Chalantika: ଚଳନ୍ତିକା: ପକ୍ଷୀଙ୍କ ପାଇଁ ମନା ଆତସବାଜି
ଦୀପାବଳି ରାତିରେ ଦେଶରେ କେଉଁଠି ବାଣ ନ ଫୁଟେ?
ଅଳ୍ପ କେତେଜଣଙ୍କୁ ଛାଡ଼ି ବାଣ ଫୁଟାଇବାକୁ ସମସ୍ତେ ଭଲ ପାଆନ୍ତି।
ମାତ୍ର ତାମିଲନାଡୁର ଏମିତି କେତେକ ଗାଁ ଅଛି ଯେଉଁଠି ଲୋକେ ଦୀପାବଳି ରାତିରେ ବାଣ ଫୁଟାନ୍ତି ନାହିଁ।
ସେଥିରୁ ଗୋଟିଏ ହେଉଛି କାଝୁପେରୁମ୍ପକ୍କମ୍ ଗଁା।
ଅନେକ ବର୍ଷ ତଳେ ଏହି ଗଁା'ରେ ଏକ ତେନ୍ତୁଳିଗଛ ଯୋଗୁଁ ଦୀପାବଳିରେ ବାଣ ଫୁଟା ବନ୍ଦ କରାଯାଇଥିଲା।
Advertisment Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି କଥାଟି ଏମିତି- ସେ ଗଁା'ର କେତେକ ବ୍ରାହ୍ମଣ ପରିବାର ଦେଖିଲେ ଯେ ଗୋଟାଏ ତେନ୍ତୁଳି ଗଛରୁ ତେନ୍ତୁଳି ଖାଇବା ପାଇଁ ଅସଂଖ୍ୟ ବାଦୁଡ଼ି ଆସୁଛନ୍ତି।
ସେମାନେ ବାଦୁଡ଼ିମାନଙ୍କୁ ଘଉଡ଼ାଇଲେ ନାହିଁ, ବରଂ ସେ ତେନ୍ତୁଳି ଗଛରେ ଡାଳ ସନ୍ଧିରେ ବଡ଼ ବଡ଼ ପାତ୍ର ରଖି ପାଣି ଭରିଲେ।
ଫଳରେ ବାଦୁଡ଼ିମାନଙ୍କ ପାଇଁ ଗଛଟି ଏକ ନିତିଦିନିଆ ଆଶ୍ରୟ ପାଲଟି ଗଲା।
ସନ୍ଧ୍ୟା ହେଲେ ବାଦୁଡ଼ିମାନେ ଶିକାର ଖୋଜିବାକୁ ଉଡ଼ିଯାଆନ୍ତି।
ସକାଳେ ଫେରିଆସି ସେ ତେନ୍ତୁଳିଗଛରେ ଓହଳି ପଡ଼ନ୍ତି।
ଦିନ ଗଡ଼ିଚାଲିଲା।
ଯେଉଁ ଲୋକମାନେ ଏ ବ୍ୟବସ୍ଥା କରିଥିଲେ, ସେମାନଙ୍କ ପିଲାମାନେ ବଡ଼ ହୋଇ ତେନ୍ତୁଳିଗଛରେ ବାଦୁଡ଼ିଙ୍କ ପାଇଁ ଖାଦ୍ୟପାନୀୟ ବ୍ୟବସ୍ଥା କଲେ।
କ୍ରମେ ବାଦୁଡ଼ିଙ୍କୁ ଦେଖାଶୁଣା କରିବା ସେ ଗଁା'ର ପ୍ରଥା ହୋଇଗଲା।
କିନ୍ତୁ ଏଇ ପ୍ରଥା ସହ ଆଉ ଗୋଟାଏ ପ୍ରଥା ବି ଜନ୍ମନେଲା।
କାଝୁପେରୁମ୍ପକ୍କମ୍ ଗଁାରେ ଦୀପାବଳି ରାତିରେ ଆତସବାଜି ବନ୍ଦ କରାଗଲା।
ହଠାତ୍ ବାଣ ଭୀଷଣ ଶବ୍ଦ କରି ଫୁଟିବା ଏବଂ ତହିଁରୁ ଆଖି-ଝଲସା ଆଲୁଅ ବାହାରିବା କାଳେ ବାଦୁଡ଼ିମାନଙ୍କୁ ଭୟାର୍ତ୍ତ କରିଦେବ ସେଇ ଭୟରେ ବାଣଫୁଟା ବନ୍ଦ କରାଗଲା।
ଯେହେତୁ ବାଦୁଡ଼ିଙ୍କୁ ଲୋକେ ଶୁଭ ବୋଲି ବିଚାର କରୁଥିଲେ ଏବଂ ସେମାନେ ଗଁା ଛାଡ଼ି ଅନ୍ୟତ୍ର ପଳାଇଲେ କାଳେ ଅଶୁଭ ହେବ, ଏଥିପାଇଁ ଗଁା ପଞ୍ଚାୟତ ଦୀପାବଳି ରାତିରେ ବାଣଫୁଟା ନିଷେଧ କଲା।
