Bullet Train Driver Job: ବୁଲେଟ୍ ଟ୍ରେନ୍ ଡ୍ରାଇଭର ହେବାକୁ କେଉଁଠି କରିବେ ଆବେଦନ, କେତେ ମିଳିବ ଦରମା?
"ନୂଆଦିଲ୍ଲୀ: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମୁମ୍ବାଇ-ଅହମଦାବାଦ ହାଇ ସ୍ପିଡ୍ ରେଲ୍ କରିଡରକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି।
ଏହାସହିତ ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ କିପରି ଚାକିରି ମିଳିବ ଏବଂ ଦରମା କେତେ ହେବ, ତାହା ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ରହିଛି।Advertisment ଏହି ପ୍ରକଳ୍ପର ଦାୟିତ୍ୱ ନ୍ୟାସନାଲ୍ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏନ୍ଏଚ୍ଏସ୍ଆର୍ସିଏଲ୍) ହାତରେ ରହିଛି।
ବୁଲେଟ୍ ଟ୍ରେନ୍ ଚାଳକଙ୍କୁ ଅଧିକାରିକ ଭାବେ ଏଚ୍ଏସ୍ଆର୍ ପାଇଲଟ୍ କୁହାଯାଏ।
ଆହୁରି ପଢ଼ନ୍ତୁ- Question Paper Leak ହ୍ୱାଟ୍ସଆପ୍ରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ: ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ଏଇସିସି ପରୀକ୍ଷା ସ୍ଥଗିତ କିଏ ହୋଇପାରିବେ ଏଚ୍ଏସ୍ଆର୍ ପାଇଲଟ୍?
ଏଚ୍ଏସ୍ଆର୍ ପାଇଲଟ୍ ପଦ ପାଇଁ ସିଧାସଳଖ ଫ୍ରେସରଙ୍କୁ ସୁଯୋଗ ମିଳେ ନାହିଁ।
ସାଧାରଣତଃ ଭାରତୀୟ ରେଲୱେ କିମ୍ବା ମେଟ୍ରୋ ବ୍ୟବସ୍ଥାରେ କାମ କରୁଥିବା ଅଭିଜ୍ଞ ଲୋକୋ ପାଇଲଟ୍ ଓ ଟ୍ରେନ୍ ଅପରେଟରଙ୍କୁ ଏହି ପଦ ପାଇଁ ସୁଯୋଗ ଦିଆଯାଏ।
ତେଣୁ ଏହା ଏକ ଅଭିଜ୍ଞତା ଆଧାରିତ ଚାକିରି।
ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଅଭିଜ୍ଞତା ସମ୍ପର୍କିତ ସବିଶେଷ ତଥ୍ୟ ପ୍ରତ୍ୟେକ ନିଯୁକ୍ତି ବିଜ୍ଞପ୍ତିରେ ଦିଆଯାଏ।
କିପରି ହୁଏ ଚୟନ?
ଆବେଦନ କରିବା ପରେ ପ୍ରଥମେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଏ।
ଯୋଗ୍ୟ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ଚୟନ ପର୍ଯ୍ୟାୟ ପାଇଁ ଡକାଯାଏ।
ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ଇଣ୍ଟରଭ୍ୟୁ, ଲିଖିତ ପରୀକ୍ଷା କିମ୍ବା ଅନ୍ୟାନ୍ୟ ମୂଲ୍ୟାୟନ ହୋଇପାରେ।
ଚୟନ ହେବା ପରେ ପ୍ରାର୍ଥୀଙ୍କୁ ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ ସମ୍ପର୍କିତ ବିଶେଷ ଟ୍ରେନିଂ ଦିଆଯାଏ।
ଆହୁରି ପଢ଼ନ୍ତୁ- Navratri Puja: କେବେ ଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି ପୂଜା ଜାଣନ୍ତୁ କେଉଁଠି କରିବେ ଆବେଦନ?
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କିତ ନିଯୁକ୍ତି ପାଇଁ ଏନ୍ଏଚ୍ଏସ୍ଆର୍ସିଏଲ୍ର ଅଧିକାରିକ ୱେବସାଇଟ୍ nhsrcl.in ରେ ନୋଟିଫିକେସନ୍ ପ୍ରକାଶ ପାଏ।
ଏହାର କ୍ୟାରିୟର୍ ସେକ୍ସନ୍ରେ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ମିଳିଥାଏ।
ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ନିୟମିତ ଭାବେ ଏନ୍ଏଚ୍ଏସ୍ଆର୍ସିଏଲ୍ର ଅଧିକାରିକ ୱେବସାଇଟ୍ ଯାଞ୍ଚ କରିବା ଉଚିତ।
କେତେ ମିଳିବ ଦରମା?
ଏଚ୍ଏସ୍ଆର୍ ପାଇଲଟ୍ଙ୍କ ଦରମା ପଦ, ଅଭିଜ୍ଞତା ଓ ସିନିୟରିଟି ଅନୁସାରେ ଭିନ୍ନ ହୋଇପାରେ।
ବିଭିନ୍ନ ନିଯୁକ୍ତିରେ ପ୍ରାୟ ୪୦,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ଥିବା ଦେଖାଯାଇଛି।
ଏହା ସହିତ ନିୟମ ଅନୁସାରେ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିପାରେ।
ତେବେ ଦରମା, ଯୋଗ୍ୟତା ଓ ନିଯୁକ୍ତିର ନିୟମ ପ୍ରତ୍ୟେକ ବିଜ୍ଞପ୍ତି ଅନୁସାରେ ବଦଳିପାରେ।
ତେଣୁ ଆବେଦନ ପୂର୍ବରୁ ଏନ୍ଏଚ୍ଏସ୍ଆର୍ସିଏଲ୍ର ଅଧିକାରିକ ନୋଟିଫିକେସନ୍ ନିଶ୍ଚିତ ଭାବେ ପଢ଼ନ୍ତୁ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।