Chhatar Yatra: ମା’ ସୁନାଦେଇଙ୍କ ଛତର ଯାତ୍ରାକୁ ନେଇ ଚଳଚଞ୍ଚଳ ସୁନାବେଡ଼ା ଅଭୟାରଣ୍ୟ, ହଜାର ହଜାର ଭକ୍ତଙ୍କ ସମାଗମ ଆଶା

Oct 26, 2026 - 10:03
Chhatar Yatra: ମା’ ସୁନାଦେଇଙ୍କ ଛତର ଯାତ୍ରାକୁ ନେଇ ଚଳଚଞ୍ଚଳ ସୁନାବେଡ଼ା ଅଭୟାରଣ୍ୟ, ହଜାର ହଜାର ଭକ୍ତଙ୍କ ସମାଗମ ଆଶା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।

ମା'ଙ୍କ ଆଜ୍ଞା ବିନା ଅଭୟାରଣ୍ୟର ଗଛରୁ ପତ୍ରଟିଏ ମଧ୍ୟ ହଲେ ନାହିଁ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି।

ଏହି ପ୍ରସିଦ୍ଧ ଯାତ୍ରା କୁ ନେଇ ବନବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

ଆଝଇ ସୋମବାର ମା'ଙ୍କ ଏହି ପାରମ୍ପରିକ ଛତର ଯାତ୍ରା ଅନୁଷ୍ଠିତ ହେବ।

Advertisment ପରମ୍ପରା ଅନୁଯାୟୀ ହେବ ମା'ଙ୍କ ପୂଜାର୍ଚ୍ଚନା ପରମ୍ପରା ଅନୁଯାୟୀ, ଗଡ଼ଭଟର ପାଟମାଝି ରାଜେନ୍ଦ୍ର ମାଝୀଙ୍କ ଘରୁ ମା'ଙ୍କ ପାଟମୁକୁଟ ଆସିବ।

ଏହାପରେ ଖଡ଼ିଆଳ ରାଜାଙ୍କ ପକ୍ଷରୁ ମା'ଙ୍କ ପାଇଁ କୁମ୍ଭ ଓ ଖପର ଅଣାଯିବ।

ଏହି ସାମଗ୍ରୀରେ ପୂଜକ ମା'ଙ୍କୁ ଶୃଙ୍ଗାର ବେଶରେ ସଜାଇବେ।

ଲିଙ୍ଗଭଟା ପୂଜା ସମ୍ପନ୍ନ ହେବା ପରେ ମା'ଙ୍କ ଛତର ଯାତ୍ରା ଆରମ୍ଭ ହେବ ଏବଂ ଗାଁ ପରିକ୍ରମା କରାଯିବ।

ଛତର ଯାତ୍ରା ସମୟରେ ପାଲ ପଡ଼ିଲେ ମାନସିକଧାରୀ ଭକ୍ତଙ୍କ ମନୋକାମନା ପୂରଣ ହୁଏ ବୋଲି ଏଠାରେ ବିଶ୍ୱାସ ରହିଛି।

ଏହି ପରମ୍ପରା ଯାତ୍ରାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ।

୫୨ଟି ଗାଁର ବନବାସୀଙ୍କ ଆରାଧ୍ୟ ଦେବୀ ମା' ସୁନାଦେଇ ସୁନାବେଡ଼ା ଅଭୟାରଣ୍ୟର ଛୋଟବଡ଼ ୫୨ଟି ଗାଁରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ସମେତ ଅନ୍ୟ ବନବାସୀଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମା' ସୁନାଦେଇ।

ଆବାହମାନ କାଳରୁ ଏହି ଅଞ୍ଚଳର ବନବାସୀମାନେ ମା'ଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି।

ମା'ଙ୍କ ଆଶୀର୍ବାଦରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ସେମାନେ ସୁରକ୍ଷିତ ଭାବେ ଜୀବନଯାପନ କରୁଥିବା ବିଶ୍ୱାସ କରନ୍ତି।

