Casio F-91W: ଓସାମା ପିନ୍ଧୁଥିଲେ, ଓବାମା ବି! କାହିଁକି ଏତେ ଚର୍ଚ୍ଚିତ ଏହି ଘଣ୍ଟା?

Sep 12, 2026 - 19:27
Casio F-91W: ଓସାମା ପିନ୍ଧୁଥିଲେ, ଓବାମା ବି! କାହିଁକି ଏତେ ଚର୍ଚ୍ଚିତ ଏହି ଘଣ୍ଟା?

"ନୂଆଦିଲ୍ଲୀ:  ଏ ଘଣ୍ଟା ଦେଖିଲେ ଆଜି ବି ଅନେକଙ୍କୁ ଲାଗେ ସାଧାରଣ ଡିଜିଟାଲ୍ ଘଣ୍ଟା!

ଦାମ ବି ଏତେ ଅଧିକ ନୁହେଁ ।

କିନ୍ତୁ ଦିନେ ଏହି ଘଣ୍ଟାକୁ ନେଇ ଚିନ୍ତାରେ ପଡ଼ିଥିଲା ଆମେରିକା ।

କାରଣ ଏହି ଘଣ୍ଟା ପିନ୍ଧୁଥିଲେ ଆତଙ୍କୀ ସଂଗଠନ ଅଲ୍-କାଏଦାର ସଦସ୍ୟ ।

ଏମିତିକି ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଦେନଙ୍କ ହାତରେ ବି ଏହି ଘଣ୍ଟା ନଜର ଆସିଥିଲା ।

ତେବେ ଏହି ଛୋଟିଆ ଘଣ୍ଟାରେ ଏମିତି କ'ଣ ଥିଲା, ଯାହାକୁ ନେଇ ଆମେରିକା ହୋଇଯାଇଥିଲା ସତର୍କ?

କାହିଁକି ଏହାକୁ କୁହାଗଲା "ଟେରରିଷ୍ଟ ୱାଚ୍"?

ଆଉ ପୁଣି  ଏହି ଘଣ୍ଟା ପରେ ହୋଇଯାଇଥିଲା ବାରାକ ଓବାମାଙ୍କ ଫେଭରାଟ୍‌ ଘଣ୍ଟା ।Advertisment ଏହା ହେଉଛି Casio F-91W ।

ଏକ ସାଧାରଣ ଡିଜିଟାଲ୍ ଘଣ୍ଟା ।

୧୯୮୯ରେ ଜାପାନୀ କମ୍ପାନୀ କ୍ୟାସିଓ ଏହି ଘଣ୍ଟାକୁ ବଜାରକୁ ଆଣିଥିଲା ।

ଉଦ୍ଦେଶ୍ୟ ଥିଲା ଘଣ୍ଟା ସଠିକ୍ ସମୟ ଦେବ, ତାରିଖ ଦେଖାଇବ, ହାଲୁକା ହେବ ଏବଂ ସବୁଠାରୁ ବଡ଼ କଥା, ଦାମ ବି ସାଧାରଣ ଲୋକଙ୍କ ବଜେଟ୍ ଭିତରେ ରହିବ ।

ଡିଜାଇନର ରୟୁସୁକେ ମୋରିଆଇଙ୍କ ଡିଜାଇନ୍‌ରେ ତିଆରି ଏହି ଘଣ୍ଟାର ଓଜନ ମାତ୍ର ୨୧ ଗ୍ରାମ୍ ।

ତିନୋଟି ବଟନ୍‌ରେ ଲାଇଟ୍, ଆଲାର୍ମ ଓ ଷ୍ଟପ୍‌ୱାଚ୍‌ ଭଳି ଫିଚର୍ ।

ଏହି ସରଳତା ହିଁ ଏହାକୁ ଖୁବ୍ ଶୀଘ୍ର ଲୋକପ୍ରିୟ କରିଦେଲା ।

ଟିନ୍‌ଏଜର୍‌ଠାରୁ ଆରମ୍ଭ କରି କଲେଜ୍ ଛାତ୍ର, ପ୍ରଫେସନାଲ୍ ଓ ସେନା କର୍ମଚାରୀଙ୍କ ହାତରେ ନଜର ଆସିଲା F-91W ।

ଏମିତିକି ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ଏହି ମଡେଲ୍‌ର ନାଁ ବି ଯୋଡ଼ାଗଲା ।

