Brown sugar: ବସ୍ତିରେ ବ୍ରାଉନ୍ସୁଗାର ବେପାରର ଚେର: କାମ କରୁନି ବସ୍ତି ମିତ୍ର ଯୋଜନା, ପ୍ରତିଦିନ ୮-୧୦କେଜି କାରବାର
ଭୁବନେଶ୍ୱର: ଦିନ ଥିଲା, ରାଜଧାନୀରେ କେବଳ ହଳଦୀପଡ଼ିଆ ବସ୍ତି ବ୍ରାଉନ୍ସୁଗାର ବେପାରର ପେଣ୍ଠ ଭାବେ ପରିଚିତି ଲାଭ କରିଥିଲା।
କିନ୍ତୁ ଆଜିର ଚିତ୍ର ଭିନ୍ନ।
ରାଜଧାନୀର ପ୍ରାୟ ସବୁ ବସ୍ତି ଅଞ୍ଚଳରେ ଏହି ଧଳାଜହର ବେପାରର ଚେର ଲାଗିଯାଇଛି।
ରାଜଧାନୀକୁ ବ୍ରାଉନ୍ସୁଗାର ଚାଲାଣ କରୁଥିବା ମାଫିଆମାନେ ବସ୍ତି ଅଞ୍ଚଳରେ ସେମାନଙ୍କ ନେଟ୍ୱର୍କ ବିସ୍ତାର କରିସାରିଛନ୍ତି।
ଏହି ବିଶାଳ ନେଟ୍ୱର୍କ ଜରିଆରେ ମାଫିଆମାନେ ଦୈନିକ ୮ରୁ ୧୦ କେଜି ଧଳାଜହର ବେପାର କରିବାରେ ସକ୍ଷମ ହେଉଛନ୍ତି।
ପୁଲିସ ଓ ଅବକାରୀ ବିଭାଗର ସ୍କ୍ବାଡ୍ ଯେ ଚଢ଼ଉ କରୁନାହିଁ, ତାହା ନୁହେଁ।
କିନ୍ତୁ ପୁଲିସ ଓ ଅବକାରୀ ବିଭାଗ ସ୍କ୍ବାଡ୍ ବିଛାଉଥିବା ଜାଲରେ କେବଳ କୁଜି ବେପାରୀ ପଡ଼ୁଛନ୍ତି, ବଡ଼ ମାଫିଆମାନେ ଜାଲ ଛିଣ୍ଡାଇ ଛୁ' ମାରୁଛନ୍ତି।
ତେଣୁ ବ୍ରାଉନ୍ସୁଗାର କାରବାରରେ ରୋକ୍ ଲାଗିବା ସମ୍ଭବ ହେଉନାହିଁ।
ବଡ଼ କଥା ହେଉଛି, ଏକ୍ଷେତ୍ରରେ ପୁଲିସର ବସ୍ତି ମିତ୍ର ଯୋଜନା ଫଳପ୍ରଦ ହେଉନାହିଁ।
ପ୍ରାୟ ସବୁ ବସ୍ତିରେ ପୁଲିସର ବସ୍ତି ମିତ୍ରମାନେ ଥିଲେ ମଧ୍ୟ ଏହି ବିଷ ବେପାର ବିରୋଧରେ ସେମାନଙ୍କ ଭୂମିକା ଆପାତତଃ ଶୂନ ବୋଲି ଆକଳନ କରାଯାଉଛି।
Advertisment PV Sindhu: ବିଡବ୍ଲ୍ୟୁଏଫ୍ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ ଗତ ସପ୍ତାହକର ହିସାବ।
ରାଜଧାନୀର ବିଭିନ୍ନ ଜାଗାରେ ଅବକାରୀ ଟିମ୍ ଚଢ଼ଉ କରି ୧କେଜି ବ୍ରାଉନ୍ସୁଗାର ଜବତ କରିଛି।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବସ୍ତିବାସିନ୍ଦା।
କିଛି ମାମଲାରେ ମହିଳା ବି ଗିରଫ ହୋଇଛନ୍ତି।
ତେଣୁ ବସ୍ତିର ମହିଳାମାନେ ବି ନିଶା କାରବାରର ନେଟ୍ୱର୍କରେ ସକ୍ରିୟ ଭୂମିକା ନେଉଥିବା ଦେଖାଗଲାଣି।
ପୂର୍ବରୁ ଏସ୍ଟିଏଫ୍ ଚଢ଼ଉ କରି ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ କରିଛି।
