Chilika Turns Turbulent: ବାତ୍ୟା ଅର୍ଣ୍ଣବର ଭୟଙ୍କର ରୂପ! କାକିନାଡ଼ାରୁ ଚିଲିକା, ସବୁଠି ଉଠୁଛି ବଡ଼ ଢେଉ
ବାତ୍ୟାର ପ୍ରକୋପ କେତେ ଭୟଙ୍କର ହେବ, ତାହାର ସଙ୍କେତ ଦେଲାଣି ପ୍ରକୃତି।
ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ୟାନମ୍ ପାଖରେ ଲ୍ୟାଣ୍ଡଫଲ୍ କରିବ।
ତାପୂର୍ବରୁ ହିଁ କାକିନାଡ଼ା ଉପକୂଳରେ ଉଗ୍ର ହେଲାଣି ସମୁଦ୍ର।
ଉଠୁଛି ବଡ଼ ବଡ଼ ଜୁଆର।
ବିଶାଖାପାଟଣାରେ ବି କୂଳ ଆଡ଼କୁ ମାଡ଼ି ଆସୁଛି ସମୁଦ୍ରର ବଡ଼ ବଡ଼ ଢେଉ।
..
Advertisment ଏପଟେ ଓଡ଼ିଶାରେ ବି ଦେଖିବାକୁ ମିଳିଲାଣି ଅର୍ଣ୍ଣବର ପ୍ରଭାବ।
ଯେଉଁ ଚିଲିକାର ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ଆକର୍ଷିତ କରେ, ଆଜି ସେଠି ଅଶାନ୍ତ ସମୁଦ୍ର।
ଶାନ୍ତ ଜଳରାଶିରେ ଉଠୁଛି ବଡ଼ ବଡ଼ ଢେଉ।
ଚିଲିକାର ଛାତି ଉପରେ ଢେଉର ତାଣ୍ଡବ ଦେଖିବାକୁ ମିଳିଛି।
ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଲାଗିରହିଛି ପ୍ରବଳ ବର୍ଷା ଓ ପବନ।
ଉପକୂଳରୁ ଦକ୍ଷିଣ ଓଡ଼ିଶା, ବାତ୍ୟାର ପ୍ରଭାବରେ ବଦଳିବାରେ ଲାଗିଛି ପାଗର ମିଜାଜ୍।
ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆକାଶରେ ଘୋଟି ଆସିଛି କଳାହାଣ୍ଡିଆ ମେଘ।
ଗଞ୍ଜାମ ଓ ଗଜପତିରେ ଆରମ୍ଭ ହୋଇଗଲାଣି ବର୍ଷା।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି।
ଅସ୍ତରଙ୍ଗରେ ଭୀଷଣ ବେଗରେ ବର୍ଷା ପବନ ସାଙ୍ଗକୁ ଶୁଭୁଛି ଘଡ଼ଘଡ଼ିର ଭୟଙ୍କର ଶବ୍ଦ।
ଲ୍ୟାଣ୍ଡଫଲ୍ ପୂର୍ବରୁ ହିଁ ଅର୍ଣ୍ଣବର ପ୍ରଭାବ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାରି ହୋଇପଡ଼ିଲାଣି।
...
Advertisment ଆସୁଛି 'ଅର୍ଣ୍ଣବ', ଦେଖାଇଲାଣି ପ୍ରକୋପ ଲ୍ୟାଣ୍ଡଫଲ୍ ପୂର୍ବରୁ ଅସ୍ଥିର କଲାଣି 'ଅର୍ଣ୍ଣବ' ବାତ୍ୟାର ଭୟାନକ ରୂପ ଦେଖାଇଲାଣି ପ୍ରକୃତି ଅଶାନ୍ତ ସମୁଦ୍ର, ଚିଲିକାରେ ଉଠୁଛି ବଡ଼ ବଡ଼ ଢ଼େଉ ଉପକୂଳରୁ ଦକ୍ଷିଣ ଓଡ଼ିଶା ଯାଏଁ ବର୍ଷା-ପବନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।