China Smash: ଚାଇନା ସ୍ମାସ୍: ସେମିରେ ଅଟକିଲେ ମନୁଷ-ମାନବ
"ବେଜିଂ: ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ମନୁଷ ଶାହ ଓ ମାନବ ଠକ୍କର ଏଠାରେ ଚାଲିଥିବା ବିଶ୍ବ ଟେବୁଲ ଟେନିସ (ଡବ୍ଲ୍ୟୁଟିଟି) ଚାଇନା ସ୍ମାସ୍ର ସେମିଫାଇନାଲ୍ରୁ ବିଦାୟ ନେଇଛନ୍ତି।Advertisment ଖରାପ ପ୍ରଦର୍ଶନ କରି ପରାଜୟ ଶୁକ୍ରବାର ପୁରୁଷ ଯୁଗଳ ସେମିଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୩-୦ (୮-୧୧, ୬-୧୧, ୩-୧୧)ରେ ଦକ୍ଷିଣ କୋରିଆର ଲିମ୍ ଜୋଙ୍ଗହୁଁ ଓ ଓହ ଜୁନ୍ସୁଙ୍ଗଙ୍କଠୁ ମାତ୍ର ୨୦ ମିନିଟ୍ରେ ହାରି ଯାଇଥିଲେ।
ଏହି ଭାରତୀୟ ଯୋଡ଼ି ପ୍ରଥମ ଗେମ୍ରେ କଡ଼ା ଟକ୍କର ଦେଇଥିଲେ।
ହେଲେ ପରେ ଖରାପ ପ୍ରଦର୍ଶନ କରି ପରାଜୟ ବରଣ କରିଥିଲେ।
ଏମିତିକି ଶେଷ ଗେମ୍ରେ ଏକଦା ୯-୧ରେ କୋରିଆ ଯୋଡ଼ି ଆଗରେ ରହି ୧୧-୩ରେ ବିଜୟୀ ହୋଇଥିଲେ।
U19 Asia Cup: ଯୁବ ଏସିଆ କପ୍ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।