CBI : ଜି ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

Sep 05, 2026 - 21:41
CBI : ଜି ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

"ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁ‌ରୋ (ସିବିଆଇ) ଜି ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ଏଲ୍‌ଆଇସିଏଚଏଫଏଲ୍‌ ( ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌) ସହ ଜଡ଼ିତ ୧୩୨୨ କୋଟି ଟଙ୍କାର ଏକ ଠକେଇ ମାମଲାରେ ସିବିଆଇ ସୁଭାଷ ଚନ୍ଦ୍ର ଏବଂ ଅନ୍ୟ ଘରୋଇ କମ୍ପାନିଏବଂ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଅଧୀନରେ ସିବିଆଇ ଅଗଷ୍ଟ ୩୧ ତାରିଖରେ ଏନେଇ ଏତଲା ରୁଜୁ କରିଥିଲା ଏବଂ ଏଥିରେ ଚନ୍ଦ୍ରଙ୍କୁ ୧ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

Advertisment ଆହୁରି ପଢନ୍ତୁ :Westbengal: ମାଲ୍‌ଦା ହସ୍ପିଟାଲରେ ମାସକରେ ୮୯ ଶିଶୁଙ୍କ ମୃତ୍ୟୁ: ୨ ବରିଷ୍ଠ ଅଧିକାରୀ ବହିଷ୍କୃତ ଏଲ୍‌ଆଇସିଏଚଏଫଏଲ୍‌ ଦ୍ବାରା ବିଭିନ୍ନ କମ୍ପାନିକୁ ବ୍ୟବସାୟ ବଢ଼ାଇବାପାଇଁ ଦିଆଯାଇଥିବା ଋଣ ସୁବିଧାରେ ସୁଭାଷ ଚନ୍ଦ୍ର ଲଗାତାର ଗ୍ୟାରେଣ୍ଟର ପଡ଼ିଥିଲେ।

ସିବିଆଇ ନିକଟରେ ଏଲ୍‌ଆଇସିଏଚଏଫଏଲ୍‌ ଦ୍ବାରା କରାଯାଇଥିବା ଅଭିଯୋଗ ଅନୁଯାୟୀ ବସନ୍ତ ନଗର ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ପାନ୍‌ ଇଣ୍ଡିଆ ଇନଫ୍ରା ପ୍ରୋଜେକ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୫୦୦ କୋଟି ଟଙ୍କାର ଋଣ ସୁବିଧା ଦିଆଯାଇଛି।

ସେହିପରି ଡିଜିଟାଲ ସବସ୍କ୍ରାଇବର ମ୍ୟାନେଜମେଣ୍ଟ ଆଣ୍ଡ କନସଲଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ସ୍ପିରିଟ୍‌ ଇନଫ୍ରାପାୱାର ଆଣ୍ଡ ମଲ୍ଟିଭେନ୍‌ଚରସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୪୮୦ କୋଟି ଟଙ୍କାର ଋଣ ସୁବିଧା ଦିଆଯାଇଛି।

ଆହୁରି ପଢନ୍ତୁ :Narendra Modi: ଶିକ୍ଷକମାନେ ପିଲାମାନଙ୍କ ଶିକ୍ଷାଗତ ପ୍ରଦର୍ଶନଠାରୁ ଆଗକୁ ଦେଖିବା ଉଚିତ  ଉଭୟ କ୍ଷେତ୍ରରେ ୨୦୧୮ ମସିହାରେ ସୁଭାଷ ଚନ୍ଦ୍ରଙ୍କ ମୋଟ୍‌ ସମ୍ପତ୍ତି ସାର୍ଟିଫିକେଟ୍‌ ଆଧାରରେ ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସୁଭାଷ ଚନ୍ଦ୍ର ବସନ୍ତ ନଗର ଋଣ ପାଇଁ ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୫୯,୧୧୩ କୋଟି ବୋଲି ସାର୍ଟିଫିକେଟ୍‌ରେ ଦର୍ଶାଇଥିଲେ।

ସେହିପରି ୨୦୧୮ ଜୁଲାଇ ୬ ତାରିଖରେ ସେ ଡିଜିଟାଲ ଲୋନ୍‌ ଫ୍ୟାସିଲିଟି ପାଇଁ ତାଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୪୦,୫୬୨ ବୋଲି ଦର୍ଶାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।