରାଷ୍ଟ୍ରପତିଙ୍କ ସମେତ ଅନେକ ଦେଶର ନେତା ଯୋଗଦେଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।