Cancer Treatment: କର୍କଟ ଚିକିତ୍ସାରେ ନୂଆ ଆଶା: ବୈୟକ୍ତିକ ଟିକା
କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ସଫଳତା ମିଳିଛି।
ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ୍ କମ୍ପାନି 'ମଡର୍ନା' ଓ 'ମର୍କ' ଦ୍ବାରା ପ୍ରସ୍ତୁତ ଏକ ବୈୟକ୍ତିକ କର୍କଟ ଟିକା କ୍ଲିନିକାଲ୍ ଟ୍ରାଏଲ୍ରେ ପ୍ରଭାବଶାଳୀ ପରିଣାମ ଦେଖାଇଛି।
ଏହି ନୂତନ ଟିକାକୁ ଇମ୍ୟୁନୋଥେରାପି ଡ୍ରଗ୍ ସହିତ ମିଶାଇ ବ୍ୟବହାର କରିବା ଦ୍ବାରା 'ମେଲାନୋମା' ପୁନର୍ବାର ଫେରିବା କିମ୍ବା ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ୪୨ ପ୍ରତିଶତ ହ୍ରାସ ପାଇଛି।
'ମେଲାନୋମା' ହେଉଛି ଚର୍ମ କର୍କଟର ସବୁଠାରୁ ଭୟଙ୍କର ରୂପ, ଯାହା ଅସ୍ତ୍ରୋପଚାର ଦ୍ବାରା ବାହାର କରାଯିବା ପରେ ମଧ୍ୟ ପୁନର୍ବାର ଫେରିବାର ଆଶଙ୍କା ଥାଏ।
ଏହି ଟିକାଟି ଏମ୍ଆର୍ଏନ୍ଏ ଟେକ୍ନୋଲୋଜି ଉପରେ ଆଧାରିତ।
ଏଥିରେ ପ୍ରତ୍ୟେକ ରୋଗୀଙ୍କ ଟ୍ୟୁମର୍ର ଡିଏନ୍ଏ ଅନୁଧ୍ୟାନ କରାଯାଇ ସେଥିରେ ଥିବା ସ୍ୱତନ୍ତ୍ର ମ୍ୟୁଟେସନ୍ଗୁଡ଼ିକୁ ଚିହ୍ନଟ କରାଯାଏ।
ଏହି ମ୍ୟୁଟେସନ୍ ଆଧାରରେ ଟିକା ତିଆରି କରାଯାଏ, ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ କର୍କଟ କୋଷଗୁଡ଼ିକୁ ଚିହ୍ନି ନଷ୍ଟ କରିବା ପାଇଁ ଶିଖାଇଥାଏ।
ବିଶ୍ୱବ୍ୟାପୀ ୧୫୭ଟି କେନ୍ଦ୍ରରେ ୧,୧୦୦ରୁ ଅଧିକ ରୋଗୀଙ୍କୁ ନେଇ ଏହି ଫେଜ୍-୩ କ୍ଲିନିକାଲ୍ ଟ୍ରାଏଲ୍ କରାଯାଇଥିଲା।
Advertisment Editorial: ସନାତନର ସ୍ବଗତୋକ୍ତି: ଯୁଦ୍ଧ ନିରନ୍ତର ସମସ୍ତ ଅଂଶଗ୍ରହଣକାରୀଙ୍କର ପୂର୍ବରୁ ଅସ୍ତ୍ରୋପଚାର ହୋଇସାରିଥିଲା।
ଟିକା ସହ 'କିଟ୍ରୁଡା' ନାମକ ଇମ୍ୟୁନୋଥେରାପି ଔଷଧ ନେଇଥିବା ରୋଗୀଙ୍କ କ୍ଷେତ୍ରରେ କ୍ୟାନ୍ସର ଫେରିବା କିମ୍ବା ମୃତ୍ୟୁ ହେବାର ବିପଦ ୪୨% କମିଥିଲା।
ଚିକିତ୍ସା ଆରମ୍ଭର ୬ ମାସ ପର୍ଯ୍ୟନ୍ତ କର୍କଟମୁକ୍ତ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ବିପଦ ୫୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା ଦେଖାଯାଇଛି।
ଅଷ୍ଟ୍ରେଲିଆର ମେଲାନୋମା ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ଗବେଷକ ଜୋର୍ଜିନା ଲଙ୍ଗ୍ ୟୁରୋପିଆନ୍ ସୋସାଇଟି ଫର୍ ମେଡିକାଲ୍ ଅଙ୍କୋଲୋଜି କଂଗ୍ରେସରେ ଏହି ଫଳାଫଳ ପ୍ରକାଶ କରିଛନ୍ତି।
ବିଶେଷଜ୍ଞଙ୍କ ମତରେ, ଏହି ପଦ୍ଧତି ଆଗାମୀ ଦିନରେ ଅନ୍ୟାନ୍ୟ ଜଟିଳ କ୍ୟାନ୍ସର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇପାରିବ।
ଏହି ଅଧ୍ୟୟନର ସମ୍ପୂର୍ଣ୍ଣ ରିପୋର୍ଟ ଏପର୍ଯ୍ୟନ୍ତ କୌଣସି ମେଡିକାଲ୍ ଜର୍ନାଲ୍ରେ ପ୍ରକାଶିତ ହୋଇନାହିଁ।
ଏହି ଭାକ୍ସିନ୍କୁ ଏପର୍ଯ୍ୟନ୍ତ ନିୟାମକ ମଞ୍ଜୁରି ମିଳିନାହିଁ।
ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବା ପୂର୍ବରୁ ଏହି ଟିକା ଅନେକ ପରୀକ୍ଷଣ ପର୍ଯ୍ୟାୟ ଦେଇ ଗତି କରିବ।
ଏଥି ପାଇଁ ବେଶ୍ କିଛି ବର୍ଷ ସମୟ ଲାଗିପାରେ।
Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।