Causes of cold feet: ଦେହ ଗରମ ଥିଲେ ବି ପାଦ କାହିଁକି ଥଣ୍ଡା ଲାଗେ? ଜାଣନ୍ତୁ ଏହା ପଛର ବିଜ୍ଞାନ ଓ ସ୍ୱାସ୍ଥ୍ୟ ସଂକେତ

Oct 24, 2026 - 15:28
Causes of cold feet: ଦେହ ଗରମ ଥିଲେ ବି ପାଦ କାହିଁକି ଥଣ୍ଡା ଲାଗେ? ଜାଣନ୍ତୁ ଏହା ପଛର ବିଜ୍ଞାନ ଓ ସ୍ୱାସ୍ଥ୍ୟ ସଂକେତ

ଅନେକ ସମୟରେ ଆମେ ଲକ୍ଷ୍ୟ କରିଥାନ୍ତି ଯେ ସମ୍ପୂର୍ଣ୍ଣ ଶରୀର ଗରମ ଥିଲେ ବି ଆମ ପାଦ ଦୁଇଟି ବେଶ୍ ଥଣ୍ଡା ଅନୁଭୂତ ହୁଏ।

ଏସି ଘରେ ବସିବା ସମୟରେ ହେଉ କିମ୍ବା ଘରେ ବିଶ୍ରାମ ନେବା ସମୟରେ, ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ ଘଟଣା।

କିନ୍ତୁ ଆପଣ କେବେ ଭାବିଛନ୍ତି କି ଏପରି କାହିଁକି ହୁଏ?

ଏହା କେବଳ ଏକ ସାଧାରଣ ଅନୁଭୂତି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସଂକେତ?

ଆସନ୍ତୁ ଜାଣିବା ଏହା ପଛର ବୈଜ୍ଞାନିକ କାରଣ।

Advertisment ଆହୁରି ପଢ଼ନ୍ତୁ: ଅରବପତି ହେବା ପରେ ବି ବଦଳିନି ଜୀବନଶୈଳୀ, ପ୍ରତିଦିନ ୧୨ରୁ ୧୪ ଘଣ୍ଟା କରୁଛନ୍ତି କାମ ଚିକିତ୍ସା ବିଜ୍ଞାନୀଙ୍କ ଅନୁଯାୟୀ, ଆମ ପାଦ ହୃତ୍‌ ସବୁଠାରୁ ଦୂରରେ ଅବସ୍ଥିତ।

ଶରୀରରେ ତାପମାତ୍ରା କିମ୍ବା ରକ୍ତ ସଞ୍ଚାଳନରେ ସାମାନ୍ୟ ପରିବର୍ତ୍ତନ ହେଲେ ଏହାର ପ୍ରଥମ ପ୍ରଭାବ ପାଦ ଉପରେ ପଡ଼ିଥାଏ।

ଆମ ଶରୀର ସଦାସର୍ବଦା ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗ (ଯେପରିକି ହୃଦୟ, ମସ୍ତିଷ୍କ ଓ ଫୁସଫୁସ) ର ତାପମାତ୍ରା ସନ୍ତୁଳିତ ରଖିବାକୁ ପ୍ରାଥମିକତା ଦେଇଥାଏ।

ଯେତେବେଳେ ବାହାରର ତାପମାତ୍ରା କମିଯାଏ କିମ୍ବା ଶରୀର ତାପମାତ୍ରା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ, ସେତେବେଳେ ହାତ ଓ ପାଦ ଭଳି ଶରୀରର ଶେଷ ଭାଗରେ ଥିବା ରକ୍ତବାହୀ ନଳୀଗୁଡ଼ିକ ସଙ୍କୁଚିତ ହୋଇଯାନ୍ତି।

ଫଳରେ ସେହି ଅଞ୍ଚଳକୁ ରକ୍ତ ପ୍ରବାହ କମିଯାଏ ଏବଂ ପାଦ ଅଧିକ ଥଣ୍ଡା ଲାଗେ।

ସବୁବେଳେ ପାଦ ଥଣ୍ଡା ରହିବା କୌଣସି ରୋଗର ଲକ୍ଷଣ କି?

