CBFC: ‘ଦାୟରା’ ଓ ‘ଭାଇବ୍’କୁ ମିଳିଲା ‘A’ ସାର୍ଟିଫିକେଟ୍
"ମୁମ୍ବାଇ: କରୀନା କପୁର ଖାନ୍ ଓ ପୃଥ୍ୱୀରାଜ ସୁକୁମାରନ୍ଙ୍କ ଅଭିନୀତ "ଦାୟରା"କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) "A" ସାର୍ଟିଫିକେଟ୍ ପ୍ରଦାନ କରିଛି।
ସେନ୍ସର ସାର୍ଟିଫିକେଟ୍ ଅନୁସାରେ ଫିଲ୍ମଟିର ଦୈର୍ଘ୍ୟ ୧୪୩.୧୬ ମିନିଟ୍।
ଅର୍ଥାତ୍ଏହାର ଅବଧି ୨ ଘଣ୍ଟା ୨୩ ମିନିଟ୍ ୧୬ ସେକେଣ୍ଡ।
ଏହି ଇନ୍ଭେଷ୍ଟିଗେଟିଭ୍ ଥ୍ରିଲର୍ର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶିକା ମେଘନା ଗୁଲଜାର।Advertisment "ଦାୟରା" ହେଉଛି କରୀନା କପୁର ଖାନ୍ଙ୍କ ଦଶମ ଫିଲ୍ମ, ଯାହାକୁ କେବଳ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ "A" ସାର୍ଟିଫିକେଟ୍ ମିଳିଛି।
ତାଙ୍କର ଅନ୍ୟ ୯ଟି "A" ସାର୍ଟିଫିକେଟ୍ପ୍ରାପ୍ତ ଫିଲ୍ମ ହେଉଛି ଅଜନବୀ (୨୦୦୧),ଚମେଲୀ(୨୦୦୩), ଦେବ୍ (୨୦୦୪), ଓମକାରା(୨୦୦୬), କୁର୍ବାନ୍ (୨୦୦୯), ହିରୋଇନ୍ (୨୦୧୨), ଉଡତା ପଞ୍ଜାବ୍ (୨୦୧୬), ବୀରେ ଦି ୱେଡିଂ (୨୦୧୮) ଏବଂ ଦି ବକିଂଘମ୍ ମର୍ଡର୍ସ (୨୦୨୪)।
ଠିକ୍ ସେହିପରି ଭାଇବ୍କୁ ମଧ୍ୟ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) "A" ସାର୍ଟିଫିକେଟ୍ ପ୍ରଦାନ କରିଛି।
ଏଥିରେ କୁନାଲ କେମ୍ମୁ ଅଭିନୟ କରିଥିବା ବେଳେ ସେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।
କୁନାଲଙ୍କ ବ୍ୟତୀତ ଫିଲ୍ମରେ ପ୍ରୀତି ଜି ଜିଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ, ବଂଶିକା ଧୀର, ଦିନେଶ ଲାଲ ଯାଦବ ଓରଫ ନିରହୁଆ ଏବଂ ଯଶପାଲ ଶର୍ମା ଅଭିନୟ କରିଛନ୍ତି।
Vibe ହେଉଛି ଅଭିନେତ୍ରୀ ପ୍ରୀତି ଜି ଜିଣ୍ଟାଙ୍କ କମବ୍ୟାକ୍ ପରେ ଦ୍ୱିତୀୟ ଫିଲ୍ମ।
ତାଙ୍କର ପୂର୍ବ ଫିଲ୍ମ Batwara 1947 ଗତ ମାସରେ ମୁକ୍ତିଲାଭ କରିଥିଲା ଏବଂ ଏହାକୁ ମଧ୍ୟ "A" ସାର୍ଟିଫିକେଟ୍ ମିଳିଥିଲା।
ଜଣେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବ୍ୟକ୍ତି କହିଛନ୍ତି, “ଦାୟରାକୁ "A" ସାର୍ଟିଫିକେଟ୍ ମିଳିବା ବୁଝିହେଉଛି, କାରଣ ଫିଲ୍ମଟିର କାହାଣୀ ଏପରି ଏକ ବିଷୟ ଉପରେ ଆଧାରିତ, ଯାହା ପ୍ରାପ୍ତବୟସ୍କ ଓ ପରିପକ୍ୱ ଦର୍ଶକଙ୍କ ପାଇଁ ଉପଯୁକ୍ତ।
କିନ୍ତୁ ଭାଇବ୍ ଏକ ମଜାଦାର ମନୋରଞ୍ଜନଧର୍ମୀ ଫିଲ୍ମ ଭଳି ଲାଗୁଛି, ଯାହାକୁ ବୟସ୍କଙ୍କ ସହିତ ପିଲା ଓ କିଶୋରମାନେ ମଧ୍ୟ ଉପଭୋଗ କରିପାରିଥାନ୍ତେ।
ଏହା କୁନାଲ କେମ୍ମୁଙ୍କ ପୂର୍ବ ନିର୍ଦ୍ଦେଶିତ ଫିଲ୍ମ ମାଡଗାଓଁ ଏକ୍ସପ୍ରେସ୍ (୨୦୨୪) ଭଳି ଲାଗୁଛି, ଯାହାକୁ U/A ସାର୍ଟିଫିକେଟ୍ ମିଳିଥିଲା।
ତେଣୁ ଭାଇବ୍କୁ "A" ସାର୍ଟିଫିକେଟ୍ ମିଳିବା ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ହେବ।” ତେବେ ଉଭୟ ଫିଲ୍ମ ସେପ୍ଟେମ୍ବର ୧୮ରେ ସିନେମା ହଲ୍ରେ ମୁକ୍ତିଲାଭ କରିବ।
Bhumika: ଏଥର ଭୂମିକାଙ୍କ ପାଳି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।