CAA: ଯୋଗ୍ୟ ସିଏଏ ଆବେଦନକାରୀଙ୍କୁ ଡିସେମ୍ବର ୩୧ ସୁଦ୍ଧା ମିଳିବ ନାଗରିକତା : ଶୁଭେନ୍ଦୁ
କୋଲକାତା : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ପଶ୍ଚିମବଙ୍ଗରେ ଆଜି ବଡ଼ ଘୋଷଣା ହୋଇଛି।
ସିଏଏ ଅଧୀନରେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି।
ଶୁକ୍ରବାର ନଦିଆ ଜିଲ୍ଲାର ଆରଙ୍ଗଘାଟାରେ ଏକ କାଳୀପୂଜା ମଣ୍ଡପ ଉଦ୍ଘାଟନ କରିବା ଅବସରରେ ଶୁଭେନ୍ଦୁ ଅଧିକାରୀ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସହ ପୂର୍ବ ସରକାର ଉପରେ ବର୍ଷିଛନ୍ତି।
ପୂର୍ବତନ ମମତା ବାନାର୍ଜୀ ସରକାର ସିଏଏ କାର୍ଯ୍ୟକାରୀ କରିବାରେ ବିଫଳ ହେବାରୁ ହଜାର ହଜାର ଆବେଦନ ବିଚାରାଧୀନ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଘୋଷଣାକୁ ନେଇ ସୀମାନ୍ତ ଜିଲ୍ଲା ନଦିଆ ଓ ଉତ୍ତର ୨୪ ପ୍ରଗଣାରେ ରହୁଥିବା ହଜାର ହଜାର ଆବେଦନକାରୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
Advertisment ଆହୁରି ପଢନ୍ତୁ : Fire: ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୨ ମହିଳା, ଦୁଇ ଶିଶୁଙ୍କର ମୃତ୍ୟୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ନଦିଆ ଏବଂ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ପ୍ରାୟ ୨.୫ ଲକ୍ଷ ସିଏଏ ଆବେଦନ ବିଚାରାଧୀନ ରହିଛି।
ଏହି ଦୁଇଟି ଜିଲ୍ଲା ବାଂଲାଦେଶ ସୀମାକୁ ଲାଗି ରହିଥିବାରୁ ଏଠାରେ ବାଂଲାଦେଶରୁ ଆସିଥିବା ବହୁ ସଂଖ୍ୟକ ଲୋକ ବସବାସ କରୁଛନ୍ତି।
ସିଏଏ ଅଧୀନରେ ଆସୁଥିବା ସମସ୍ତ ଯୋଗ୍ୟ ଆବେଦନକୁ ଡିସେମ୍ବର ୩୧ ସୁଦ୍ଧା ପ୍ରକ୍ରିୟାକରଣ କରାଯିବ।
କୌଣସି ଯୋଗ୍ୟ ଆବେଦନକାରୀଙ୍କୁ ବାଦ୍ ଦିଆଯିବ ନାହିଁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନାଗରିକତା ପ୍ରମାଣପତ୍ର ଦିଆଯିବ।
ଆବେଦନଗୁଡ଼ିକର ତ୍ୱରିତ ଫଏସଲା କରିବାପାଇଁ ସରକାର ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।
ସିଏଏ ଆବେଦନର ଶୀଘ୍ର ଯାଞ୍ଚ ଓ ଫଏସଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି।
ଗୃହ ବିଭାଗ ମାଧ୍ୟମରେ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି।
ଅନ୍ୟପଟେ, ସବ୍ଡିଭିଜନାଲ୍ ଅଫିସରମାନେ ଆବେଦନଗୁଡ଼ିକର ଯାଞ୍ଚ କରିବା ସହ ଶୁଣାଣି ପ୍ରକ୍ରିୟାର ତଦାରଖ କରିବେ।
ଏହାଦ୍ୱାରା ଆବେଦନଗୁଡ଼ିକର ନିର୍ଦ୍ଧାରିତ ସମୟରେ ଫଏସଲା ସମ୍ଭବ ହେବ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ : SmartPhone: ସେକେଣ୍ଡ-ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣୁଛନ୍ତି କି?
ସାବଧାନ!
କିଣିବା ପୂର୍ବରୁ ଜାଣନ୍ତୁ ଏହି ୩ଟି ଜରୁରୀ କଥା ସୂଚନାଯୋଗ୍ୟ, ୨୦୧୯ରେ ସଂସଦରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ନିର୍ଯାତନାର ସମ୍ମୁଖୀନ ହୋଇ ଭାରତକୁ ଆସିଥିବା ୬ଟି ଧର୍ମୀୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭାରତୀୟ ନାଗରିକତା ପାଇବାର ରାସ୍ତା ଖୋଲିଛି।
ଏହି ୬ଟି ସମ୍ପ୍ରଦାୟ ହେଉଛି ହିନ୍ଦୁ, ଶିଖ୍, ବୌଦ୍ଧ , ଜୈନ, ପାର୍ସୀ, ଖ୍ରୀଷ୍ଟିଆନ୍।
ଏହି ଆଇନ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ କିମ୍ବା ତା' ପୂର୍ବରୁ ଭାରତକୁ ଆସିଥିବା ଏବଂ ଆଇନର ଅନ୍ୟ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁଥିବା ଉକ୍ତ ସମ୍ପ୍ରଦାୟର ଲୋକମାନେ ନାଗରିକତା ପାଇଁ ଆବେଦନ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।