Chinese women: ଚୀନୀ ଯୁବତୀଙ୍କ ଅଜବ ଟ୍ରେଣ୍ଡ୍: ରୋମାଣ୍ଟିକ୍ ଫଟୋସୁଟ୍ରେ ଉଡ଼ାଉଛନ୍ତି ଲକ୍ଷାଧିକ ଟଙ୍କା
"ଚୀନର ପ୍ରେମିକହୀନ ଯୁବତୀମାନଙ୍କ ରୋମାଣ୍ଟିକ୍ ଫଟୋଉଠା ଟ୍ରେଣ୍ଡ୍ ଏବେ ଚର୍ଚ୍ଚାରେ ରହିଛି।
ସାମାଜିକ ଗଣମାଧ୍ୟମରେ ସୁନ୍ଦର ପ୍ରେମିକ ସହ ମଧୁମୟ ଜୀବନ କାଟୁଥିବାର ଭ୍ରମ ସୃଷ୍ଟି କରିବାକୁ ଚୀନର ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
ମହିଳାମାନେ ଟଙ୍କା ଦେଇ ନିଜ ପସନ୍ଦର ପୁରୁଷ ମଡେଲଙ୍କ ସହ ପ୍ରେମୀଯୁଗଳଙ୍କ ଭଳି ଫଟୋ ଉଠାଉଛନ୍ତି।Advertisment ଏହି ଫଟୋସୁଟ୍ରେ ହାତ ଧରିବା, ଆଲିଙ୍ଗନ କରିବା, ପରସ୍ପରକୁ ପ୍ରେମଭରା ନଜରରେ ଦେଖିବା ଏବଂ ଡେଟିଂ କରୁଥିବା ଭଳି ବିଭିନ୍ନ ପୋଜ୍ରେ ଫଟୋ ଉଠାଯାଉଛି।
ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ପୁରୁଷ ମଡେଲ ବାଛିବା ସହ ଫଟୋସୁଟ୍ର ଥିମ୍ ମଧ୍ୟ ଚୟନ କରିପାରୁଛନ୍ତି।
ଏହି ସେବା ପାଇଁ ଦାମ୍ ମଧ୍ୟ ଖୁବ୍ ଅଧିକ।
କିଛି ଷ୍ଟୁଡିଓରେ ଏକ ଘଣ୍ଟାର ଫଟୋସୁଟ୍ ପାଇଁ ୮,୦୦୦ ୟୁଆନ୍ ପର୍ଯ୍ୟନ୍ତ ଦେୟ ନିଆଯାଉଛି।
ଭାରତୀୟ ମୁଦ୍ରାରେ ଏହା ୧ ଲକ୍ଷ ଟଙ୍କାରୁ ଅଧିକ।ଜଣେ ମହିଳା ଦୁଇଜଣ ମଡେଲଙ୍କ ସହ ମାତ୍ର ୩୦ ମିନିଟ୍ର ଫଟୋସୁଟ୍ ପାଇଁ ୪,୫୨୦ ୟୁଆନ୍ ଖର୍ଚ୍ଚ କରିଥିବା ଜଣାପଡ଼ିଛି।
ଆଉ ଜଣେ ନିଜ କଳ୍ପିତ ପ୍ରେମ କାହାଣୀକୁ ଫଟୋରେ ରୂପ ଦେବା ପାଇଁ ୩,୦୦୦ ୟୁଆନ୍ ଦେଇଛନ୍ତି।
ନାନଜିଙ୍ଗ୍ ସହରର କିଛି ଷ୍ଟୁଡିଓରେ ୯ଟି ଏଡିଟେଡ୍ ଫଟୋ ପାଇଁ ୭,୨୦୦ ୟୁଆନ୍ ଏବଂ ସାରାଦିନର "କପଲ୍ ଏକ୍ସପିରିଏନ୍ସ" ପାଇଁ ୨୮,୦୦୦ ୟୁଆନ୍ ପର୍ଯ୍ୟନ୍ତ ଦର ରହିଛି।
କେହି ଏହାକୁ କେବଳ ସୋସିଆଲ୍ ମିଡିଆ ପାଇଁ ଫଟୋ ଭାବେ ଦେଖୁଥିବା ବେଳେ ଆଉ କେତେକଙ୍କ ପାଇଁ ଏହା ଏକଲାପଣରୁ କିଛି ସମୟର ମୁକ୍ତି ଭାବେ ବିବେଚିତ ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।