Chile fire: ଚିଲିର ନର୍ସିଂ ହୋମ୍‌ରେ ଅଗ୍ନିକାଣ୍ଡ, ୧୬ ବୃଦ୍ଧଙ୍କ ମୃତ୍ୟୁ

Sep 13, 2026 - 20:35
Chile fire: ଚିଲିର ନର୍ସିଂ ହୋମ୍‌ରେ ଅଗ୍ନିକାଣ୍ଡ, ୧୬ ବୃଦ୍ଧଙ୍କ ମୃତ୍ୟୁ

"ସାଣ୍ଟିଆଗୋ: ଚିଲିର ଆରାଉକାନିଆ ଅଞ୍ଚଳର ପିତ୍ରୁଫ୍‌କେନ୍‌ ସହରରେ ଥିବା ଏକ ନର୍ସିଂ ହୋମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଶନିବାର ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା।

ଘଟଣାସ୍ଥଳ ରାଜଧାନୀ ସାଣ୍ଟିଆଗୋଠାରୁ ପ୍ରାୟ ୬୪୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।Advertisment ଅଗ୍ନିକାଣ୍ଡ ସମୟରେ ନର୍ସିଂ ହୋମ୍‌ରେ ମୋଟ ୨୬ ଜଣ ବୃଦ୍ଧ ରହୁଥିଲେ।

ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉଦ୍ଧାର କରାଯାଇଥିବା ୧୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଛି।

ସୁରକ୍ଷା ଦୃଷ୍ଟିରୁ ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।

ପିତ୍ରୁଫ୍‌କେନ୍‌ର ମେୟର ଜାକ୍‌ଲିନ୍‌ ରୋମେରୋ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ପୀଡ଼ିତଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି।

Philippines: ଫିଲିପାଇନ୍ସରେ ଯାତ୍ରୀବାହୀ ଫେରୀରେ ଅଗ୍ନିକାଣ୍ଡ: ୫ ମୃତ, ୮୦ରୁ ଉର୍ଦ୍ଧ୍ୱ ନିଖୋଜ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଘଟଣାର ତଦନ୍ତ କରୁଥିବା ଜର୍ଜ ଗ୍ରାନାଡା କହିଛନ୍ତି, ଅଗ୍ନିକାଣ୍ଡରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ଅଛି କି ନାହିଁ, ତାହା ଯାଞ୍ଚ କରାଯାଉଛି।

ନର୍ସିଂ ହୋମ୍‌ର ମାଲିକମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି।

ଚିଲିର ରାଷ୍ଟ୍ରପତି ଜୋସେ ଆଣ୍ଟୋନିଓ କାଷ୍ଟ୍‌ ଘଟଣାରେ ଶୋକ ପ୍ରକାଶ କରିବା ସହ ଦେଶର ସମସ୍ତ ନର୍ସିଂ ହୋମ୍‌ର ସ୍ଥିତି ଯାଞ୍ଚ ପାଇଁ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।