Bus Robbery Accused Arrested: ୩୨ ହଜାର ଲୁଟିଥିଲା, ୪୫ ବର୍ଷ ପରେ ଧରାପଡିଲା

Aug 19, 2026 - 10:35
Bus Robbery Accused Arrested: ୩୨ ହଜାର ଲୁଟିଥିଲା, ୪୫ ବର୍ଷ ପରେ ଧରାପଡିଲା

ଅପରାଧ ଯେତେ ପୁରୁଣା ହେଉ, ଆଇନର ହାତରୁ ବର୍ତ୍ତିବା ଏତେ ସହଜ ନୁହେଁ। ପ୍ରାୟ ୪୫ ବର୍ଷ ଧରି ପୁଲିସକୁ ଚକମା ଦେଇ ଆସୁଥିବା ଏକ ବସ୍ ଲୁଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଷରେ ଧରାପଡ଼ିଛି। ପରିଚୟ ବଦଳାଇ ଉତ୍ତରପ୍ରଦେଶର କାସଗଞ୍ଜରେ ଲୁଚି ରହିଥିବା ହବିବ ଅହମଦ ଅବ୍ଦୁଲଙ୍କୁ ଗୁଜରାଟ ପୁଲିସ ଗିରଫ କରିଛି।
୧୯୮୧ରେ ଲୁଟିଥିଲା ଲକ୍ଷାଧିକ ନୁହେଁ, ୩୨ ହଜାର ଟଙ୍କା!

ଘଟଣାଟି ୧୯୮୧ ମସିହାର। ୨୭ ଜାନୁଆରୀରେ ରାଜକୋଟରୁ ମୁମ୍ବାଇ ଯାଉଥିବା ଏକ ପ୍ରାଇଭେଟ୍ ବସ୍‌କୁ ରାସ୍ତାରେ ଅଟକାଇଥିଲେ ଲୁଟେରାମାନେ। ଅସ୍ତ୍ର ଦେଖାଇ ବସ୍‌ରେ ଥିବା ଯାତ୍ରୀ ଏବଂ କଣ୍ଡକ୍ଟରଙ୍କଠାରୁ ପ୍ରାୟ ୩୨ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ।

ଘଟଣା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତଦନ୍ତରେ ହବିବ ଅହମଦ ଅବ୍ଦୁଲ ଏହି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଜଣାପଡ଼ିଥିଲା। ହେଲେ ଏହା ପରେ ସେ ଏଭଳି ଗାଏବ ହୋଇଗଲା ଯେ ପ୍ରାୟ ସାଢ଼େ ଚାରି ଦଶନ୍ଧି ଧରି ତା'ର କୌଣସି ଖୋଜ୍ ମିଳିନଥିଲା।

ଗୁଜରାଟ ପୁଲିସ ପୁରୁଣା ମାମଲାର ଦସ୍ତାବିଜ ଏବଂ ରେକର୍ଡକୁ ପୁଣିଥରେ ଖୋଜିଥିଲା। ସୁରାକ ମିଳିବା ପରେ ଗୁଜରାଟ ପୁଲିସ କାସଗଞ୍ଜ ସଦର କୋତୱାଲି ଥାନା ଅଞ୍ଚଳରେ ପହଞ୍ଚିଥିଲା। ଆବଶ୍ୟକ ଆଇନଗତ ଏବଂ କାଗଜପତ୍ର ପ୍ରକ୍ରିୟା ପୂରଣ କରିବା ପରେ ହବିବଙ୍କୁ ଗିରଫ କରାଯାଇଥିଲା। 

ଏହି ଲୁଟ୍ ମାମଲାରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇସାରିଛି। ତେବେ ୪୫ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଗୁଜରାଟ ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

୨୦୦୦ CCTV ଫୁଟେଜ୍ ଖୋଜି ମିଳିଥିଲା ପ୍ରମାଣ

ଏହି ମାମଲାର ତଦନ୍ତ ପାଇଁ ପୁଲିସ ପାଞ୍ଚଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଟିମ୍‌ଗୁଡ଼ିକ ପ୍ରାୟ ୨,୦୦୦ CCTV ଫୁଟେଜ୍ ଯାଞ୍ଚ କରିବା ସହ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସର ସହାୟତା ନେଇଥିଲେ। ଶେଷରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।