Brother Kills Sister: ପ୍ରେମ ବିବାହ ହେଲା କାଳ! ହିନ୍ଦୁ ଯୁବକଙ୍କୁ ବାହା ହେବାରୁ ଭଉଣୀର ଜୀବନ ନେଲା ଭାଇ
ଭଲପାଇ ବାହାହେଲା ବୋଲି ଭଉଣୀକୁ ମାରିଦେଲା ଭାଇ ।
ପ୍ଲାନ୍ କରି ଘରକୁ ଡାକି ଭଉଣୀକୁ କଲା ହତ୍ୟା ।
ମୁସଲମାନ ଭଉଣୀ ହିନ୍ଦୁ ପୁଅକୁ ହୋଇଥିଲା ବାହା ।
ଧର୍ମ ପରିବର୍ତ୍ତନକୁ ନେଇ ନିଆଁ ଭଳି ତାତିଥିଲେ ଝିଅଘର ଲୋକେ ।
ପ୍ରେମ, ପରିବାର ଏବଂ ନିଷ୍ଠୁରତାର ଏ କାହାଣୀ ।
ନିଜ ଭାଇ ହାତରେ ଜୀବନ ହାରିଲେ ନାଜିଆ ।
ଉତ୍ତରପ୍ରଦେଶର ମଥୁରାରୁ ସାମ୍ନାକୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସମାଜର ମାନସିକତା ଉପରେ ଅନେକ ପ୍ରଶ୍ନ ଉଠାଇଛି ।
Advertisment ନିଜ ଜୀବନସାଥୀ ବାଛିବା ଓ ନିଜ ଇଚ୍ଛାରେ ଜୀବନ ବଞ୍ଚିବାର ନିଷ୍ପତ୍ତି ଜଣେ ଯୁବତୀଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି ।
୨୪ ବର୍ଷୀୟା ନାଜିଆ ଓରଫ୍ ଜନ୍ନତ ଦିଲ୍ଲୀରେ ଏକ କାରଖାନାରେ କାମ କରୁଥିବା ସମୟରେ ରବୀନ୍ଦ୍ର କୁମାରଙ୍କ ସହ ପରିଚିତ ହୋଇଥିଲେ ।
ଧୀରେ ଧୀରେ ସେହି ପରିଚୟ ପ୍ରେମରେ ବଦଳି ଯାଇଥିଲା ।
ପରିବାରର ଅସମ୍ମତି ସତ୍ତ୍ୱେ ନାଜିଆ ଧର୍ମ ପରିବର୍ତ୍ତନ କରି ରବୀନ୍ଦ୍ରଙ୍କୁ ବିବାହ କରିଥିଲେ ।
ଉଭୟ ଦିଲ୍ଲୀରେ ଏକାଠି ରହୁଥିଲେ ଏବଂ ନୂଆ ଜୀବନର ସ୍ୱପ୍ନ ଦେଖୁଥିଲେ।
ପ୍ରାୟ ଦଶ ଦିନ ପୂର୍ବରୁ ପରିବାର ତାଙ୍କ ବିବାହକୁ ଗ୍ରହଣ କରିବ ବୋଲି ଆଶ୍ୱାସନା ଦେବା ପରେ ନାଜିଆ ମଥୁରାସ୍ଥିତ ନିଜ ଘରକୁ ଫେରିଥିଲେ ।
କିନ୍ତୁ ତାଙ୍କର ଏହି ଫେରିବା ଆଉ ଏକ ଦୁଃଖଦ ଅଧ୍ୟାୟର ଆରମ୍ଭ ହେଲା ।
ପରିବାରରେ ପହଞ୍ଚିବା ପରେ ନାଜିଆଙ୍କ ସହ କ'ଣ ହୋଇଥିଲା ତା' କାହାକୁ ଜଣାନାହିଁ ।
ହେଲେ କିଛି ଦିନ ପରେ ନାଜିଆ ନିଖୋଜ ହୋଇଯାଥିବା ଅଭିଯୋଗ ହୋଥିଲା ।
ତାଙ୍କ ଫୋନ୍ ମଧ୍ୟ ବନ୍ଦ ଥିଲା ।
ତେଣୁ ପତ୍ନୀଙ୍କ ସହ ଯୋଗାଯୋଗ କରି ନପାରି ରବୀନ୍ଦ୍ର ପୁଲିସର ଦ୍ୱାରସ୍ଥ ହୋଇଥିଲେ ।
Advertisment ତଦନ୍ତ ପରେ ପୁଲିସ ଘଟଣା ଉପରୁ ପରଦା ହଟାଇଛି ।
ନାଜିଆଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି ।
ତା' ସହ ନାଜିଆଙ୍କ ମୃତଦେହ ଉଦ୍ଧାର କରି ତାଙ୍କ ୩୨ ବର୍ଷୀୟ ଭାଇ ଆକ୍ରମଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି ।
ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ତାହାର ତଦନ୍ତ ଚାଲିଛି ।
ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।