Captains: ସଚିନଙ୍କ ପ୍ରିୟ ଅଧିନାୟକ ଗାଙ୍ଗୁଲି, ଧୋନି
ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ପ୍ରିୟ ଅଧିନାୟକ ହେଉଛନ୍ତି ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନି।
ରେଡିଟ୍ରେ ଆୟୋଜିତ 'ଆସ୍କ ମି ଏନିଥିଂ' କାର୍ଯ୍ୟକ୍ରମରେ ସଚିନ ଏହା କହିଛନ୍ତି।
ନିଜ ପ୍ରିୟ ଅଧିନାୟକଙ୍କ ବିଷୟରେ ପଚରାଯିବାରୁ ସେ କହିଥିଲେ, “ସୌରଭ ଗାଙ୍ଗୁଲି ଓ ଏମ୍ଏସ୍ ଧୋନି ନିଶ୍ଚିତ ଭାବେ ମୋ ତାଲିକାର ଶୀର୍ଷରେ ରହିବେ।” ୧୯୯୬ରୁ ୨୦୦୦ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସଚିନ ୨୫ ଟେଷ୍ଟ୍ରେ ଭାରତର ନେତୃତ୍ବ ନେଇଥିଲେ।
ଅଧିନାୟକ ହେବା ମୋ ପାଇଁ ବଡ଼ ସମ୍ମାନ ଥିଲା।
Advertisment ତେବେ, ନିଜ ଇଚ୍ଛା ଅନୁଯାୟୀ ଦଳ ବାଛିବାର ସ୍ୱାଧୀନତା ମୋ ପାଖରେ ସବୁବେଳେ ନଥିଲା।
୧୯୯୦ ଦଶକ ତୁଳନାରେ ଆଜିର ବିସିସିଆଇ ଅଧିକ ବୃତ୍ତିଗତ ସଂସ୍ଥା ହୋଇପାରିଛି।
ସେହି ସମୟରେ ଭାରତୀୟ କ୍ରିକେଟ୍ ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲା ବୋଲି ୫୩ ବର୍ଷୀୟ ସଚିନ କହିଛନ୍ତି।
୨୦୦୦ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍ ଶୃଙ୍ଖଳା ପରାଜୟ ପରେ ସଚିନ ଅଧିନାୟକ ପଦ ଛାଡ଼ିଥିଲେ।
ତେମ୍ବା ବାଭୁମାଙ୍କୁ ପ୍ରଶଂସା ୨୦୦୭ରେ ପୁଣି ଟେଷ୍ଟ୍ ଅଧିନାୟକ ପଦ ପ୍ରସ୍ତାବକୁ ସେ ଗ୍ରହଣ କରି ନ ଥିଲେ।
ପରେ ଧୋନି ଏହି ଦାୟିତ୍ୱ ନେଇଥିଲେ।
ଏହି ଅବସରରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।
୨୦୨୫ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକାକୁ ଟ୍ରଫି ଜିତାଇବାରେ ତାଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ।
କେଉଁ ବଡ଼ ବ୍ୟାଟର୍ଙ୍କ ବିପକ୍ଷରେ ବୋଲିଂ କରିବାକୁ ଭଲ ଲାଗୁଥିଲା ପ୍ରଶ୍ନର ଉତ୍ତରରେ ସଚିନ ମଜାଳିଆ ଢଙ୍ଗର ନିଜ ବୋଲିଂ ଦକ୍ଷତା କଥା ମନେ ପକାଇଥିଲେ।
Youth Olympics 2026: ଯୁବ ଅଲିମ୍ପିକ୍ସ: ଇତିହାସ ରଚିଲେ ରାଜକୁମାରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।