କିନ୍ତୁ କାହାଣୀରେ ଆସିଲା ବଡ଼ ଟ୍ୱିଷ୍ଟ ।

ଆମେରିକା ଅଲ୍-କାଏଦାର କିଛି ଆତଙ୍କୀଙ୍କୁ ଧରି ଗୁଆଣ୍ଟାନାମୋ ବେ ଜେଲ୍‌ରେ ରଖିଥିଲା ।

ପଚରାଉଚରା ବେଳେ ଆତଙ୍କୀଙ୍କ ହାତରେ ଏହି ଘଣ୍ଟା ଥିବା ନେଇ ସୁରାକ୍ ମିଳିଥିଲା ।

ଆମେରିକୀୟ ଅଧିକାରୀମାନେ ଯେତେବେଳେ ଅନ୍ୟ ବନ୍ଦୀଙ୍କ ରେକର୍ଡ ଯାଞ୍ଚ କଲେ, ସେତେବେଳେ F-91W ନେଇ ଆହୁରି ଚର୍ଚ୍ଚା ଆରମ୍ଭ ହେଲା ।

କିଛି ରିପୋର୍ଟ ଅନୁସାରେ, ଅଲ୍-କାଏଦାରେ ଏହି ଘଣ୍ଟାକୁ ବିସ୍ଫୋରକ ତିଆରିରେ ଟାଇମିଂ ଡିଭାଇସ୍ ଭାବେ ବ୍ୟବହାର କରାଯାଇଥିଲା ।

୧୯୯୪ରେ ଫିଲିପାଇନ୍ସ ଏୟାରଲାଇନ୍ସର ଫ୍ଲାଇଟ୍ ୪୩୪ ବିସ୍ଫୋରଣ ଘଟଣାର ତଦନ୍ତରେ ମଧ୍ୟ ଏହି ମଡେଲ୍‌ର ଘଣ୍ଟାର ବ୍ୟବହାର ନେଇ ତଥ୍ୟ ସାମ୍ନାକୁ ଆସିଥିଲା ।

ପରେ ୧୯୯୯ରେ ଅଲ୍-କାଏଦା ସହ ଜଡ଼ିତ ଆତଙ୍କୀ ଅହମଦ ରେସମ୍‌କୁ ଧରିବା ପରେ ତାଙ୍କ ପାଖରୁ ବିସ୍ଫୋରକ ମିଳିଥିଲା ।

ସେଥିରେ F-91W ଭଳି ଡିଜିଟାଲ୍ ଘଣ୍ଟାର ଟାଇମିଂ ବ୍ୟବହାର ନେଇ ତଦନ୍ତ ହୋଇଥିଲା ।

Osama Bin Laden Family: ଲାଦେନ ମରିଲା ପରେ କୁଆଡ଼େ ଗଲେ ତାଙ୍କ ୨୪ ପିଲା?

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଦେନଙ୍କ ହାତରେ ମଧ୍ୟ ଏହି ଘଣ୍ଟା ନଜର ଆସିଥିଲା ।

ତେବେ ଏଠି ଗୋଟିଏ କଥା ସ୍ପଷ୍ଟ ଘଣ୍ଟାଟି ନିଜେ କୌଣସି ଆତଙ୍କୀ ଉପକରଣ ନୁହେଁ ।

ଏହା ଆଜି ବି ସାଧାରଣ ଭାବେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଡିଜିଟାଲ୍ ୱାଚ୍ ।

ଆତଙ୍କବାଦୀମାନେ ଏହାକୁ ଅପବ୍ୟବହାର କରିଥିବା ଘଟଣା ହିଁ ଏହାକୁ ଏକ ଭିନ୍ନ ପରିଚୟ ଦେଇଛି ।

ଆଜି ୩୫ ବର୍ଷରୁ ଅଧିକ ସମୟ ପରେ ବି F-91Wର ମୂଳ ଡିଜାଇନ୍ ପ୍ରାୟ ସମାନ ।

ଭାରତରେ ମଧ୍ୟ ଏହା ପ୍ରାୟ ୧୧୦୦ରୁ ୧୨୦୦ ଟଙ୍କା ମଧ୍ୟରେ ମିଳିଥାଏ ।

ଏକ ସାଧାରଣ ଘଣ୍ଟାରୁ "ଟେରରିଷ୍ଟ ୱାଚ୍" ଭାବେ ଚର୍ଚ୍ଚିତ ହେବା Casio F-91Wର କାହାଣୀ ନିଶ୍ଚିତ ଭାବେ ଅଜବ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।