CBSE Board Exam 2027: ରେଜିଷ୍ଟ୍ରେସନ୍‌ ଓ ଏଲ୍‌ଓସି ପୂର୍ବରୁ ସ୍କୁଲ୍‌ଗୁଡ଼ିକୁ ସିବିଏସ୍‌ଇ ବୋର୍ଡର ନିର୍ଦ୍ଦେଶ...

Sep 16, 2026 - 17:09
CBSE Board Exam 2027: ରେଜିଷ୍ଟ୍ରେସନ୍‌ ଓ ଏଲ୍‌ଓସି ପୂର୍ବରୁ ସ୍କୁଲ୍‌ଗୁଡ଼ିକୁ ସିବିଏସ୍‌ଇ ବୋର୍ଡର ନିର୍ଦ୍ଦେଶ...

"ନୂଆଦିଲ୍ଲୀ: ଆଗାମୀ ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)।

ଏହା ପୂର୍ବରୁ ବୋର୍ଡ ଦେଶର ସମସ୍ତ ସଂଲଗ୍ନ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଯାଞ୍ଚ କରିବାକୁ କହିଛି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ତଥ୍ୟ ଓ ସେମାନେ ଚୟନ କରିଥିବା ବିଷୟର ତଥ୍ୟ ଦାଖଲ କରିବା ସମୟରେ ସ୍କୁଲଗୁଡ଼ିକୁ ବିଶେଷ ସାବଧାନ ରହିବାକୁ ପଡ଼ିବ।

ତଥ୍ୟ ଦାଖଲ ପୂର୍ବରୁ ସମସ୍ତ ବିବରଣୀ ଭଲ ଭାବେ ଯାଞ୍ଚ କରିବାକୁ ସିବିଏସ୍‌ଇ ନିର୍ଦ୍ଦେଶ ଦେଇଛି।Advertisment ଆହୁରି ପଢ଼ନ୍ତୁ- Bomb Clash Between Two Brothers ଦୁଇଭାଇ ଝଗଡ଼ା ଲାଗି ପରସ୍ପରକୁ ‌ବୋମା ଫିଙ୍ଗିଲେ, ଜଣଙ୍କ ମୃତ୍ୟୁ, ଅନ୍ୟଜଣଙ୍କ ହାତ ଛିଣ୍ଡିଲା କେଉଁ ତଥ୍ୟ ଯାଞ୍ଚ କରିବେ?

ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ନିମ୍ନଲିଖିତ ତଥ୍ୟ ଠିକ୍ ଅଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି।•    ଛାତ୍ରଛାତ୍ରୀଙ୍କ ପୂରା ନାମ ଓ ଏହାର ସଠିକ୍ ବନାନ•    ଜନ୍ମ ତାରିଖ•    ଲିଙ୍ଗ (ଜେଣ୍ଡର୍‌)•    ବର୍ଗ (କ୍ୟାଟାଗୋରି)•    ମାତା, ପିତା କିମ୍ବା ଅଭିଭାବକଙ୍କ ପୂରା ନାମ•    ମାତା, ପିତା କିମ୍ବା ଅଭିଭାବକଙ୍କ ନାମର ସଠିକ୍ ବନାନ•    ଛାତ୍ରଙ୍କ ଚୟନ କରାଯାଇଥିବା ବିଷୟ•    ବିଷୟର ସଠିକ୍ କୋଡ୍•    ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଫଟୋ ଓ ସ୍ୱାକ୍ଷର ଭୁଲ ତଥ୍ୟ ଯୋଗୁଁ ହୋଇପାରେ ସମସ୍ୟା ସିବିଏସ୍‌ଇ କହିଛି ଯେ, ପୂର୍ବରୁ ଅନେକଥର ସୂଚନା ଦିଆଯାଇଥିଲେ ମଧ୍ୟ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ବିଷୟ ସମ୍ପର୍କିତ ତଥ୍ୟରେ ଭୁଲ କରୁଛନ୍ତି।

କିଛି ସ୍କୁଲ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବଶ୍ୟକ ତଥ୍ୟ ଦାଖଲ ମଧ୍ୟ କରୁନାହାନ୍ତି।

ନାମ, ଜନ୍ମ ତାରିଖ, ଅଭିଭାବକଙ୍କ ନାମ କିମ୍ବା ବିଷୟରେ ଛୋଟ ଭୁଲ ମଧ୍ୟ ପରେ ପରୀକ୍ଷା ସମୟରେ ସମସ୍ୟା ସୃଷ୍ଟି କରିପାରେ।

ତେଣୁ ତଥ୍ୟ ଦାଖଲ ପୂର୍ବରୁ ସ୍କୁଲଗୁଡ଼ିକୁ ଏହାକୁ ଭଲ ଭାବେ ଯାଞ୍ଚ କରିବାକୁ ବୋର୍ଡ କହିଛି।

ଆହୁରି ପଢ଼ନ୍ତୁ- Ganga: ବନ୍ୟା ପାଣିରେ ଭାସି ଆସିଲେ ମହିଳା; ଗଙ୍ଗା ପାଣି ପିଇ ବଞ୍ଚାଇ ରଖିଥିଲେ ଜୀବନ ଶୀଘ୍ର ଆରମ୍ଭ ହେବ ରେଜିଷ୍ଟ୍ରେସନ୍‌ ଓ ଏଲ୍‌ଓସି ଶିକ୍ଷାବର୍ଷ ୨୦୨୬-୨୭ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରି-ଏଗ୍‌ଜାମିନେସନ୍ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ।

ଏଥିରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲିଷ୍ଟ ଅଫ୍‌ କ୍ୟାଣ୍ଡିଡେଟ୍‌ସ (ଏଲ୍‌ଓସି) ଦାଖଲ ପ୍ରକ୍ରିୟା ରହିଛି।

ଏହି ପ୍ରକ୍ରିୟା ପୂର୍ବରୁ ପ୍ରତ୍ୟେକ ଛାତ୍ରଙ୍କ ଅପଡେଟ୍ ଓ ସଠିକ୍ ତଥ୍ୟ ପ୍ରସ୍ତୁତ ରଖିବାକୁ ସିବିଏସ୍‌ଇ ସ୍କୁଲଗୁଡ଼ିକୁ କହିଛି।

ସମୟସୀମା ମଧ୍ୟରେ ଏଲ୍‌ଓସି ଦାଖଲ କରିବାକୁ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଏଲ୍‌ଓସି ସମ୍ପର୍କିତ ତଥ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାଖଲ କରିବାକୁ ହେବ।

ଛାତ୍ରଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଚୟନ କରାଯାଇଥିବା ବିଷୟର ତଥ୍ୟ ମଧ୍ୟ ସଠିକ୍ ଭାବେ ଦାଖଲ କରିବା ଆବଶ୍ୟକ।

ତେଣୁ ରେଜିଷ୍ଟ୍ରେସନ୍‌ ଓ ଏଲ୍‌ଓସି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସମସ୍ତ ରେକର୍ଡ ଯାଞ୍ଚ କରି ପ୍ରସ୍ତୁତ ରଖିବାକୁ ବୋର୍ଡ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।