Budhabalanga River Surpasses Warning Mark: ଲଗାଣ ବର୍ଷାରେ ବଢ଼ିଲା ଜଳକା, ମଥାନୀରେ ସତର୍କ ସଙ୍କେତ ଟପିଲା ଜଳସ୍ତର

Sep 24, 2026 - 14:18
Budhabalanga River Surpasses Warning Mark: ଲଗାଣ ବର୍ଷାରେ ବଢ଼ିଲା ଜଳକା, ମଥାନୀରେ ସତର୍କ ସଙ୍କେତ ଟପିଲା ଜଳସ୍ତର

ଲଗାଣ ବର୍ଷାରେ ବଢ଼ୁଛି ଜଳକା ନଦୀର ଜଳସ୍ତର। ବସ୍ତାର ମଥାନୀ ଠାରେ ସତର୍କ ସଙ୍କେତ ଅତିକ୍ରମ କରିଛି ନଦୀର ଜଳ। ଉପରମୁଣ୍ଡ ମୟୂରଭଞ୍ଜରେ ପ୍ରବଳ ବର୍ଷା ସହ ଜଳକା ନଦୀ ଅବବାହିକାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବଢ଼ୁଛି। ମଥାନୀରେ ସତର୍କ ସଙ୍କେତ ୬ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୬ ଦଶମିକ ୫ ମିଟର।

ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬ ଦଶମିକ ୨୬ ମିଟରରେ ପହଞ୍ଚିଛି। ଚଳିତ ବର୍ଷ ବାରମ୍ବାର ବନ୍ୟା ଯୋଗୁଁ ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ପୁଣି ବନ୍ୟା ଆସିଲେ ବସ୍ତାର ୯ରୁ ଅଧିକ ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଳସ୍ତର ବଢ଼ୁଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଛନକା।... 

ଲଗାଣ ବର୍ଷା ଯୋଗୁଁ ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର। ବାଲେଶ୍ବରରେ ବୁଢାବଳଙ୍ଗର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର। ସତର୍କ ସଙ୍କେତ ୭.୨୧ ମିଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୭.୪୦ ମିଟରରେ ପ୍ରବାହିତ ହେଉଛି। ଯଦି ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଏ ତେବେ ପୁନର୍ବାର ତଳିଆ ଅଞ୍ଚଳର ଗାଁ ଗୁଡିକରେ ବଢ଼ି ପାଣି ପଶି ବନ୍ୟା ଆସିବାର ଆଶଙ୍କା ରହିଛି। 

ଟପିଲା ସତର୍କ ସଙ୍କେତ, ବଢ଼ୁଛି ବନ୍ୟା ଆଶଙ୍କା
ଲଗାଣ ବର୍ଷାରେ ଫୁଲୁଛି ଜଳକା, ଭୟଭୀତ ନଦୀକୂଳିଆ ଲୋକେ 
ମଥାନୀରେ ୬.୨୬ ମିଟର ଜଳସ୍ତର
ବସ୍ତାର ୯ରୁ ଅଧିକ ପଞ୍ଚାୟତକୁ ବନ୍ୟା ଭୟ
ବାରମ୍ବାର ବନ୍ୟା ପରେ ପୁଣି ଫୁଲୁଛି ଜଳକା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।