Brics Summit 2026: କିଏ ଏହି କ୍ୟାଇ ଚି? ଯାହାଙ୍କ କଥାରେ ଉଠ୍ବସ୍ ହୁଅନ୍ତି ଜିନପିଙ୍ଗ
"ନୂଆଦିଲ୍ଲୀ: ବିକ୍ସ ସମ୍ବିଳନୀ ପାଇଁ ଭାରତ ଆସିଛନ୍ତି ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ...
ହେଲେ ତାଙ୍କ ସହ ଆସିଥିବା ଜଣେ ଅଧିକାରୀ ଏବେ ଚର୍ଚ୍ଚାର କେନ୍ଦ୍ରରେ ।
ଲମ୍ବା ଚେହେରା, ରୂପା ରଙ୍ଗର କେଶ ଏବଂ ଚୀନ୍ର କ୍ଷମତାଶାଳୀ ରାଜନୈତିକ ବ୍ୟବସ୍ଥାରେ ଅସାଧାରଣ ପ୍ରଭାବ ।
ନାଁ ତାଙ୍କର କ୍ୟାଇ ଚି ।
ସି ଜିନପିଙ୍ଗଙ୍କ ଏହି "ରାଇଟ୍ ହ୍ୟାଣ୍ଡ"ଙ୍କୁ ଭାରତ ଆଣିବା ପଛରେ ରହିଛି ବଡ଼ କୂଟନୈତିକ ସଙ୍କେତ ।
ତେବେ କିଏ ଏହି କ୍ୟାଇ ଚି?
ବେଜିଂରେ କାହିଁକି ଚାଲେ ତାଙ୍କର ବୋଲ?
ଚୀନ୍ର ରାଜନୈତିକ ବ୍ୟବସ୍ଥାରେ ତାଙ୍କୁ ସି ଜିନପିଙ୍ଗଙ୍କ ସବୁଠାରୁ ନିକଟତମ ଓ ଭରସାଯୋଗ୍ୟ ସହଯୋଗୀ ଭାବେ ଦେଖାଯାଏ ।ଚୀନ୍ର କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ଶକ୍ତିଶାଳୀ ନେତା ହେଉଛନ୍ତି କ୍ୟାଇ ଚି ।Advertisment କ୍ୟାଇ ଚିଙ୍କ ରାଜନୈତିକ ଉତ୍ଥାନ ଖୁବ୍ ଚମକପ୍ରଦ ।
୨୦୧୭ରେ ବେଜିଂର ପାର୍ଟି ମୁଖ୍ୟ ହେବାର କିଛି ମାସ ମଧ୍ୟରେ ସିଧାସଳଖ ପଲିଟବ୍ୟୁରୋରେ ସ୍ଥାନ ପାଇଥିଲେ ।
ସାଧାରଣତଃ ଏଭଳି ଉଚ୍ଚ ପଦକୁ ପହଞ୍ଚିବା ପାଇଁ ଅନେକ ବର୍ଷ ଲାଗିଥାଏ ।
କିନ୍ତୁ କ୍ୟାଇଙ୍କ କ୍ଷେତ୍ରରେ ଏହି ଉତ୍ଥାନ ଥିଲା ଅସାଧାରଣ ଭାବେ ଦ୍ରୁତ ।
୨୦୨୨ରେ ସେ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ହେଲେ ।
ଏବେ ସେ ପାର୍ଟିର ଜେନେରାଲ୍ ଅଫିସ୍ର ମୁଖ୍ୟ ।
ଅର୍ଥାତ୍ ସି ଜିନପିଙ୍ଗଙ୍କ ପାଖରେ ରହି ଦଳ ଓ ସରକାରର ଗୁରୁତ୍ୱପୂର୍ଣ୍ଣ କାମକୁ ସମନ୍ୱୟ କରୁଛନ୍ତି ।
ଏହି କାରଣରୁ ତାଙ୍କୁ ସି ଜିନପିଙ୍ଗଙ୍କ "ଚିଫ୍ ଅଫ୍ ଷ୍ଟାଫ୍" ଏବଂ "ରାଇଟ୍ ହ୍ୟାଣ୍ଡ" ବୋଲି ମଧ୍ୟ କୁହାଯାଏ ।
କେବଳ ପଦପଦବୀ ନୁହେଁ, ସି ଜିନପିଙ୍ଗଙ୍କ ସହ କ୍ୟାଇ ଚିଙ୍କ ସମ୍ପର୍କ ମଧ୍ୟ ବେଶ୍ ପୁରୁଣା ।
ସାଂସ୍କୃତିକ ବିପ୍ଳବ ସମୟରେ ଉଭୟଙ୍କ ଜୀବନର ଆରମ୍ଭ ହୋଇଥିଲା ପ୍ରାୟ ସମାନ ପରିବେଶରୁ ।
ପରେ ଫୁଜିଆନ୍ ଓ ଝେଜିଆଙ୍ଗ୍ ଭଳି ଚୀନ୍ର ଉପକୂଳୀୟ ପ୍ରଦେଶରେ ଉଭୟେ ଦୀର୍ଘ ସମୟ ଧରି କାମ କରିଥିଲେ ।
ଏହି ସମୟରେ ହିଁ ସି ଜିନପିଙ୍ଗ ଓ କ୍ୟାଇ ଚିଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇଥିଲା ।
ପରଦା ପଛରେ ରହି କାମ କରିବା ପାଇଁ ପରିଚିତ କ୍ୟାଇ ଚି ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛନ୍ତି ।
Malaysian PM: ମୋଦୀଙ୍କ ଲୋକପ୍ରିୟତାର ପ୍ରଶଂସା କଲେ ମାଲେସିଆ ପ୍ରଧାନମନ୍ତ୍ରୀ ଟ୍ରମ୍ପ ଚୀନ୍ ଗସ୍ତରେ ଯିବାବେଳେ ତାଙ୍କ ସହ ହାତ ମିଳାଇଥିବା ପ୍ରଥମ ଚୀନ୍ ଅଧିକାରୀ ମଧ୍ୟ ଥିଲେ କ୍ୟାଇ ଚି ।
ତେବେ ଭାରତ ଗସ୍ତରେ ସି ଜିନପିଙ୍ଗଙ୍କ ସହ କ୍ୟାଇ ଚିଙ୍କ ଉପସ୍ଥିତି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?
ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଦୀର୍ଘ ସମୟ ଧରି ତିକ୍ତତା ରହିଛି ।
ଏଭଳି ସମୟରେ ସି ଜିନପିଙ୍ଗଙ୍କ ସହ ଚୀନ୍ର ଏତେ ଶକ୍ତିଶାଳୀ ନେତାଙ୍କ ଭାରତ ଆସିବାକୁ ଦୁଇ ଦେଶର ସମ୍ପର୍କ ସୁଧାରିବା ପାଇଁ ଚୀନ୍ର ଗମ୍ଭୀରତାର ସଙ୍କେତ ବୋଲି ଦେଖାଯାଉଛି ।
କାରଣ କ୍ୟାଇ ଚି କେବଳ ଜଣେ ଅଧିକାରୀ ନୁହନ୍ତି ।
ସେ ସି ଜିନପିଙ୍ଗଙ୍କ ଅତ୍ୟନ୍ତ ଭରସାଯୋଗ୍ୟ ଲୋକ ।
ତେଣୁ ତାଙ୍କ ଉପସ୍ଥିତି ଭାରତ-ଚୀନ୍ ସମ୍ପର୍କରେ ଆଗାମୀ ଦିନରେ କିଛି ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି କି ସେ ଉପରେ ଏବେ ସମସ୍ତଙ୍କ ନଜର ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।