ଯଦି ଆପଣଙ୍କ ପାଦ ସାଧାରଣ ଋତୁରେ କିମ୍ବା ଗରମ ପରିବେଶରେ ବି ସବୁବେଳେ ଥଣ୍ଡା ରହୁଛି, ତେବେ ଏହା ଶରୀରର କିଛି ଅଭ୍ୟନ୍ତରୀଣ ସମସ୍ୟାର ସୂଚନା ଦେଇପାରେ: ଖରାପ ରକ୍ତ ସଞ୍ଚାଳନ: ଧମନୀଗୁଡ଼ିକ ସଂକୁଚିତ ହୋଇଗଲେ ପାଦକୁ ପର୍ଯ୍ୟାପ୍ତ ପରିମାଣର ଉଷୁମ ରକ୍ତ ପହଞ୍ଚିପାରେ ନାହିଁ।

ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ୍‌ ଓ ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ।

ହାଇପୋଥାଇରଏଡିଜିମ୍ : ଥାଇରଏଡ୍ ଗ୍ରନ୍ଥିରୁ ଆବଶ୍ୟକୀୟ ହରମୋନ୍ କ୍ଷରଣ ନହେଲେ ଶରୀରର ମେଟାବୋଲିଜିମ୍ ଧୀମା ହୋଇଯାଏ, ଯାହା ଶରୀରରେ ଉତ୍ତାପ ପ୍ରକ୍ରିୟାକୁ ହ୍ରାସ କରିଥାଏ।

ଫଳରେ ଶରୀର ସହ ପାଦ ଶୀଘ୍ର ଥଣ୍ଡା ହୋଇଯାଏ।

ରକ୍ତହୀନତା: ଶରୀରରେ ଆଇରନ୍ କିମ୍ବା ହିମୋଗ୍ଲୋବିନ୍‌ର ମାତ୍ରା କମିଗଲେ କୋଷଗୁଡ଼ିକୁ ସଠିକ୍ ପରିମାଣର ଅମ୍ଳଜାନ ପହଞ୍ଚିପାରେ ନାହିଁ, ଯାହା ଫଳରେ ହାତ-ପାଦ ଥଣ୍ଡା ପଡ଼ିଯାଏ।

ଏଥିରୁ ରକ୍ଷା ପାଇବାର ସହଜ ଉପାୟ ସାଧାରଣ କାରଣରୁ ପାଦ ଥଣ୍ଡା ହେଉଥିଲେ କିଛି ସହଜ ଘରୋଇ ଉପାୟ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

ଘରେ କିମ୍ବା ଏସି ରୁମ୍‌ରେ ଥିବା ସମୟରେ ନରମ ସୁତା କିମ୍ବା ଉଲ୍‌ ମୋଜା ପିନ୍ଧନ୍ତୁ।

ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନରହି ମଝିରେ ମଝିରେ ଟିକେ ଚାଲିବୁଲି କରନ୍ତୁ।

ଏହା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଏ।

ନାଗରତେଲ କିମ୍ବା ସୋରିଷ ତେଲକୁ ସାମାନ୍ୟ ଉଷୁମ କରି ପାଦତଳେ ମାଲିସ୍ କଲେ ରକ୍ତ ଚଳାଚଳ ସ୍ୱାଭାବିକ ହୋଇଥାଏ।

ଆହୁରି ପଢ଼ନ୍ତୁ: ୧୧ ବର୍ଷ ପରେ ଫୁଟ୍‌ବଲ୍‌କୁ ଫେରିବେ ରୋନାଲ୍‌ଡିନୋ, ନଭେମ୍ବର ୧୫ରେ ଇଟାଲୀୟ କ୍ଲବ୍‌ ରାଭେନ୍ନା ପକ୍ଷରୁ ଖେଳିବେ ଅଧିକ ଦେଖ୍‌ନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।