ମାତ୍ର ଆଶ୍ଚର୍ଯ୍ୟର କଥା, ଗୁଇନ୍ଦା ବ୍ୟବସ୍ଥା ଥିବା ପରେ ବି କମିସନରେଟ୍ ପୁଲିସ କେବେ ବଡ଼ଧରଣର କାରବାର ଠାବ କରିପାରିନାହିଁ।
ଅବକାରୀ ବିଭାଗ ଓ ଏସ୍ଟିଫ୍ ଟିମ୍ ନିଶା ବେପାରୀଙ୍କ ପାଖରେ ପହଞ୍ଚି ପାରୁଥିବା ବେଳେ ପୁଲିସ ବ୍ୟବସ୍ଥା ସେହି ଅନୁପାତରେ ସଫଳତା ପାଇପାରୁନାହିଁ।
କାମ କରୁନି ବସ୍ତି ମିତ୍ର ଯୋଜନା ପ୍ରତିଦିନ ୮-୧୦କେଜି କାରବାର ଖସିଯାଉଛନ୍ତି ବଡ଼ମାଛ, ଖୁଚୁରାଙ୍କୁ ଧରି ଖୁସ୍ ପୁଲିସ ଚଢ଼ଉରେ ଅଧିକାଂଶ ସମୟରେ ଛୋଟ ଛୋଟ ବେପାରୀ ବା ଖୁଚୁରା ବେପାରୀ ଧରାପଡ଼ୁଛନ୍ତି।
କିନ୍ତୁ କୁଜି ବା ଖୁଚୁରା ବେପାରୀଙ୍କୁ ନିଶା ଯୋଗାଉଥିବା ମୁଖ୍ୟ କାର୍ପଟ୍ଦାରମାନେ ଧରାପଡ଼ୁନାହାନ୍ତି।
ବରଂ ଗିରଫ ହେଉଥିବା ଖୁଚୁରା ବେପାରୀ ମାନଙ୍କୁ ମାଫିଆମାନେ ଜାମିନରେ ମୁକାଳି ପୁଣି ସେହି କାରବାରରେ ଯୋଡ଼ି ରଖୁଛନ୍ତି।
ନିଶା ମାଫିଆମାନଙ୍କ ଏଭଳି ଲମ୍ବା ହାତ ଦେଖି ବସ୍ତିର ବେକାର ଯୁବକମାନେ ବିପୁଳ ଟଙ୍କା ଲୋଭରେ ଏହି ବିଷ ବେପାର ନେଟ୍ୱର୍କରେ ସାମିଲ ହେଉଛନ୍ତି।
ଫଳରେ ଜଣେ ଗିରଫ ହେଲେ ମଧ୍ୟ ଅନ୍ୟମାନଙ୍କ ଜରିଆରେ କାରବାର ଜାରି ରହୁଛି।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଏ ସମ୍ପର୍କରେ ଡିସିପି ସର୍ବଣା ବିବେକ୍ ଏମ୍.
କହିଛନ୍ତି ଯେ ପୁଲିସ କମିସନରଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ସପ୍ତାହ ହେଲା 'ବସ୍ତିକୁ ଚାଲ' କାର୍ଯ୍ୟକ୍ରମକୁ ପୁଣି ସକ୍ରିୟ କରାଯାଇଛି।
ସମସ୍ତ ଜୋନ୍ ଓ ଥାନାସ୍ତରରେ ଅଧିକାରୀମାନେ ବସ୍ତିକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରୁଛନ୍ତି।
ସେହିପରି ଯୁବଗୋଷ୍ଠୀଙ୍କ ସହ ଅଧିକ ସମନ୍ବୟ ରକ୍ଷା ପାଇଁ ଖେଳକୁଦକୁ ମାଧ୍ୟମ କରାଯାଇଛି।
ଫଳରେ ବସ୍ତିବାସିନ୍ଦା ଓ ପୁଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯାଇ ଅପରାଧ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।