ବନ୍ୟଜନ୍ତୁଙ୍କ ଭୟ ହେଉ କିମ୍ବା ରୋଗବ୍ୟାଧି, ମା' ସୁନାଦେଇ ସର୍ବଦା ସେମାନଙ୍କୁ ସାହାଯ୍ୟ କରନ୍ତି ବୋଲି ଅଞ୍ଚଳବାସୀଙ୍କ ବିଶ୍ୱାସ ଆଜି ମଧ୍ୟ ଅତୁଟ ରହିଛି।

ଓଡ଼ିଶା ସମେତ ଛତିଶଗଡ଼ରୁ ଆସିବେ ହଜାର ହଜାର ଭକ୍ତ ମା' ସୁନାଦେଇଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରାରେ ନୂଆପଡ଼ା, ବରଗଡ଼ , ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

ମାନସିକଧାରୀ ଭକ୍ତମାନେ ଦୂରଦୂରାନ୍ତରୁ ବୋଦା, କୁକୁଡ଼ା ଓ ନଡ଼ିଆ ଆଣି ମା'ଙ୍କ ନିକଟରେ ଭୋଗ ଲଗାଇବା ସହ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି।

ପରମ୍ପରା ଅନୁଯାୟୀ, ଯାତ୍ରା ସମୟରେ ପଶୁବଳି ଦିଆଯାଉଥିବାରୁ ମା'ଙ୍କ ମନ୍ଦିର, ପୀଠ ଓ ଗାଁ ରାସ୍ତାରେ ଏହାର ଚିହ୍ନ ଦେଖିବାକୁ ମିଳେ।

ପୂଜାର୍ଚ୍ଚନାର ଶେଷ ପର୍ଯ୍ୟାୟରେ ମା' ମନ୍ଦିରକୁ ପ୍ରବେଶ କରିବା ପରେ ଶେଷ ପୂଜା ଅନୁଷ୍ଠିତ ହୋଇଥାଏ।

ଛତର ଯାତ୍ରାରେ ପାଳନ ହୁଏ ନୂଆଁଖାଇ ମା' ସୁନାଦେଇଙ୍କ ଛତର ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଅଭୟାରଣ୍ୟବାସୀଙ୍କ ଏକତା ଓ ସାଂସ୍କୃତିକ ପରିଚୟର ପ୍ରତୀକ।

ଏହି ଅବସରରେ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଆଦିବାସୀମାନେ ନୂଆଁଖାଇ ପାଳନ କରିଥାନ୍ତି।

ବର୍ଷକୁ ଥରେ ଏହି ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସହ ସାମାଜିକ ସମ୍ପର୍କକୁ ଆହୁରି ମଜଭୁତ କରିଥାନ୍ତି।

ଏହି ଯାତ୍ରା ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ପରମ୍ପରା ଓ ସାମୂହିକ ଜୀବନଧାରାକୁ ଜୀବନ୍ତ ରଖିଛି।

ଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଛତର ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଅଞ୍ଚଳରେ ମାଓବାଦୀ ଗତିବିଧି ଦମନ ହୋଇଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ଯାତ୍ରାରେ ଅଧିକ ଭିଡ଼ ହେବ ବୋଲି ଆଶା କରାଯାଉଛି।

Accident: ୧୬ ନଂ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍ କେବିନ୍‌ରେ ଫସିଲେ ଡ୍ରାଇଭର ମା' ସୁନାଦେଇଙ୍କ ଛତର ଯାତ୍ରାକୁ ନେଇ ସୁନାବେଡ଼ା ଅଭୟାରଣ୍ୟ ଏବେ ଉତ୍ସବମୁଖର ହୋଇଉଠିଛି।

ଧାର୍ମିକ ଆସ୍ଥା, ଆଦିବାସୀ ପରମ୍ପରା ଓ ସାମାଜିକ ଏକତାର ଏହି ମହାପର୍ବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।