Central Bank: ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମ୍‌ଏସ୍‌ଏମ୍‌ଇ କ୍ରେଡିଟ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ

Aug 07, 2026 - 21:09
Central Bank: ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମ୍‌ଏସ୍‌ଏମ୍‌ଇ କ୍ରେଡିଟ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ

"ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇଗୁଡିକର ନିରନ୍ତର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଏମ୍‌ଏସ୍‌ଏମ୍‌ଇ କ୍ରେଡିଟ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ଏମ୍‌ଏସ୍‌ଏମ୍‌ଇ କ୍ରେଡିଟ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ କଟକ ମଧୁପାଟଣାର ଇଣ୍ଡଷ୍ଟ୍ର୍ରିଆଲ୍ ଇଷ୍ଟେଟ୍‌ସ୍ଥିତ ଓଏଏସ୍‌ଏମ୍‌ଇଠାରେ ହୋଇଛି।Advertisment ଏହି କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇର ସହାୟକ ନିର୍ଦ୍ଦେଶକ ଜଗଦୀଶ ସାହୁ, ଓଏଏସ୍‌ଏମ୍‌ଇର ଅଧ୍ୟକ୍ଷ ଗୌରୀ ଶଙ୍କର ଦାସ, ଓଏଏସ୍‌ଏମ୍‌ଇର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସୁକାନ୍ତ କୁମାର ମଲ୍ଲିକ, ସମ୍ପଦ ବିଭାଗର ମହାପ୍ରବନ୍ଧକ ଶଶିଧର କେ., ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାକେଶ କୁମାର ସିଂଙ୍କ ସମେତ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀ, ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀ ଏବଂ ସମ୍ଭାବ୍ୟ ଗ୍ରାହକମାନେ ଉପସ୍ଥିତ ଥିଲେ ।

ବିଭିନ୍ନ ହିତାଧିକାରୀଙ୍କୁ ୧୦୨.୨୫ କୋଟି ଟଙ୍କାର ଋଣ ମଞ୍ଜୁରିପତ୍ର ବଣ୍ଟନ କରାଯାଇଥିଲା।

ReserveBank: ରିଜର୍ଭ ବ୍ୟାଙ୍କ ମୁଖ୍ୟଙ୍କୁ କାହିଁକି କୁହାଯାଏ ଗଭର୍ଣ୍ଣର?

ଆପଣ ଜାଣିଛନ୍ତି କି?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।