Cab Safety: ଏକୁଟିଆ କ୍ୟାବ୍ ରେ ଗଲାବେଳେ ଡ୍ରାଇଭରଙ୍କ ଉପରେ ସନ୍ଦେହ ଆସୁଛି କି?
"ଭୁବନେଶ୍ୱର: କ୍ୟାବ୍ ରେ ଯାତ୍ରା କରିବା ଏବେ ସାଧାରଣ।
ସୁବିଧା ପାଇଁ ଆମେ କ୍ୟାବ୍ ବୁକ୍ କରିଥାଉ।
କିନ୍ତୁ ଏବେର ସମୟରେ କାହା ଉପରେ ସହଜରେ ବିଶ୍ବାସ କରିବା ସୁରକ୍ଷିତ ନୁହେଁ।
ବର୍ତ୍ତମାନ ସମାଜରେ ସୁରକ୍ଷିତ ଭାବେ ବଞ୍ଚିବା ନାରୀ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି।
ସଜାଗ ନ ରହିଲେ କେଉଁ ସମୟରେ କିଛି ବି ହେଇଯାଇପାରେ।
ବିଷେଶ କରି ଯାନବାହନରେ ନିର୍ଯାତନା ଖବର ଏବେ ବେଶ୍ ବଢ଼ିବାରେ ଲାଗିଛି।
ସେଥିପାଇଁ ଯାତ୍ରା ସମୟରେ ସବୁବେଳେ ସଜାଗ ରହିବା ପ୍ରଥମ ଦାୟିତ୍ବ ଅଟେ।Advertisment କିଛି ତୁରନ୍ତ ପଦକ୍ଷେପ ରାତିରେ ଏକୁଟିଆ କ୍ୟାବ୍ ରେ ଯାତ୍ରା ସମୟରେ ଡ୍ରାଇଭରଙ୍କ ବ୍ୟବହାର ସନ୍ଦେହଜନକ ଲାଗିଲେ କିମ୍ବା ହଠାତ୍ ଭୟ ଅନୁଭବ ହେଲେ, ଚୁପ୍ ରହିବା ଉଚିତ ନୁହେଁ।
ଏପରି ସମୟରେ ଭୟଭୀତ ନହୋଇ ନିଜ ସୁରକ୍ଷାକୁ ପ୍ରାଥମିକତା ଦେଇ କିଛି ତୁରନ୍ତ ପଦକ୍ଷେପ ନିଅନ୍ତୁ।ବିଶ୍ୱସନୀୟ ବ୍ୟକ୍ତିଙ୍କୁ ଜଣାନ୍ତୁ: ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ଫୋନ୍ କରି ଆପଣ କେଉଁ କ୍ୟାବ୍ ରେ ଅଛନ୍ତି ଜଣାନ୍ତୁ।
ସମ୍ଭବ ହେଲେ ଲାଇଭ୍ ଲୋକେସନ୍ ସେୟାର କରନ୍ତୁ।କ୍ୟାବ୍ ର ସୂଚନା ପଠାନ୍ତୁ: ଡ୍ରାଇଭରଙ୍କ ନାମ, ଗାଡ଼ି ନମ୍ବର ଓ ଟ୍ରିପ୍ ସୂଚନାର ସ୍କ୍ରିନ୍ ସଟ୍ ବିଶ୍ୱସନୀୟ ବ୍ୟକ୍ତିଙ୍କୁ ପଠାଇ ରଖନ୍ତୁ।ରାସ୍ତା ବଦଳାଇଲେ ପଚାରନ୍ତୁ: ଡ୍ରାଇଭର ବିନା କାରଣରେ ରାସ୍ତା ବଦଳାଇଲେ ଶାନ୍ତ ଭାବେ କାରଣ ପଚାରନ୍ତୁ।
ଆବଶ୍ୟକ ହେଲେ ନିକଟସ୍ଥ ଦୋକାନ, ପେଟ୍ରୋଲ୍ ପମ୍ପ କିମ୍ବା ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡ଼ି ଅଟକାଇବାକୁ କୁହନ୍ତୁ।
ନିଛାଟିଆ ସ୍ଥାନରେ ଓହ୍ଲାନ୍ତୁ ନାହିଁ।
Health Risks: କେଉଁମାନେ ପାନ ଖାଇବା ଉଚିତ ନୁହେଁ?
୧୧୨କୁ କଲ୍ କରନ୍ତୁ: ପରିସ୍ଥିତି ଗମ୍ଭୀର ଲାଗିଲେ ଭାରତର ଜରୁରୀକାଳୀନ ନମ୍ବର ୧୧୨କୁ କଲ୍ କରନ୍ତୁ।ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ: ଡ୍ରାଇଭରଙ୍କ ସହ ଝଗଡ଼ା କରିବା ବଦଳରେ ସୁରକ୍ଷିତ ଭାବେ ବାହାରି ଆସିବା ଉପରେ ଧ୍ୟାନ ଦିଅନ୍ତୁ।
ଯାତ୍ରା ପୂର୍ବରୁ ଫୋନ୍ ଚାର୍ଜ ରଖିବା ସହ ଇମର୍ଜେନ୍ସି SOS ଫିଚର୍ ପ୍ରସ୍ତୁତ ରଖନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।