Career Mistakes After Class 12: ଦ୍ୱାଦଶ ପରେ କରନ୍ତୁନି ଏହି ୫ ଭୁଲ୍, ବିପଦରେ ପଡ଼ିପାରେ କ୍ୟାରିୟର୍; ଜାଣନ୍ତୁ କ'ଣ କରିବେ?

Oct 12, 2026 - 17:02
Career Mistakes After Class 12: ଦ୍ୱାଦଶ ପରେ କରନ୍ତୁନି ଏହି ୫ ଭୁଲ୍, ବିପଦରେ ପଡ଼ିପାରେ କ୍ୟାରିୟର୍; ଜାଣନ୍ତୁ କ'ଣ କରିବେ?

ସ୍କୁଲ୍ ଜୀବନ ଶେଷ ହେବା ପରେ ଆରମ୍ଭ ହୁଏ କଲେଜ ଜୀବନର ନୂଆ ଅଧ୍ୟାୟ। କେହି ଡାକ୍ତର ହେବାକୁ ଚାହାନ୍ତି ତ ଆଉ କେହି ଇଞ୍ଜିନିୟର କିମ୍ବା ବଡ଼ କମ୍ପାନୀରେ ଚାକିରି କରିବାକୁ ସ୍ୱପ୍ନ ଦେଖନ୍ତି। ହେଲେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ କେବଳ କଲେଜ ଡିଗ୍ରୀ ଭଲ ଚାକିରିର ଗ୍ୟାରେଣ୍ଟି ନୁହେଁ। ତେଣୁ ଆରମ୍ଭରୁ କିଛି ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ।

କେବଳ ଡିଗ୍ରୀ ଉପରେ ନିର୍ଭର କରିବା

ଅନେକ ଛାତ୍ରଛାତ୍ରୀ ଭାବନ୍ତି ଡିଗ୍ରୀ ମିଳିଗଲେ ଭଲ ଚାକିରି ମିଳିଯିବ। କିନ୍ତୁ ଆଜିର ଚାକିରି ବଜାରରେ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ପାଠପଢ଼ା ସହ କୋଡିଂ, ଡିଜିଟାଲ୍ ସ୍କିଲ୍ ଓ ପ୍ରାକ୍ଟିକାଲ୍ ଟ୍ରେନିଂ ଉପରେ ଧ୍ୟାନ ଦିଅନ୍ତୁ।

ଅନ୍ୟମାନଙ୍କୁ ଦେଖି କ୍ୟାରିୟର ବାଛିବା

ସାଙ୍ଗମାନେ ଯେଉଁ କୋର୍ସରେ ନାମ ଲେଖାଉଛନ୍ତି, ସେହି କୋର୍ସ ବାଛିବା ଠିକ୍ ନୁହେଁ। ନିଜ ରୁଚି, ଦକ୍ଷତା ଓ ଭବିଷ୍ୟତରେ ରୋଜଗାର ସୁଯୋଗକୁ ବିଚାର କରି କ୍ୟାରିୟର ଚୟନ କରନ୍ତୁ।

ଇଣ୍ଟର୍ଣ୍ଣସିପ୍‌କୁ ଅଣଦେଖା କରିବା

କଲେଜ ସମୟରୁ ଇଣ୍ଟର୍ଣ୍ଣସିପ୍, ସେମିନାର ଓ ପ୍ରଫେସନାଲ୍ ନେଟୱର୍କିଂରେ ଯୋଗଦିଅନ୍ତୁ। ଏହାଦ୍ୱାରା ବାସ୍ତବ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ମିଳିବା ସହ ଚାକିରି ସୁଯୋଗ ବଢ଼ିପାରେ।

ସମୟ ନଷ୍ଟ କରିବା ଓ ବିଫଳତାକୁ ଡରିବା

ସୋସିଆଲ୍ ମିଡିଆରେ ଅଯଥା ସମୟ ବିତାଇବା ବଦଳରେ ପ୍ରତିଦିନ କିଛି ନୂଆ ଶିଖନ୍ତୁ। ବିଫଳତାକୁ ଡରିବା ପରିବର୍ତ୍ତେ ସେଥିରୁ ଶିକ୍ଷା ଗ୍ରହଣ କରନ୍ତୁ। ସମୟ ପରିଚାଳନା ଓ ନିୟମିତ ଅଭ୍ୟାସ ସଫଳତା ପାଇଁ ଜରୁରୀ।

କମ୍ୟୁନିକେସନ୍ ସ୍କିଲ୍‌କୁ ଗୁରୁତ୍ୱ ନଦେବା

କେବଳ ବୈଷୟିକ ଜ୍ଞାନ ଥିଲେ ହେବନି। ନିଜ କଥାକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିବା, ଟିମ୍‌ରେ କାମ କରିବା ଓ ଆତ୍ମବିଶ୍ୱାସର ସହ କଥାହେବା ମଧ୍ୟ ଆବଶ୍ୟକ। ତେଣୁ କଲେଜ ସମୟରୁ ଯୋଗାଯୋଗ ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦିଅନ୍ତୁ।

ମନେ ରଖନ୍ତୁ, ସଫଳ କ୍ୟାରିୟର ପାଇଁ କେବଳ ଡିଗ୍ରୀ ନୁହେଁ, ସଠିକ୍ ନିଷ୍ପତ୍ତି, ଦକ୍ଷତା ଓ ନିରନ୍ତର ପରିଶ୍ରମ ମଧ୍ୟ ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।