Cash Withdrawal Rules Change: ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୧ରୁ ବଦଳିବ ଟଙ୍କା ଉଠାଣ ନିୟମ

Aug 22, 2026 - 16:04
Cash Withdrawal Rules Change: ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୧ରୁ ବଦଳିବ ଟଙ୍କା ଉଠାଣ ନିୟମ

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଅର୍ଥାତ୍‌ SBI ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଆସନ୍ତା ଅକ୍ଟୋବର ୧, ୨୦୨୬ରୁ କିଛି ନିର୍ଦ୍ଦିଷ୍ଟ ସେଭିଂସ୍‌ ଆକାଉଣ୍ଟରେ କ୍ୟାଶ୍‌ ଉଠାଣ ଉପରେ ଚାର୍ଜ ଲାଗିବ। ତେବେ ସମସ୍ତ SBI ଗ୍ରାହକଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

SBIର ସାଧାରଣ ସଞ୍ଚୟ ଖାତା(BSBD), ଯାହା ବ୍ରାଞ୍ଚ ମାଧ୍ୟମରେ ଖୋଲାଯାଇଛି, ସେହି ଆକାଉଣ୍ଟ ପାଇଁ ନୂଆ ଚାର୍ଜ ଲାଗୁ ହେବ। ତେବେ ଗ୍ରାହକଙ୍କୁ ମାସକୁ ୪ ଥର କ୍ୟାଶ୍‌ ଉଠାଇବା ମାଗଣା ରହିବ। କିନ୍ତୁ ଏହି ୪ଟି ମାଗଣା ଉଠାଣ ପରେ ପ୍ରତ୍ୟେକ ଅତିରିକ୍ତ କ୍ୟାଶ୍‌ ଉଠାଣ ପାଇଁ ୧୫ ଟଙ୍କା ସହ GST ଚାର୍ଜ ଦେବାକୁ ପଡ଼ିବ। 

ଉଦାହରଣ ଭାବେ, ଜଣେ ଗ୍ରାହକ ଗୋଟିଏ ମାସରେ ୫ ଥର କ୍ୟାଶ୍‌ ଉଠାଇଲେ, ପଞ୍ଚମ ଉଠାଣରେ ୧୫ ଟଙ୍କା ସହ GST ଲାଗିବ। ସେହିପରି ୬ ଥର ଉଠାଇଲେ ପଞ୍ଚମ ଓ ଷଷ୍ଠ ଦୁଇଟି ଅତିରିକ୍ତ ଟ୍ରାଞ୍ଜାକ୍ସନ୍‌ ପାଇଁ ଚାର୍ଜ ଲାଗିବ। ତେଣୁ ଯେଉଁ ଗ୍ରାହକମାନେ ମାସରେ ବାରମ୍ବାର କ୍ୟାଶ୍‌ ଉଠାନ୍ତି, ସେମାନେ ନିଜ କ୍ୟାଶ୍‌ ଉଠାଣ ସଂଖ୍ୟା ଉପରେ ନଜର ରଖିବା ଜରୁରୀ।

ତେବେ ଏଠାରେ ଗ୍ରାହକଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିର ଖବର ରହିଛି। ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ୍‌ ଉପରେ ଏହି ୪ଟି ଟ୍ରାଞ୍ଜାକ୍ସନ୍‌ର ସୀମା ଲାଗୁ ହେବ ନାହିଁ। SBI ଅନୁସାରେ ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ୍‌ ମାଗଣାରେ ଜାରି ରହିବ।

ମାସକୁ ମାତ୍ର କିଛି ଥର କ୍ୟାଶ୍‌ ଉଠାଉଥିବା ଗ୍ରାହକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ, କାରଣ ୪ଟି ଉଠାଣ ମାଗଣା ରହିବ। କିନ୍ତୁ ଯେଉଁମାନେ ବାରମ୍ବାର କ୍ୟାଶ୍‌ ଉଠାନ୍ତି, ସେମାନଙ୍କୁ ଅତିରିକ୍ତ ଖର୍ଚ୍ଚ ଦେବାକୁ ପଡ଼ିପାରେ।

ତେଣୁ ଅକ୍ଟୋବର ୧ରୁ ନିଜ ଆକାଉଣ୍ଟରୁ କେତେଥର କ୍ୟାଶ୍‌ ଉଠାଉଛନ୍ତି, ତାହା ମନେ ରଖନ୍ତୁ। ଆବଶ୍ୟକ ନଥିଲେ ବାରମ୍ବାର କ୍ୟାଶ୍‌ ଉଠାଇବା ପରିବର୍ତ୍ତେ, ସୁବିଧା ଅନୁସାରେ ଡିଜିଟାଲ୍‌ ପେମେଣ୍ଟ ବ୍ୟବହାର କଲେ ଅତିରିକ୍ତ ଚାର୍ଜରୁ ବଞ୍ଚିପାରିବେ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।