Chirag Paswan: ଜନତାଙ୍କ ଭରସା ଗୁରୁତ୍ବପୂର୍ଣ୍ଣ; ଦୃଢ଼ ଭାବେ ପକ୍ଷ ରଖିବାକୁ ସିଇସିଙ୍କୁ ପାସୱାନଙ୍କ ପରାମର୍ଶ

Sep 25, 2026 - 17:28
Chirag Paswan: ଜନତାଙ୍କ ଭରସା ଗୁରୁତ୍ବପୂର୍ଣ୍ଣ; ଦୃଢ଼ ଭାବେ ପକ୍ଷ ରଖିବାକୁ ସିଇସିଙ୍କୁ ପାସୱାନଙ୍କ ପରାମର୍ଶ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଓ ଦୁଇ ନିର୍ବାଚନ ଆୟୁକ୍ତଙ୍କ ମତଭେଦ ରିପୋର୍ଟ ଉପରେ ଦେଖାଦେଇଥିବା ବିବାଦରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ।

ପାସୱାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ନିର୍ବାଚନ କମିଶନ ଭଳି ଏକ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ଉପରେ ପ୍ରଶ୍ନ ଉଠାଯାଉଛି, ତେବେ ସିଇସିଙ୍କ ଦାୟିତ୍ୱ ହେଉଛି ତାଙ୍କ ମତକୁ ଦୃଢ଼ ଭାବରେ ଉପସ୍ଥାପନ କରିବା।Advertisment ଆହୁରି ପଢନ୍ତୁ: India A vs Australia A: ପୁଡୁଚେରୀ ଏ" ଟେଷ୍ଟ୍‌ ଜିତିଲା ଭାରତ ସେ ଗୁରୁତ୍ୱାରୋପ କରିଥିଲେ ଯେ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ସର୍ବୋପରି।

ଜନସାଧାରଣଙ୍କ ମନରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଯେକୌଣସି ସନ୍ଦେହ ଥାଏ ତାହା ଭୁଲ ହେବ।

ତେଣୁ ନିର୍ବାଚନ କମିଶନ ଜନସାଧାରଣଙ୍କ ନିକଟରେ ନିଜର ମତ ସ୍ପଷ୍ଟ କରିବା ଉଚିତ ଯାହା ଦ୍ୱାରା କୌଣସି ଦ୍ୱନ୍ଦ୍ୱ ନହୁଏ।

ସେ ଏହା ମଧ୍ୟ କହିଥିଲେ ଯେ, ବିରୋଧୀଙ୍କ କାମ ହେଉଛି ରାଜନୀତି କରିବା ଓ ଅଭିଯୋଗ ଆଣିବା, ତେଣୁ ସେ ସେମାନଙ୍କ ବୟାନକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ।

ନିର୍ବାଚନ କମିଶନ ବିରୋଧୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନୁହେଁ, ବରଂ ଦେଶର ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସ୍ପଷ୍ଟୀକରଣ ଜାରି କରିବା ଉଚିତ୍‌ ବୋଲି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।