canal: ଶୌଚ ପାଇଁ କେନାଲକୁ ଯାଇଥିଲେ, ପାଣିରେ ବୁଡ଼ି ୮୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ
"ବୈଶିଙ୍ଗା: ଶୌଚ ହେବାକୁ ଗାଁ ନିକଟ ସୁବର୍ଣ୍ଣରେଖା କେନାଲକୁ ଯାଇଥିଲେ।
ହେଲେ ଅସାବଧାନତାବଶତଃ ପାଣିରେ ବୁଡ଼ି ଚାଲିଗଲା ଜୀବନ।
ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଧୋବଣିଶୋଳ ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି ।
ମୃତକ ହେଉଛନ୍ତି ଧୋବଣିଶୋଳ ଗ୍ରାମର ୮୬ ବର୍ଷୀୟ କ୍ଷେତ୍ରମୋହନ ମହାନ୍ତ।
ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ କ୍ଷେତ୍ରମୋହନ ଗାଁ ନିକଟ ସୁବର୍ଣ୍ଣରେଖା କେନାଲକୁ ଶୌଚ ପାଇଁ ଯାଇଥିଲେ।
ତେବେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି।
ସକାଳ ପ୍ରାୟ ୭ଟା ସମୟରେ କେନାଲ ପାଣିରେ କ୍ଷେତ୍ରମୋହନଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ।Advertisment ଆହୁରି ପଢନ୍ତୁ :Attack: ସାରମସିଲିରେ ଆକ୍ରମଣ କଲା ଜଙ୍ଗଲୀ ବାରହା: ଗୁରୁତର ଆହତ, ଜଣେ ବୁର୍ଲା ମେଡିକାଲରେ ଭର୍ତ୍ତି ତୁରନ୍ତ ବଡ଼ଜାମବଣି ଫାଣ୍ଡି ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଖବର ପାଇ ବେତନଟୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହକୁ ଉଦ୍ଧାର କରି କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାକୁ ନେଇଥିଲେ।
ପରେ ପରିବାରବର୍ଗଙ୍କ ଏତଲା ଆଧାରରେ ବଡ଼ଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ମାମଲା ରୁଜୁ କରିଥିଲେ।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।