CAT Admit Card 2026: ଜାରି ହେଲା କ୍ୟାଟ୍ ପରୀକ୍ଷାର ଆଡ୍ମିଟ୍ କାର୍ଡ, ଡାଉନ୍ଲୋଡ୍ କରିବେ କେମିତି ଜାଣନ୍ତୁ...
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ଇନ୍ଦୋର ପକ୍ଷରୁ କମନ୍ ଆଡ୍ମିସନ୍ ଟେଷ୍ଟ (କ୍ୟାଟ୍) ୨୦୨୬ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି।
ଯେଉଁ ପରୀକ୍ଷାର୍ଥୀମାନେ ନଭେମ୍ବର ୨୯ ତାରିଖରେ କ୍ୟାଟ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ଆପ୍ଲିକେସନ୍ ନମ୍ବର, ଜନ୍ମ ତାରିଖ ଓ କ୍ୟାପ୍ଚା କୋଡ୍ ଦେଇ ଲଗ୍ଇନ୍ କରିବାକୁ ପଡ଼ିବ।
Advertisment ଆହୁରି ପଢ଼ନ୍ତୁ- Abhishek Banerjee: ଅଭିଷେକ ବାନାର୍ଜୀଙ୍କ ଘରେ ଆକ୍ରମଣକୁ ନେଇ ବର୍ଷିଲେ ମମତା, କହିଲେ- ମୋ ଛାତି ଉପରେ ବୁଲଡୋଜର ଚଳାଇ ଦେଖ କିପରି ଡାଉନଲୋଡ୍ କରିବେ କ୍ୟାଟ୍ ଆଡ୍ମିଟ୍ କାର୍ଡ ୨୦୨୬?
ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ନିମ୍ନରେ ଦିଆଯାଇଥିବା ସହଜ ଷ୍ଟେପ୍ଗୁଡ଼ିକୁ ଅନୁସରଣ କରନ୍ତୁ।
୧.
ପ୍ରଥମେ କ୍ୟାଟ୍ର ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ।
୨.
ଏହାପରେ ହୋମ୍ପେଜ୍ରେ ଥିବା ଆଡମିଟ୍ କାର୍ଡ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
୩.
CAT Admit Card 2026 ଲିଙ୍କ୍କୁ ଚୟନ କରନ୍ତୁ।
୪.
ନିଜର ଆପ୍ଲିକେସନ୍ ନମ୍ବର, ଜନ୍ମ ତାରିଖ ଓ କ୍ୟାପ୍ଚା କୋଡ୍ ଦେଇ ଲଗ୍ଇନ୍ କରନ୍ତୁ।
୫.
ଏହାପରେ ଆପଣଙ୍କ ଆଡମିଟ୍ କାର୍ଡ ସ୍କ୍ରିନ୍ରେ ଦେଖାଯିବ।
୬.
ଆଡମିଟ୍ କାର୍ଡ ଡାଉନଲୋଡ୍ କରି ଏହାର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ।
ଆହୁରି ପଢ଼ନ୍ତୁ- Singapore: ଅଭାବନୀୟ ଘଟଣା: ପାର୍କିଂ ବିବାଦକୁ ନେଇ ଫରିଦାବାଦରେ ପୂର୍ବତନ ଟେକ୍ ମହିନ୍ଦ୍ରା ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲା ପଡ଼ୋଶୀ ୩ଟି ସିଫ୍ଟରେ ହେବ କ୍ୟାଟ୍ ପରୀକ୍ଷା କ୍ୟାଟ୍ ୨୦୨୬ ପରୀକ୍ଷା ନଭେମ୍ବର ୨୯ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।
ପରୀକ୍ଷାର ସମୟ ନିମ୍ନରେ ଦିଆଗଲା। • ପ୍ରଥମ ପର୍ଯ୍ୟାୟ: ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ। • ଦ୍ୱିତୀୟ ପର୍ଯ୍ୟାୟ: ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ। • ତୃତୀୟ ପର୍ଯ୍ୟାୟ: ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ।
ଆଡମିଟ୍ କାର୍ଡରେ ଏହି ତଥ୍ୟ ଯାଞ୍ଚ କରନ୍ତୁ ପରୀକ୍ଷାର୍ଥୀ ମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପରେ ଏଥିରେ ଥିବା ସମସ୍ତ ତଥ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ।
ବିଶେଷ କରି ନିଜର ନାମ, ରୋଲ୍ ନମ୍ବର, ପରୀକ୍ଷା କେନ୍ଦ୍ରର ନାମ, ପରୀକ୍ଷା ତାରିଖ ଏବଂ ସିଫ୍ଟ ସମୟ ଠିକ୍ ଅଛି କି ନାହିଁ ଦେଖନ୍ତୁ।
ପରୀକ୍ଷା ଦିନ ଆଡମିଟ୍ କାର୍ଡ ସହ ଆବଶ୍ୟକ ପରିଚୟପତ୍ର ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚନ୍ତୁ।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।