Car-Bike Collision ବଡ଼ ଚମ୍ପିଆ ଠାରେ ବାଇକ୍ ଓ କାର ମୁହାଁମୁହିଁ ଧକ୍କା, ଦମ୍ପତି ଗୁରୁତର
"ମୁକୁନ୍ଦପୁର(ନରେନ୍ଦ୍ର ନିଶାଲ): କୋଲନରା ବ୍ଲକ୍ ବାଙ୍କିଲି ପଞ୍ଚାୟତ ୩୨୬ ନମ୍ବର ଜାତୀୟ ରାଜପଥର ବଡ଼ ଚମ୍ପିଆ ଗ୍ରାମ ନିକଟରେ ଏକ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦମ୍ପତି ଗୁରୁତର ଆହତ ହୋଇଛନ୍ତି।
ପରେ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ରାମନାଗୁଡା ଗୋଷ୍ଠୀ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଦୁର୍ଘଟଣା ପରେ କାର ଚାଳକ ଫେରାର ହୋଇଯାଇଛନ୍ତି।
Advertisment Ambulance Accident: ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ସହିଦ ସୁବେଦାର ମେଜର ସତ୍ୟବାନଙ୍କ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୪ ମୃତ ସୂଚନା ଅନୁଯାୟୀ, ବିଷମକଟକ ବ୍ଲକ ଉରଲାଯୋଡି ଗ୍ରାମର ମନୁ କୌଶଲ୍ୟା ଓ ତାଙ୍କ ପତ୍ନୀ ଅମ୍ବିକା କୌଶଲ୍ୟା ମୋଟରସାଇକଲ୍ (ଓଡ଼ି ୧୮ କ୍ୟୁ ୭୮୮୬) ଯୋଗେ କୌଣସି କାମରେ ରାୟଗଡ଼ା ଯାଇ ବିଷମକଟକ ଫେରୁଥିଲେ।
ବାଙ୍କିଲି ପଞ୍ଚାୟତର ବଡ ଚମ୍ପିଆ ଗ୍ରାମ ନିକଟରେ ଏକ କାର୍ (ଏପି୩୯ ଏଚ୍ ବି ୬୪୫୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ତେବେ ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
Accident: ଏମ୍ଭି ୩୧ ନିକଟରେ ମୁହାଁମୁହିଁ ଧକ୍କା: ଜଣେ ମୃତ; ୩ ଗୁରୁତର ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଚନ୍ଦନ କୁମାର ମହାପାତ୍ର ଓ କନେଷ୍ଟବଳ ରାମକୃଷ୍ଣ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଆହତ ଦମ୍ପତିଙ୍କୁ ଆମ୍ବୁଲାନ୍ସ ଯୋଗେ ରାମନାଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।
ତେବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସେଠାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଘଟଣା ପରେ ଫାଣ୍ଡି ଅଧିକାରୀ ଶ୍ରୀ ମହାପାତ୍ର ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।
ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡ଼ି ଦୁଇଟିକୁ ମୁକୁନ୍ଦପୁର ଫାଣ୍ଡିକୁ ନିଆଯାଇଥିବା ଜଣାପଡ଼ିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।