Bride Leaves Husband: ବିବାହର ୧୪ ଦିନରେ ଭାଙ୍ଗିଲା ସମ୍ପର୍କ, ‘ପ୍ରେମିକଙ୍କୁ ଛାଡ଼ିପାରିବିନି’ କହି ପଳାଇଲେ ନବବଧୂ

Sep 19, 2026 - 15:07
Bride Leaves Husband: ବିବାହର ୧୪ ଦିନରେ ଭାଙ୍ଗିଲା ସମ୍ପର୍କ, ‘ପ୍ରେମିକଙ୍କୁ ଛାଡ଼ିପାରିବିନି’ କହି ପଳାଇଲେ ନବବଧୂ

ବିବାହକୁ ମାତ୍ର ୧୪ ଦିନ। ହେଲେ ଏହାରି ଭିତରେ ଦାମ୍ପତ୍ୟ ଜୀବନରେ ଦେଖାଦେଲା ବିବାଦ। ପ୍ରେମିକ ପାଇଁ ବିବାହ କରି ସ୍ୱାମୀଙ୍କୁ ଛାଡି ନିଜ ବାପା ଘରକୁ ଚାଲିଯାଇଛନ୍ତି ମହିଳା।  

ବିବାହର ପ୍ରାୟ ଏକ ସପ୍ତାହ ପରେ ସ୍ୱାମୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଛି। ପତ୍ନୀ ଉକ୍ତ ଯୁବକଙ୍କୁ ଛାଡ଼ିବାକୁ ମନା କରିଥିବା ସ୍ୱାମୀ ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ଉତ୍ତରପ୍ରଦେଶ ଗାଜିଆବାଦର କୌଶାମ୍ବୀ ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉଭୟ ପରିବାରର ସମ୍ମତିରେ ଅଭିନବଙ୍କ ବିବାହ ରାନୀଙ୍କ ସହ ହୋଇଥିଲା। ରାନୀଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବାରୁ ଅଭିନବ ବିବାହର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଥିଲେ, ଏବଂ ଏଥିରେ ପ୍ରାୟ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ମୋବାଇଲରେ ଯୁବକଙ୍କ ସହ କଥା ହେଉଥିଲେ

ଅଭିନବ କହିଛନ୍ତି, ବିବାହର ପ୍ରାୟ ସାତ ଦିନ ପରେ ସେ ପତ୍ନୀଙ୍କୁ ଜଣେ ଯୁବକଙ୍କ ସହ ମୋବାଇଲରେ କଥା ହେଉଥିବା ଦେଖିଥିଲେ। ପଚାରିବାରୁ ରାନୀ ତାଙ୍କୁ ପ୍ରେମିକ ବୋଲି କହିଥିଲେ। ପ୍ରେମିକଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ସେ ପତ୍ନୀଙ୍କୁ ବୁଝାଇଥିଲେ। ଏବଂ ସେ ଏଥିରେ ରାଜି ହୋଇନଥିବା ଅଭିଯୋଗ ହୋଇଛି। ତାପରେ ଦୁହେଁଙ୍କ ମଧ୍ୟରେ ବିବାଦ ହେଉଥିଲା। 

ପରିବାରରେ ଏହାକୁ ନେଇ ବିବାଦ ହେବା ପରେ ରାନୀ ବାପା ଘର ଚାଲିଯାଇଥିବା ଅଭିନବ କହିଛନ୍ତି। ଏହାସହ ତାଙ୍କ ପତ୍ନୀଙ୍କ ପରିବାର ଲୋକଙ୍କ ଉପରେ ମଧ୍ୟ ସେ ଅନ୍ୟାନ୍ୟ ଅଭିଯୋଗ ଆଣିଛନ୍ତି।

ଅଭିନବଙ୍କ ମା’ ନିଶା ଖଣ୍ଡେଲୱାଲଙ୍କ ଅଭିଯୋଗ ଅନୁସାରେ, ବୋହୂଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ପରିବାରକୁ ଜଣାଇବା ପରେ ଧମକ ଦିଆଯାଇଥିଲା। ଏକ ଲକ୍ଷ ଟଙ୍କା ଦାବି କରାଯାଉଥିବା ଏବଂ ଟଙ୍କା ନଦେଲେ ମିଥ୍ୟା ମାମଲାରେ ଫସାଇବାକୁ ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି।

ଘଟଣାକୁ ନେଇ ଅଭିନବ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆଇନଗତ ପଦକ୍ଷେପ ଦାବି କରିଛନ୍ତି। ମାମଲାରେ ପୁଲିସ ସ୍ୱାମୀ-ସ୍ତ୍ରୀଙ୍କୁ ମଧ୍ୟସ୍ଥତା ପାଇଁ ଡକାଯାଇଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।