Car Swept Away While Odia Tourists Travelled To Baglamukhi Temple: ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ଭାସିଗଲା କାର୍‌, ୮ ଓଡ଼ିଆ ପର୍ଯ୍ୟଟକ ମୃତ

Sep 19, 2026 - 13:21
Car Swept Away While Odia Tourists Travelled To Baglamukhi Temple: ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ଭାସିଗଲା କାର୍‌, ୮ ଓଡ଼ିଆ ପର୍ଯ୍ୟଟକ ମୃତ

ମଧ୍ୟପ୍ରଦେଶରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଝରଣାର ପ୍ରଖର ସ୍ରୋତରେ ଏକ କାର୍‌ ଭାସିଯିବାରୁ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ପିଲା, ୨ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ା ଅଞ୍ଚଳର ଏକ ଝରଣାରେ ଏହି ଅଘଟଣ ଘଟିଛି। ଉଜ୍ଜୟିନୀରୁ ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଏହି ପର୍ଯ୍ୟଟକମାନେ କାର୍‌ ଯୋଗେ ଯାଉଥିଲେ।

ତେବେ ଝରଣା ଅତିକ୍ରମ କରିବା ସମୟରେ ପ୍ରଖର ଜଳସ୍ରୋତରେ କାର୍‌ଟି ଭାସିଯାଇଥିବା ଜଣାପଡ଼ିଛି। କାର୍‌ରେ ଥିବା ସମସ୍ତ ୮ ଜଣ ଓଡ଼ିଆ ପର୍ଯ୍ୟଟକ ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି।

ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି।

ଧାର୍ମିକ ଦର୍ଶନ ପାଇଁ ଯାଇଥିବା ଏକ ପରିବାର ଉପରେ ଏଭଳି ଦୁଃଖଦ ଘଟଣା ନେଇ ଓଡ଼ିଶାରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିଚୟ ଓ ସେମାନେ ଓଡ଼ିଶାର କେଉଁ ଅଞ୍ଚଳର ବୋଲି ସବିଶେଷ ସୂଚନା ଏଯାଏ ମିଳିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।