ଖାଲି ସେ ତେନ୍ତୁଳିଗଛ ନୁହେଁ, ଗାଁରେ ଥିବା ଏକ ବରଗଛରେ ମଧ୍ୟ ବାଦୁଡ଼ିମାନେ ଆସି ରହିଲେ।
ଗାଁ'ଲୋକେ ବାଦୁଡ଼ିମାନଙ୍କୁ ସେମାନଙ୍କର ପଡ଼ୋଶୀ, ଅତିଥି ବା ସୁରକ୍ଷାକାରୀ ବୋଲି ଭାବିଲେ।
କେତେକ ଜାଗାରେ ବାଦୁଡ଼ି ରହୁଥିବା ଗଛଗୁଡ଼ିକୁ ଦିବ୍ୟଗଛ ବୋଲି ବିଶ୍ବାସ କରାଗଲା।
ବାଣଫୁଟା ସିନା ବନ୍ଦ ହେଲା, କିନ୍ତୁ ଅନ୍ୟ ଅସୁବିଧା ବି ଦେଖାଦେଲା।
ବାଦୁଡ଼ି ସଂଖ୍ୟା ବଢ଼ିବାରୁ ଶିକାରୀମାନେ ଲୁଚିଛପି ବାଦୁଡ଼ି ଶିକାର କଲେ।
ଫଳରେ, ବାଦୁଡ଼ିମାନେ ଅନ୍ୟ ବରଗଛ କୁ ଚାଲିଗଲେ।
ସେମିତି, ମୟିଲାଦୁତୁରାଈ ଜିଲ୍ଲାର କୋଲ୍ଲୁଦମ୍ ପାଖରେ ଥିବା ପେରମ୍ବୁର ଗଁା'ରେ ଥିବା ଝଙ୍କାଳିଆ ବରଗଛରେ ମଧ୍ୟ ଅସଂଖ୍ୟ ବାଦୁଡ଼ି ରହୁଛନ୍ତି।
ସେମାନେ ଏ ବରଗଛର ନଁା ଦେଇଛନ୍ତି ବାଦୁଡ଼ି ବଗିଚା।
ସେ ବରଗଛ ପାଖରେ ଅଛି ଭଗବାନ ମୁନୀଶ୍ବରନ୍ଙ୍କ ମନ୍ଦିର।
ତେଣୁ, ଲୋକେ ସେ ବରଗଛକୁ ପବିତ୍ର ମନେକରନ୍ତି।
ବାଦୁଡ଼ିଙ୍କୁ ଭୟଭୀତ ନ କରାଇବା ପାଇଁ ଶହେରୁ ଅଧିକ ବର୍ଷ ହେବ ଗଁା ଲୋକମାନେ ଦୀପାବଳି ରାତିରେ ବାଣ ଫୁଟାଉ ନାହାନ୍ତି।
ବାଣ ନ ଫୁଟାଇ ସେମାନେ ଶ୍ରୀସେଲ୍ଲନ୍ଦିୟାମ୍ମନ ମନ୍ଦିରରେ ସମବେତ ହୋଇ ଦୀପାବଳି ପାଳନ୍ତି।
Train: ସମୟରେ ଷ୍ଟେସନ ପହଞ୍ଚିଲେ ମଧ୍ୟ ଛାଡି ପଳାଇଲା ଟ୍ରେନ୍: ରେଳବାଇ ଓ ଆଇଆରସିଟିସିକୁ ୧୫,୬୨୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ତିରୁଚିରାପଲ୍ଲୀ ଜିଲ୍ଲାର ତୋପ୍ପୁପଟ୍ଟୀ ଓ ସମ୍ପତ୍ତି ଗଁା'ରେ ଥିବା ବରଗଛରେ ଅସଂଖ୍ୟ ବାଦୁଡ଼ି ରହନ୍ତି।
ସେ ଝଙ୍କାଳିଆ ବରଗଛଟି ଗ୍ରାମ ଦେବତା ମୁନିୟାପ୍ପା ସ୍ବାମୀଙ୍କ ଆସ୍ଥାନ ପାଖରେ।
ତେଣୁ, ଗଁା ଲୋକଙ୍କର ବିଶ୍ବାସ ବାଦୁଡ଼ି ସେମାନଙ୍କ ପାଇଁ ଶୁଭ।
ବାଦୁଡ଼ିମାନେ ଗଁାଲୋକଙ୍କୁ ବିପଦଆପଦରୁ ରକ୍ଷା କରିବେ।
ସନ୍ଧ୍ୟାବେଳେ ଗଛରୁ ଉଡ଼ିଯିବା ଓ ଭୋର୍ ବେଳକୁ ପୁଣି ଉଡ଼ିଆସୁଥିବା ବାଦୁଡ଼ିଙ୍କୁ ଦେଖି ଲୋକେ ଖୁବ୍ ଖୁସି ହୁଅନ୍ତି।
କାଳେ ବାଦୁଡ଼ିମାନେ ଭୟରେ ପଳାଇଯିବେ, ସେଥିଯୋଗୁଁ ତିନି ପିଢ଼ି ହେବ ଦୀପାବଳି ରାତିରେ ସେଠାରେ ବି ବାଣ ଫୁଟାଯାଏ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।