Car-Truck Head-On Collision କାର- ଟ୍ରକ୍ ମୁହାମୁହିଁ ଧକ୍କା, ତିରିଂ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଗୁରୁତର
"ରାଇରଙ୍ଗପୁର/ବହଳଦା: ରାଞ୍ଚି - ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଏକ କାର ଓ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।
ଏଥିରେ, ତିରି° ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଲୋକପ୍ରିୟ ଉପସ୍ଥାପକ ତଥା ରାଇରଙ୍ଗପୁର "ସମ୍ବାଦ-ସାହିତ୍ୟ ଘର"ର ଉପ ସଭାପତି ରଞ୍ଜନ କୁମାର ନନ୍ଦ ଗୁରୁତର ଆହତ ହୋଇଛନ୍ତି।
ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
Advertisment Accident: ମର୍ମନ୍ତୁଦ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ-ଶିଶୁ ମୃତ ଆଜି (ସୋମବାର) ପୂର୍ବାହ୍ଣ ପ୍ରାୟ ୯ଟା ବେଳେ ବହଳଦା ଥାନା ଅନ୍ତର୍ଗତ କାଦୁଆରୀ-ବାସିଙ୍ଗି ମଧ୍ୟରେ ତିତିଲି ଢାବା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଗଣେଶ ପୂଜା ଅବସରରେ ଶ୍ରୀ ନନ୍ଦ ରାଇରଙ୍ଗପୁରସ୍ଥ ବାସ ଭବନରୁ ନିଜ କାର୍ (କାର ଜେଏଚ ୦୫ ଡିବି ୩୪୧୬ )ରେ ତିରି° ଅଭିମୁଖେ ଯାଉଥିଲେ।
ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ (ଓଡ଼ି ୦୪ ପି ୩୭୩୪) ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା।
Road Accident: ଗଣେଶ ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର ଦୁର୍ଘଟଣାରେ ଶ୍ରୀନନ୍ଦଙ୍କ ଡାହାଣଗୋଡ଼ ଓ ବାମହାତ ସମ୍ପୂର୍ଣ ଭାଙ୍ଗି ଯାଇଥିବା ଜଣାପଡିଛି ।
ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥ ଏମ୍ସ କୁ ସ୍ଥାନାନ୍ତର କରାଯାଇଛି।
ବହଳଦା ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ କାରକୁ ଜବତ କରିଛି।
ଏହି ଖବର ପାଇ ବାମନଘାଟି ଉପଖଣ୍ଡର ଶିକ୍ଷକ ଶିକ୍ଷୟତ୍ରୀ, ସାମାଜିକ କର୍ମୀ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଓ ସାମ୍ବାଦିକ ମାନେ ହସ୍ପିଟାଲ ପହଞ୍ଚି ଆଶୁ ଆରୋଗ୍ୟ କାମନା କରିଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।