Brown Sugar: ରାଜସୁନାଖଳାରେ ବିପୁଳ ବ୍ରାଉନ ସୁଗାର ଜବତ, ୩ ଯୁବକ ଅଟକ

Sep 15, 2026 - 11:32
Brown Sugar: ରାଜସୁନାଖଳାରେ ବିପୁଳ ବ୍ରାଉନ ସୁଗାର ଜବତ, ୩ ଯୁବକ ଅଟକ

"ରଣପୁର: ସମାଜରେ ଏବେ ବ୍ରାଉନ ସୁଗାର କାୟା ବିସ୍ତାର କରିବାରେ ଲାଗିଛି।

କିଛି ବ୍ୟବସାୟୀ ଥାନା ଫାଣ୍ଡି ଠାରୁ ଅବକାରୀ ଥାନା ପର୍ଯ୍ୟନ୍ତ ଗାଦି ମଡ଼ା ଏ ଏସ ଆଇଙ୍କ ଠାରୁ କନେଷ୍ଟବଳ ପର୍ଯ୍ୟନ୍ତ ହାତ କରି ନିଶା ବ୍ୟବସାୟ ଚଳାଇ ଆସିଛନ୍ତି।

କିନ୍ତୁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ  ବ୍ରାଉନ ସୁଗାର ବ୍ୟବସାୟ ଉପରେ ଶନ୍ୟ ସହନଶୀଳତା ନୀତି ପାଇଁ ସବୁ ଥାନାକୁ ନିର୍ଦେଶ ଦେଇଥିବା ଜଣା ପଡିଛି।Advertisment ଅଭିଯୁକ୍ତଙ୍କ ନାମ ଗୋପନ ରଖିଛି ପୁଲିସ୍ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ବ୍ରାଉନ ସୁଗାର ବ୍ୟବସାୟ ଉପରେ କଡା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି।

ସେହି ଆଧାରରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜ ସୁନାଖଳା ଫାଣ୍ଡି ଅଧିକାରୀ ସ୍ୱାଗତ ଦାସ ସେପ୍ଟେମ୍ବର ୧୪ ତାରିଖ ମଧ୍ୟାହ୍ନରେ ରାଜ ସୁନାଖଳା ଷ୍ଟେସନ ରାସ୍ତାରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ତିନି ଜଣ ଯୁବକଙ୍କୁ ସନ୍ଦେହ କରି ତନଖି ସମୟରେ ବିପୁଳ ବ୍ରାଉନ ସୁଗାର ଜବତ ସହ ତିନି ଜଣଙ୍କୁ ଅଟକ ରଖି ପଚରାଉଚରାଜାରି ରଖିଥିବା ଜଣା ପଡିଛି।

ବ୍ରାଉନ ସୁଗାର ବେପାରର ମୂଳ ଖୋଜିବା ଲକ୍ଷ୍ୟ ନେଇ ଅଭିଯୁକ୍ତଙ୍କ ନାମ ଗୋପନ ରଖି ପୁଲିସ୍ ତଦନ୍ତକୁ ବ୍ୟାପକ କରିଥିବା ଜଣା ପଡିଛି।

Crocodile Attack: କୁମ୍ଭୀର ଆକ୍ରମଣରେ ମହିଳା ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।