Chandrasekharan: ଚନ୍ଦ୍ରଶେଖରନ୍‌ଙ୍କ ଅବସର ଯୋଜନାକୁ ବିରୋଧ କରିପାରେ କମିଟି

Sep 13, 2026 - 20:35
Chandrasekharan: ଚନ୍ଦ୍ରଶେଖରନ୍‌ଙ୍କ ଅବସର ଯୋଜନାକୁ ବିରୋଧ କରିପାରେ କମିଟି

"ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ଆସନ୍ତା ବର୍ଷ ଫେବ୍ରୁଆରିରେ ପଦରୁ ଓହରି ଯିବେ।

ଆଉ ଥରେ ନିଯୁକ୍ତ ହେବା ଯୋଜନା ତାଙ୍କର ନାହିଁ।

ତେବେ କମ୍ପାନି ଛାଡ଼ିବା ନେଇ ଚନ୍ଦ୍ରଶେଖରନଙ୍କ ଯୋଜନାକୁ ଟାଟା ସନ୍ସର ମନୋନୟନ ଓ ପାରିଶ୍ରମିକ କମିଟି (ଏନ୍‌ଆର୍‌ସି) ବିରୋଧ କରିପାରେ।

ଏପରିକି କମିଟି ତାଙ୍କୁ କମ୍ପାନିରେ ରହିବା ପାଇଁ କହିପାରେ।

ଯଦି ଉକ୍ତ କମିଟି ଚନ୍ଦ୍ରଶେଖରନଙ୍କୁ ଏ ପ୍ରକାର ଅନୁରୋଧ କରେ ତାହେଲେ ଟାଟା ଗ୍ରୁପ୍‌ର ସର୍ବବୃହତ୍‌ ଅଂଶଧାରୀ ଟାଟା ଟ୍ରଷ୍ଟ୍‌ସ ସହିତ କମିଟିର ବିବାଦ ଦେଖାଦେଇପାରେ।

କାରଣ ଚନ୍ଦ୍ରଶେଖରନଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଏ ସଂପର୍କରେ ବିବୃତି ଟାଟା ଟ୍ରଷ୍ଟ୍‌ସ ପୂର୍ବରୁ ଜାରି କରିସାରିଛି।Advertisment ଆହୁରି ପଢନ୍ତୁ: Congress : "ଯୋଜନାବଦ୍ଧ ଆତ୍ମସମର୍ପଣ": ଚୀନ୍‌ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌ ଏନ୍‌ଆର୍‌ସି କମିଟି ଆସନ୍ତା ୧୭ ତାରିଖରେ ହେବାକୁ ଥିବା ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପାରେ।

ଉଲ୍ଲେଖଯୋଗ୍ୟ, ବୋର୍ଡର ଏନ୍‌ଆର୍‌ସି କମିଟି କମ୍ପାନିର ନିର୍ଦ୍ଦେଶକ ଓ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କ ନିଯୁକ୍ତି ଓ ଦରମା ସଂପର୍କରେ ନିଷ୍ପତ୍ତି ନେଇଥାଏ।

ଏନ୍‌ଆର୍‌ସି କମିଟିରେ ହରିଶ ମନୱାନି, ଅନିତା ମାରାଙ୍ଗୋଲି ଜର୍ଜ ଏବଂ ବେଣୁ ଶ୍ରୀନିବାସନ୍‌ ରହିଛନ୍ତି।

ଚନ୍ଦ୍ରଶେଖରନ୍‌ ଟାଟା ସନ୍ସରେ ୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି।

୨୦୦୯ ମସିହାରେ ସେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ର ସିଇଓ ହୋଇଥିବାବେଳେ ୨୦୧୭ ମସିହାରେ ଗ୍ରୁପ୍‌ ଅଧ୍ୟକ୍ଷ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।